ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର କେ ଜୁନିୟର କଲେଜରେ ମତଦାତା କର୍ମଶାଳା

ଆର କେ ଜୁନିୟର କଲେଜରେ ମତଦାତା କର୍ମଶାଳା

  ମୟୂରଭଞ୍ଜ -୨/୧୦ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଅର.କେ. ଜୁନିଅର କଲେଜ ରେ “ନୂତନ ମତଦାତାଙ୍କ ନିମନ୍ତେ ଏକ କର୍ମଶାଳା” ଆୟୋଜିତ ହୋଇଯାଇଛି। ୨୦୨୪ ମସିହାରେ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନୂତନ ମତଦାତା ବା ନୂଆ ଭୋଟରମାନେ କିପରି ସକ୍ରିୟ ଭାବେ ଅଂଶଗ୍ରହଣ କରିବେ, କିପରି ନୂଆ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରିପାରିବେ ଏବଂ ନିର୍ବିଘ୍ନରେ ଭାରତର ଗାଣତନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇପାରିବେ, ଏଥିନେଇ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏଥିରେ କଲେଜର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ଜଣାଯାଇଛି।କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀ ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବି.ଏଲ.ଓ. ରସାନନ୍ଦ ବେହେରା, ସି.ପି. ରବୀନ୍ଦ୍ରନାଥ ହେମ୍ବ୍ରମ ଓ GPEO ବିଶ୍ଵନାଥ ମାରାଣ୍ଡି ପ୍ରମୁଖ ପିଲାଙ୍କୁ ଏ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଅଧ୍ୟାପକ ଅଜୟ କୁମାର ଗିରି, ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ରୂପ ନାରାୟଣ ମଝି, ଅନୀଲ କୁମାର ଗିରି, ଶଶିକାନ୍ତ ନନ୍ଦ, ସଂଜୀବ କୁମାର ଗିରି, ରମାକାନ୍ତ ପତ୍ର, ପ୍ରହଲ୍ଲାଦ କୁମାର ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଭୂମିକା ନେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶୌଚ ସାରି ଫେରୁଥିବା ବେଳେ ବଜ୍ରପାତରେ ନାବାଳିକା ମୃତ,ଜଣେ ଗୁରୁତର

masiha

ଜଙ୍ଗଲ ଜମି ପଟ୍ଟା ଦାବିରେ ଧର୍ମଗଡ଼ ଉପଖଣ୍ଡ ସ୍ତରିୟ ହିତାଧିକାରୀ କେଗାଁ ରେଞ୍ଜର ଅଫିସରେ ଆମରଣ ଅନଶନ

Sunil Chandra Nayak

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୨ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୫ ପାଳିତ 

masiha

Leave a Comment

error: Content is protected !!