ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କାଜୁ ବାଡ଼ରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାପଡାହାଣ୍ଡି,29/9, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ଠାରେ ଶୁକ୍ରବାର କାଜୁ ବାଡ଼ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି | ତାଙ୍କ ନାମ ମକରନ୍ଦ ଗୌଡ଼ | ତାଙ୍କ ଘର କୋଷାଗୁମୁଡା ବ୍ଲକରେ,ସେ ଗତ ଦୁଇ ମାସ ହେଲା ଡେଙ୍ଗାଗୁଡା ନିଜ ଶଶୁର ଘରେ ଆସିକି ରହୁଥିଲେ | ସକାଳୁ ଗ୍ରାମବାସୀ କାଜୁ ବାଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖି କୋଡ଼ିଙ୍ଗା ପୋଲିସକୁ ଖବର ଦେଇଥିଲେ | ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି କେସ ନମ୍ବର 22/23ରେ ରୁଜୁ କରି ଶବ ବ୍ୟାବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ତେବେ ତାଙ୍କ ମାନସିକ ସ୍ଥିତି ଠିକ ନ ଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜାତିକୁ ଆକ୍ଷେପ କରି ଗାଳିଗୁଲଜ ଅଭିଯୋଗ, ଥାନାରେ ଏତଲା

କଳାହାଣ୍ଡି ରେ ଚାଞ୍ଚଲ୍ୟ , ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

Leave a Comment

error: Content is protected !!