ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର କେ ଜୁନିୟର କଲେଜରେ ମତଦାତା କର୍ମଶାଳା

ଆର କେ ଜୁନିୟର କଲେଜରେ ମତଦାତା କର୍ମଶାଳା

  ମୟୂରଭଞ୍ଜ -୨/୧୦ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଅର.କେ. ଜୁନିଅର କଲେଜ ରେ “ନୂତନ ମତଦାତାଙ୍କ ନିମନ୍ତେ ଏକ କର୍ମଶାଳା” ଆୟୋଜିତ ହୋଇଯାଇଛି। ୨୦୨୪ ମସିହାରେ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନୂତନ ମତଦାତା ବା ନୂଆ ଭୋଟରମାନେ କିପରି ସକ୍ରିୟ ଭାବେ ଅଂଶଗ୍ରହଣ କରିବେ, କିପରି ନୂଆ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରିପାରିବେ ଏବଂ ନିର୍ବିଘ୍ନରେ ଭାରତର ଗାଣତନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇପାରିବେ, ଏଥିନେଇ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏଥିରେ କଲେଜର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାଯାଇଛି।କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀ ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବି.ଏଲ.ଓ. ରସାନନ୍ଦ ବେହେରା, ସି.ପି. ରବୀନ୍ଦ୍ରନାଥ ହେମ୍ବ୍ରମ ଓ GPEO ବିଶ୍ଵନାଥ ମାରାଣ୍ଡି ପ୍ରମୁଖ ପିଲାଙ୍କୁ ଏ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଅଧ୍ୟାପକ ଅଜୟ କୁମାର ଗିରି, ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ରୂପ ନାରାୟଣ ମଝି, ଅନୀଲ କୁମାର ଗିରି, ଶଶିକାନ୍ତ ନନ୍ଦ, ସଂଜୀବ କୁମାର ଗିରି, ରମାକାନ୍ତ ପତ୍ର, ପ୍ରହଲ୍ଲାଦ କୁମାର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଭୂମିକା ନେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆପାତକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ

masiha

କର୍ମକ୍ଷେତ୍ରରୁ ଅବସର ଗ୍ରହଣ କଲେ ରାଉରକେଲା ସିଡିପିଓ ଶ୍ରୀମତୀ ଦର୍ଶନୀ ଏକ୍କା

Sunil Chandra Nayak

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

masiha

Leave a Comment

error: Content is protected !!