ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁର ଅନେକ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ବନ୍ଧୁଗାଁର ଅନେକ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ 

ବନ୍ଧୁଗାଁ ତା,୨/୧୦/୨୩  // ବନ୍ଧୁଗାଁ ବ୍ଳକର ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ସମେତ ତେରଗୋଟି ପଞ୍ଚାୟତ,ବନ୍ଧୁଗାଁ ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ମଧ୍ୟ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସରକାରୀ ଅଧିକାରୀ, ଏହି ଅନୁଷ୍ଠାନରେ କର୍ମକର୍ତ୍ତା ଓ ସ୍କୁଲ ର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ ମିଶି ଆଖପାଖ ଅଞ୍ଚଳରେ ସଫେଇ କରିବା ସହ ସ୍ଵଚ୍ଛତା ଉପରେ ଗୁରୁତ୍ଵାରୋପ କରିଥଲେ । ବନ୍ଧୁଗାଁ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ସରକାରୀ ଓ ବେଶରକାରୀ ଏବଂ ରାସ୍ତା ପାର୍ଶ୍ଵ ମାନଙ୍କରେ ସ୍ଵଛତା ଅଭିଯାନ କରିଥିଲେ I ଗାରିଡି ପଞ୍ଚାୟତର ଗାରିଡି ଗ୍ରାମର ବିଦ୍ୟାଳୟ ପରିସର ଠାରେ ପଢି ରହିଥିବା ମଇଳା ଆବର୍ଜନା ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସାରଥୀ ରାଜୁ,ମକର ଧ୍ଵଜ ଖରା,ଓ ବନ୍ଧୁଗାଁ ପଞ୍ଚାୟତର ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ସମସ୍ତ ସରକାରୀ କର୍ମଚାରି ମେଡିକାଲ ପରିସର ସଫେଇ କରିଥିଲେ ଓ ବଡ଼ ସରପୋଲୀ ପଞ୍ଚାୟତର ପଞ୍ଚାୟତ ପରିସର ଠାରେ ପୂର୍ବତନ ୱାର୍ଡ ସଭ୍ୟ ଶ୍ରୀ ମତି ପୁଷ୍ପାଞ୍ଜଳି କାଡ୍ରାକା ଅନ୍ୟାନ୍ୟ ଉପସ୍ଥିତ ହାତରେ ଝାଡୁ ଧରି ସ୍ଵଚ୍ଚ ଭାରତ ଅଭିଯାନର ସ୍ଵଚ୍ଚତା କରିଥିବାର ଦେଖୁବାକୁ ମଳିଛି I ସ୍ଥାନୀୟ ପଞ୍ଚାୟତ ସମ୍ପ୍ରସାରଣ ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନ ସହଯୋଗରେ ଆଖପାଖ ଅଞ୍ଚଳର ଗାଁ କଲ୍ୟାଣ ସମିତିର ସଦସ୍ୟଙ୍କୁ ନେଇ ପଞ୍ଚାୟତର ଆଖପାଖ ଅଞ୍ଚଳରେ ସଫେଇ କରି ଗ୍ରାମବାସୀଙ୍କୁ ସ୍ଵଚ୍ଛତା ବାବଦରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ବାପନପଲ୍ଲୀ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ତାରକନାଥ ସାନା, ମମତା ମାତୃ ଓ ଶିଶୁ ସ୍ଵାସ୍ଥ୍ଯ ସଂଗଠନର କର୍ମକର୍ତ୍ତା ସମେତ ୭୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିଜ ନିଜ ଅଞ୍ଚଳକୁ ସଫେଇ କରିବା ପାଇଁ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମ କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

masiha

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

ବଡ ଏକାଦଶୀ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ବାବା ଖଟ୍ଟୁ ଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ

masiha

Leave a Comment

error: Content is protected !!