ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା
ଅକ୍ଟୋବର ୪ ତାରିଖ ୨୦୨୩ ଦିନ ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ ଡାକରା

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବୀ ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ କ୍ରମେ ଆଜି ୩୩ ଦିନ ହେବ ବିଭିନ୍ନ ସାମାଜିକ, ରାଜନୈତିକ ଓ କଲେଜ ଛାତ୍ରଛାତ୍ରୀ ସମର୍ଥନ ଜଣାଇ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ରେ ବସିଥିବା ବେଳେ ଗତକାଲି ଗୋଲାମୁଣ୍ଡା ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଆବାହକ ତୁଷାର ରଞ୍ଜନ ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ, ଲକ୍ଷ୍ମୀକାନ୍ତ ବାଗ,ଗୋଲାମୁଣ୍ଡା ସରପଞ୍ଚ ସଙ୍ଘ ସଭାପତି ପୁରୁଷୋତ୍ତମ ରାଉତ, ଜନ ସଂଗ୍ରାମ ସମିତି ର ସଭାପତି ସାଉଲ ମଙ୍ଗରାଜ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ପ୍ରଦୀପ ପଣ୍ଡା ଭୂଷବ ନାଏକ, ନକୁଳ ବିଶି ସନ୍ତୋଷ ପାଢ଼ୀ, ରତନ ନାଏକ,ଗୋବିନ୍ଦ ଜାଲ,ନିରଞ୍ଜନ ସେଠି, ଅନାଦି ରାଉତ, ପୂର୍ଣ୍ଣ ପୂଝରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖ ୨୦୨୩ ଦିନ ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ଆଲୋଚନା ହୋଇଥଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରଥଯାତ୍ରା ପାଇଁ ପ୍ରସ୍ତୁତ ବୈଠକ 

masiha

କାହ୍ନୁ ଚରଣ ସାହୁ ପାଇଲେ “ତାରିଣୀ ଶବ୍ଦ ଭାରତୀ ସମ୍ମାନ”

masiha

ଖଡ଼ିଆଳରେ ମହାବନ୍ଦ ସଫଳ 

masiha

Leave a Comment

error: Content is protected !!