ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

ସପ୍ତମ ଦିନରେ ଫୁଟବଲ ମହାକୁମ୍ବ

ନୂଆପଡା,// ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ଉଦ୍ୟମ ଏବଂ ଖଡ଼ିଆଳ କ୍ରିକେଟ ଏଣ୍ଡ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦିବାରାତ୍ର ଫୁଟବଲ ମହାକୁମ୍ଭ ର ସପ୍ତମ ଦିନ l ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଡ଼ିଆଳ ଏନଏସି ଦୁଇ ଗୋଟି ଦଳ ସମେତ ଖଡ଼ିଆଳ, ସିନାପାଲି ଏବଂ ଖଡ଼ିଆଳ ବ୍ଲକ ର ୭୦ ଗୋଟି ଦଳ ଭାଗ ନେଇଥିବା ବେଳେ ରବିବାର ମୋଟ ୬ ଗୋଟି ଖେଳ ହୋଇ ଥିଲା l ସପ୍ତମ ଦିନ ର ପ୍ରଥମ ଖେଳ ସିନାପାଲି ବ୍ଲକ ର ଲିଟିଗୁଡା ଏବଂ ରାଣିମୁଣ୍ଡା ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାଣିମୁଣ୍ଡା ଦଳ ୨ ୦ ଗୋଲ ବ୍ୟବଧାନ ରେ ବିଜୟୀ ହୋଇଥିଲା l ସେହିପରି ଦ୍ଵିତୀୟ ମ୍ୟାଚ ରେ ଖଡ଼ିଆଳ ବ୍ଲକ ବାଦୀ ଦଳ କୁ ବରଗାଁ ଦଳ ଏକ ଗୋଲ ଦେଇ ବିଜୟୀ ହୋଇଥିଲା l ତୃତୀୟ ମ୍ୟାଚ ବୋଡେ଼ନ ବ୍ଲକ ର ଲର୍କା ଏବଂ ଖଡ଼ିଆଳ ବ୍ଲକ ର ଲାଞ୍ଜି ପଂଚାୟତ ମଧ୍ୟ ରେ ହୋଇ ଥିଲା l ଦୁଇ ଦଳ ନିର୍ଦ୍ଧାରିତ ସମୟ ମଧ୍ୟ ରେ ଖେଳ ପ୍ରଦର୍ଶନ ବରାବର ସ୍ଥିତି କୁ ଥିବା ବେଳେ ପେନାଲଟି ସୁଟ ଜରିଆ ରେ ଲାଞ୍ଜି ଦଳ ୨ -୦ ଗୋଲ ବ୍ୟବଧାନ ରେ ବିଜୟୀ ହୋଇଥିଲା l ସେହିପରି ଚତୁର୍ଥ ମ୍ୟାଚ ସିନାପାଲି ବ୍ଲକ ର କେନ୍ଦୁମୁଣ୍ଡା ଏବଂ ଦୋହେଲପଡା ମଧ୍ୟ ରେ ହୋଇଥିଲା l ଦୋହେଲ ପଡା ୧-0 ଗୋଲ ରେ ବିଜୟୀ ହୋଇଥିଲା ସେହିପରି ପଞ୍ଚମ ମ୍ୟାଚ ବୋଡେ଼ନ ବ୍ଲକ ର ପଲସଦା ଏବଂ ସିନାପାଲି ବ୍ଲକ ର ଭରୁଆମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସପ୍ତମ ଦିନର ଅନ୍ତିମ ମ୍ୟାଚ ସିନାପାଲି ବ୍ଲକ ର ନୂଆପଡା ଏବଂ ଖଡ଼ିଆଳ ବ୍ଲକ ର ବଡ଼ଦୋହେଲ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା l

ସପ୍ତମ ଦିନରେ ଅତିଥି ଭାବରେ ଖଡ଼ିଆଳ ର ପ୍ରତିଷ୍ଟିତ ବ୍ୟବସାୟୀ ବିନୋଦ ଅଗ୍ରୱାଲ, ବଡ଼ଦୋହେଲ ସରପଞ୍ଚ ସନ୍ତୋଷ ମିଶ୍ର, ବରଗାଁ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ, ପଲସଦା ସରପଞ୍ଚ ଚାତୁରୀ ବେହେରା, ଭରୁଆମୁଣ୍ଡା ସରପଞ୍ଚ ମହେନ୍ଦ୍ର ମାଝୀ, ପୂର୍ବତନ ଫୁଟବଲ ଖେଳାଳ ମନସୁର ମହାନନ୍ଦ,ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ନନ୍ଦ,ସାମ୍ବାଦିକ ବିମଳ ସିଂ ଦଳପତି ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ମହାକୁମ୍ଭ କୁ ଆୟୋଜନ କରିବାରେ ସମ୍ପାଦକ ଛବି ସାଗର, ଜିତେନ୍ଦ୍ର ନାଥ ପଟନାୟକ,ସତପାଳ ସିଂ ଛାବଡା,ବିନୋଦ ଦୁରିଆ, ସାନ ଜଗତ, ବଡ଼ ଜଗତ, ହୀରାଲାଲ ମେହେର, ରୁପେଶ ଛତ୍ରିଆ, ତନ୍ମୟ ବାଗ, ପାର୍ଥବ ବାଗ, ଅଶୋକ ବାରିକ,ଅମିତାଭ ପଟେଲ, ଅମୁଲ୍ୟ ବାରିକ,ତାପସ ପତି, ଟୁନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଅର୍ଜୁନ ଛତ୍ରିଆ, ଗଙ୍ଗାଧର ମହାଉତି, ସୁନୀଲ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମାପନ

Sunil Chandra Nayak

ଚନ୍ଦ୍ରଶେଖରପୁର କ୍ରିକେଟ ଟ୍ରୁନାମେଣ୍ଟ ଉଦଯାପିତ , ଇଲେଭେନ ଷ୍ଟାର କପିଳାସ ଚମ୍ପିୟାନ

Sunil Chandra Nayak

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

masiha

Leave a Comment

error: Content is protected !!