ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ ଅଫିସ୍, ଗ୍ରାମ ପଞ୍ଚାୟତ, ସଂଘ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି l ତେରେସିଂହା ଗ୍ରାମର କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି l ଏହି ଅବସରରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ, ଜାତୀୟ ସେବା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ, ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦର ରଣା ପ୍ରମୁଖ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଜାତୀୟ ସେବା ସ୍ଵେଚ୍ଛାସେବୀ ମାନଙ୍କ ସମେତ ଚମ୍ପୁଲାଲ ରଣା, ଡୋଳେଶ୍ୱର ରଣା ସହଯୋଗ କରିଥିଲେ l 

ସେହିପରି ରେଗଡ଼ା ଗ୍ରା.ପ.ର ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଓ ସ୍ୱଚ୍ଛତା ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସଂଘ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ସଭାପତି ଶ୍ରୀ ସିମଞ୍ଚଲ୍ ସହୁ, ସମ୍ପାଦକ ଅଶୋକ ସାହୁ, ସହ ସମ୍ପାଦକ ଜଳନ୍ଧର ସାହୁ, ସଫଳ ଚାଷୀ ତରୁଣୀ ସାହୁ, ଲିଙ୍ଗରାଜ ସାହୁ, ମାଧବୀ ସାହୁ, ପୂର୍ଣ୍ଣମୀ ସାହୁ ଯୋଗଦେଇଥିବା ବେଳେ ସମସ୍ତ ସଦସ୍ୟ, ସ୍କୁଲ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ଅତିଥି ମାନେ ଗାନ୍ଧୀ ଙ୍କ ବିଷୟରେ କହିବା ସହ ସ୍ୱଚ୍ଛତା ଦିବସ ପାଳନ ଗୁରୁତ୍ଵ ବିଷୟରେ ବୁଝାଇଥିଲେ l ସମ୍ପାଦକ ଅଶୋକ ସାହୁ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ଜଳନ୍ଧର ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

ଇସ୍କନ ର ଶ୍ରୀଜଗନ୍ନାଥ ଙ୍କ ଅଦିନିଆ କାର୍ଯ୍ୟକ୍ରମ ବିରୋଧରେ କ୍ଷୋଭ 

ବ୍ଲକ ଅଧ୍ୟକ୍ଷ ଓ ବିଡିଓ ଘରେ ଘରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ,ସମସ୍ୟା ସମାଧାନର ପ୍ରତିଶୃତି ଦେଲେ

Leave a Comment

error: Content is protected !!