ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ନିକଟରେ ଆଇନଜୀବୀଙ୍କ ବହୁଦିନର ଦାବି ସଫଳ ହେଲା

ଜିଲ୍ଲାପାଳଙ୍କ ନିକଟରେ ଆଇନଜୀବୀଙ୍କ ବହୁଦିନର ଦାବି ସଫଳ ହେଲା

ବାଲେଶ୍ଵର,୨୬/୯/୨୩- ବାଲେଶ୍ଵର ଜିଲ୍ଲାରେ ଜୁଡିସିଆଲ ହବ୍ ପ୍ରତିଷ୍ଠା ନିମନ୍ତେ ସ୍ଥାନକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ଦ୍ବନ୍ଦ ଆଜି ଦୂର ହୋଇଛି । ବିବରଣୀରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲାରେ ଜୁଡିସିଆଲ ହବ୍ ପ୍ରତିଷ୍ଠା ନେଇ ସରକାରଙ୍କ ନିର୍ଦ୍ଦେଶ ଥିଲେ ହେଁ ଆଜି ଯାଏଁ ସ୍ଥାନ ନିରୂପଣ ହୋଇ ପାରୁନଥିଲା । ବାଲେଶ୍ଵର ବାରର ଓକିଲ ସଂଘ ଜିଲ୍ଲା କୋର୍ଟ ଭିତରେ ଜୁଡିସିଆଲ ହବ୍ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ବାଲେଶ୍ଵର ଜିଲ୍ଲାପାଳ, ବାଲେଶ୍ଵର ଜିଲ୍ଲା ଦୌରାଜଜ୍, ରେମୁଣା ତହସିଲ ଅଧିନସ୍ଥ ବିଦ୍ଯାଧରପୁର ଗ୍ରାମରେ ପ୍ରତିଷ୍ଠା କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇ ଜମି ଅଧିଗ୍ରହଣ କରି ସାରିଥିଲେ । ଅଦ୍ଯ ତା ୨୬/୯/୨୩ ରିଖ ବାଲେଶ୍ଵର ଓକିଲ ସଂଘର ସଂପାଦକଙ୍କ ସମେତ ଅନେକ ଆଇନଜୀବୀ ଜିଲ୍ଲାପାଳଙ୍କୁ ଭେଟି ଏବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବାଲେଶ୍ଵରରେ କୋର୍ଟ ପ୍ରତିଷ୍ଠା ନହୋଇ ରେମୁଣା ବିଦ୍ଯାଧରପୁରରେ ପ୍ରତିଷ୍ଠା ହେଲେ ସମଗ୍ର ବାଲେଶ୍ଵର ଜିଲ୍ଲାବାସୀ, ସମସ୍ତ ଆଇନଜୀବୀ, ଭେଣ୍ଡର, ମୋହରିର ଓ ମହକିଲ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଓକିଲ ସଂଘ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲା । ଶେଷରେ ଓକିଲ ସଂଘର ଦୀର୍ଘଦିନର ଦାବିକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ହୃଦବୋଧ କରି ବିଦ୍ଯାଧରପୁର ପରିବର୍ତ୍ତେ କୋର୍ଟ ହତା ମଧ୍ୟରେ ଜୁଡିସିଆଲ ହବ୍ ପ୍ରତିଷ୍ଠା କରିବାକୁ ଆଦେଶ କରିବେ ବୋଲି ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ଦେଲେ ବୋଲି ଆଇନଜୀବୀ ସନାତନ ନନ୍ଦ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

masiha

ଶିକ୍ଷା ସଚେତନ ରଥର ଶୁଭାରମ୍ଭ 

Sunil Chandra Nayak

ମାଣିକପୁର ପଞ୍ଚାୟତରେ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!