ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚଭୂତ ରେ ଲୀନ ହେଲେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା

ପଞ୍ଚଭୂତ ରେ ଲୀନ ହେଲେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା

 ମୟୂରଭଞ୍ଜ -୩/୧୦ ( ମସିହା)ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା ମାସେ ହେଲା ଶାରିରୀକ ଅସୁସ୍ଥ ଥିଲେ ।ସୋମବାର ବିଳମ୍ବିତ ରାତିରେ ତାଙ୍କର ଭୁବନେଶ୍ଵରର ଘରୋଇ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।ସେ ଜଣେ ଦକ୍ଷ ପ୍ରଶାସକ, ମିଷ୍ଟଭାଷୀ, ଜଗନ୍ନାଥ ସଂସ୍କୃତି ପ୍ରେମୀଦାୟିତ୍ଵ , ମେଳାପି, ସମସ୍ତଙ୍କୁ ନେଇ କାମ କରିବା ଏବଂ ଦାୟିତ୍ଵ ସଂପନ୍ନ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁରେ ରାଇରଙ୍ଗପୁର ସହରରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଭାବେ ଦୁଇ ବର୍ଷ ୩ ମାସ ଦାୟିତ୍ବ ତୁଲାଇଥିଲେ । ସେ ବୃକ୍ଷ ରୋପଣକୁ ଗୁରୁତ୍ବ ଦେଇଥିଲେ । ତାଙ୍କ ସମୟରେ ସେ ଜାତୀୟ ରାଜପଥ ରାଞ୍ଚି -ଵିଜୟଓ୍ବାଡା ୨୨୦ ନମ୍ବରର ଯଶିପୁର – ରାଇରଙ୍ଗପୁର ର ମାଛ କାନ୍ଦଣା ଘାଟିର ଡଆଇଭର୍ସନ ରାସ୍ତାକୁ ଷ୍ଟେଜ -୨ କ୍ଲିୟରାନ୍ସ କରାଇଥିଲେ ।ସେହିଭଳି ଜାତୀୟ ରାଜପଥ ୪୯ ନମ୍ବର ଦୁଆରଶୁଣି ଵାମନଘାଟିର ଡାଇଭର୍ସନ ରାସ୍ତାକୁ ଫରେଷ୍ଟ କ୍ଲିୟରାନ୍ସ ଷ୍ଟେଜ ୧ ରେ ପହଞ୍ଚି ଦେଇଛନ୍ତି । ଯାହାକି ଭବିଷ୍ୟତରେ ସମୟ ମନେ ରଖିଥିବ ।ସେ କର୍ମଚାରୀଙ୍କ ଦୁଃଖସୁଖର ସାଥୀ ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ରାଇରଙ୍ଗପୁର ବନ ବିଭାଗର ଏସିଏଫ ବୈଦ୍ୟନାଥ ମାଝୀ, ସତ୍ୟବ୍ରତ ପଟ୍ଟନାୟକ , ରେଞ୍ଜର ରମାକାନ୍ତ ମାଝୀ,ବିଜନ ବରାଳ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିଥିଲେ ।ତାଙ୍କର ଶେଷକୃତ୍ୟ ପୁରୀର ସ୍ଵର୍ଗଦ୍ଵାରରେ କରାଯାଇଥିଲା ।ବଡପୁଅ ପୁଅ ଶୁଭମ ମୁଖାଗ୍ନି ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଖଇରା ଉପ ନିର୍ବନ୍ଧକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ମରୁଡି, ଲୋକ ମାନେ ହିନସ୍ତା

masiha

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

Sunil Chandra Nayak

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସଂକ୍ରାନ୍ତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!