ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

ମୀନାବଜାର ମଉଡମଣୀ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ

ଢେଙ୍କାନାଳ(ମନିସ )24/9/23 // ଶ୍ରୀ ରାଧାଷ୍ଟମୀ ତିଥ୍‌ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ମାଟି ଅନୁକୂଳ କାର୍ଯ୍ୟ ପରମ୍ପରା ଓ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଅଛି । ସଂକୀର୍ତନ, ଚାଙ୍ଗୁବାଦ୍ୟ, ଘଣ୍ଟ ବାଦ୍ୟର ଶୋଭାଯାତ୍ରାରେ ସହର ଉପକଣ୍ଠସ୍ଥ ବ୍ରାହ୍ମଣୀ ନଦୀ କୁଳକୁ ଯାଇ ମା’ ଲକ୍ଷ୍ମୀଙ୍କ ମୂର୍ତି ଉଦ୍ଦେଶ୍ୟରେ ପୂଜା ସଂପନ୍ନ କରାଯାଇ ପବିତ୍ର ବ୍ରାହ୍ମଣୀ ନଦୀରୁ ମାଟି ସଂଗ୍ରହ କରାଯାଇଥିଲା । ଅନୁକୂଳ ମାଟିକୁ ସହର ମଧ୍ୟରେ ପରିକ୍ରମା କରାଯାଇ ଶ୍ରୀ ବଳରାମଜୀଉ ମନ୍ଦିର ଠାରୁ ମୀନା ବଜାର ରାଜଲକ୍ଷ୍ମୀଙ୍କ ଆସ୍ଥାନ ପର୍ଯ୍ୟନ୍ତ ଘଂଟବାଦ୍ୟ, ସଂକୀର୍ତନ ଓ ଚାଙ୍ଗୁବାଦ୍ୟ ସହ ଶୋଭାଯାତ୍ରାରେ ନିଆଯାଇ ସଂରକ୍ଷିତ କରାଗଲା । ମା’ ରାଜଲକ୍ଷ୍ମୀଙ୍କ ମାଟି ଅନୁକୂଳ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ଲଳିତ କୁମାର ପଟ୍ଟନାୟକ, ଉପାଧ୍ୟକ୍ଷ ବିରଂଟି ନାରାୟଣ ସାହୁ, ପୂଜା କମିଟି ସଭାପତି ରବି ନାରାୟଣ ମହାନ୍ତି, କାର୍ଯ୍ୟକାରୀ ସଭାପତି ନିରୋଦ କୁମାର ସାହୁ, ସଂପାଦକ ପିତବାସ ସାହୁ, ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ଟ୍ରଷ୍ଟ ଓ ପୂଜା କମିଟିର ପ୍ରମୁଖ କର୍ମକର୍ତା ଓ ସଭ୍ୟ ଯଥା- ଉଦୟ ନାଥ ବେହେରା, ବୀରବର ସାହୁ, ଲୋକନାଥ ମହାପାତ୍ର, ଦୟାନିଧ୍ବ ବେହେରା, ଶ୍ରୀକାନ୍ତ କୁମାର ମହାପାତ୍ର, ରବିନାରାୟଣ ପଟ୍ଟନାୟକ, ନରେନ୍ଦ୍ର କୁମାର ସାହୁ, ସୁବ୍ରତ କୁମାର ସାହୁ, ରଂଜନ ରାଉଳ, ପବିତ୍ର ପ୍ରସାଦ ସାହୁ, ଲିଆଜ୍ ଅଲ୍ଲି, ବେଣୁଧର ସାହୁ, ହେମନ୍ତ କୁମାର ପଟ୍ଟନାୟକ, ଗିରିଜା ଶଙ୍କର ସାହୁ, କୃଷ୍ଣଚନ୍ଦ୍ର ଦେବତା, ରାଜେନ୍ଦ୍ର ଦାସ, ଚନ୍ଦନ ପାତ୍ର, ପ୍ରଫୁଲ୍ଲ କୁମାର ସାହୁ, ଚିଲା ସାହୁ, ଭରତ କୁମାର ଦାସ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ମୀନା ବଜାର ମଉଡମଣି ରାଜଲକ୍ଷ୍ମୀଙ୍କର ପୂଜା ଚଳିତ ବର୍ଷ ୮୦ ବର୍ଷ ପୂର୍ଣ୍ଣ କରିବ । ଶେଷରେ ଶ୍ରଦ୍ଧାଳୁମାନେ ପ୍ରସାଦସେବନ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଇଏସ୍ଆଇସି ମେଡିକାଲ କଲେଜ ଓ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ ନେଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଦାବିପତ୍ର

Sunil Chandra Nayak

ମଧୁବୈଶ୍ୟ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

masiha

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

Leave a Comment

error: Content is protected !!