ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘ବିଜ୍ଞାନଜ୍ୟୋତି’ ରେ ବିଭିନ୍ନ ସରକାରୀ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ STEM ରେ ଅଂଶଗ୍ରହଣ ପାଇଁ ନାମ ପଞ୍ଜିକରଣ 

ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘ବିଜ୍ଞାନଜ୍ୟୋତି’ ରେ ବିଭିନ୍ନ ସରକାରୀ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ମାନଙ୍କୁ STEM ରେ ଅଂଶଗ୍ରହଣ ପାଇଁ ନାମ ପଞ୍ଜିକରଣ 
ଏଥିରେ ପ୍ରୋତ୍ସାହନ ରାଶି (ବିଦ୍ୟାବୃତ୍ତି) ରହିଛି ୧୨ ହଜାର ଟଙ୍କା 

ରୁପ୍ରା, ୪/୧୦ (ମନିସ) : ସାମ୍ପ୍ରତିକ ସମୟରେ ସାଧାରଣତଃ ଝିଅମାନଙ୍କର STEM (Science,Technology, Engineering and Mathematics ) ବିଜ୍ଞାନ, ଗଣିତ, ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରୀ ପାଠରେ ଅଂଶଗ୍ରହଣ ପାଇଁ ଉଦାସୀନତାକୁ ଦୃଷ୍ଟିରେ ରଖି ଶିକ୍ଷାମନ୍ତ୍ରାଳୟ ତରଫରୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଦ୍ୱାରା ‘ବିଜ୍ଞାନଜ୍ୟୋତି’ ନାମକ ଏକ କାର୍ଯ୍ୟକ୍ରମ ବିଗତ ଚାରିବର୍ଷ ହେଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ପରିଚାଳିତ କରାଯାଉଛି l ଏଥିରେ ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସମେତ ସମସ୍ତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ଦଶମ ଓ ଦ୍ୱାଦଶ ଛାତ୍ରୀମାନଙ୍କର ନାମ ତାଲିକାଭୁକ୍ତ କରାଯାଉଛି l ଏଥିପାଇଁ ଏହାର ଫାଇଦା ପାଇବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ମାନେ ଜବାହର ନବୋଦୟ ବିଦ୍ୟାଳୟ, ନର୍ଲା, କଳାହାଣ୍ଡିରେ ଯୋଗାଯୋଗ କରିବାକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ତାମଣି ଦ୍ୱିବେଦୀ ସୂଚନା ପ୍ରଦାନ କରିଛନ୍ତି। ‘ବିଜ୍ଞାନଜ୍ୟୋତି’ କାର୍ଯ୍ୟକ୍ରମରେ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନଙ୍କର ପ୍ରୋତ୍ସାହନ ନିମନ୍ତେ ପ୍ରତିବର୍ଷ ୧୨ ହଜାର ଟଙ୍କା ବିଦ୍ୟାବୃତ୍ତି ଦିଆଯାଉଛି l ସେମାନଙ୍କୁ ସାଧନ ସାମଗ୍ରୀ ଓ ଅଧ୍ୟୟନ ସାମଗ୍ରୀ ମଧ୍ୟ ଦିଆଯାଉଛି l ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନଙ୍କୁ ବିଭିନ୍ନ ବିଜ୍ଞାନ, ଗଣିତ ଏବଂ ଇଞ୍ଜିନିଅରିଙ୍ଗ ଗତିବିଧିରେ ସାମିଲ କରାଯାଉଛି l ସେମାନଙ୍କୁ ଉଦ୍ଭିଦ ଉଦ୍ୟାନ, ପ୍ରାଣୀ ଉଦ୍ୟାନ, ପ୍ଲାନେଟୋରିୟମ ଓ ଜ୍ଞାନାର୍ଜନ ସ୍ଥଳକୁ ପରିଦର୍ଶନ ପାଇଁ ନିଆଯାଉଛି l ଅଭିଜ୍ଞ ଅତିଥି ବିଷୟ ଅଧ୍ୟାପକ ମାନଙ୍କ ମାଧ୍ୟମରେ ଛାତ୍ରୀମାନଙ୍କର ବିଷୟ ପ୍ରତି ଥିବା ସଂଶୟ ଦୂର ଏବଂ ଉନ୍ନତ ଆଜୀବିକା ପାଇଁ ପରାମର୍ଶ ଦିଆଯାଉଛି l ଏଥିପାଇଁ ବିଦ୍ୟାଳୟ ପରିସରରେ ଏହି ବାବଦରେ ଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଦ୍ୱିବେଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ବି. ସି. ରାଓ, ଶ୍ରୀ କମଳ କୁମାର ଓ ଶ୍ରୀ ମୁରଲୀଧର ଦାସଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’ ୫୭୫.୭୭ କୋଟି ଟଙ୍କାର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ

masiha

ପ୍ରକାଶ ପାଇଲା ଅଘୋଷିତ କବିତା ଫଳାଫଳ, ପ୍ରଥମ ସ୍ଥାନରେ ଗଞ୍ଜାମ

masiha

ଦକ୍ଷିଣ ପୂର୍ବ ରେଳବାଇ ଏ ଡି ଆର ଏମ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

Leave a Comment

error: Content is protected !!