ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ୱହିନ୍ଦୁ ପରିଷଦ ର ସୌର୍ଯ୍ୟ ଜାଗରଣ ରଥଯାତ୍ରା

ବିଶ୍ୱହିନ୍ଦୁ ପରିଷଦ ର ସୌର୍ଯ୍ୟ ଜାଗରଣ ରଥଯାତ୍ରା

ଚନ୍ଦାହାଣ୍ଡି -(ଦିଲୀପ ଦାସ ) ବିଶ୍ୱହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ସୌର୍ଯ୍ୟ ଜାଗରଣ ରଥ ଗତ 28 ତାରିଖ ରୁ ବାହାରି ମଙ୍ଗଳବାର ସନ୍ଧ୍ୟା ରେ ଚନ୍ଦାହାଣ୍ଡି ସହର ରେ ପହଂଚି ଥିଲା l ଚନ୍ଦାହାଣ୍ଡି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର କାର୍ଯକର୍ତ୍ତା ଉପସ୍ଥିତ ରହି ରଥ କୁ ସ୍ୱାଗତ କରିବା ସହ ଶ୍ରୀରାମ ଙ୍କ ପୂଜାର୍ଚନା କରିଥିଲେ l ରଥ ପ୍ରଥମେ ଦେଓବନ୍ଧ ରୁ ବାହାରି ଫଟକି, କୋଇଲିମୁଣ୍ଡା, ଅନକାବେଡା,ଦେଇ ଚନ୍ଦାହାଣ୍ଡି ରେ ପହଂଚି ଥିଲା l ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଧର୍ମ ସଭାରେ ସୌର୍ଯ ରଥଯାତ୍ରା ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ l ନବରଙ୍ଗପୁର, ମାଲକାନଗିରି ସଙ୍ଘ ବିଭାଗ ପ୍ରଚାରକ ମହେଶ୍ୱର ଭତ୍ରା, ହିରଣ୍ୟ ଗୌଡ଼, ମହେନ୍ଦ୍ର ନାୟକ, ଭୋଦେବ ବାଘ, ଲଳିତ ପଟେଲ , ବାଳକୃଷ୍ଣ ମାଝୀ, ଲୋକେଶ ସମରଥ, ଶ୍ରୀକାନ୍ତ ରଥ, ତୁଳସୀ ପଟେଲ, ପରେଶ୍ୱର ମର୍କାମ, ଦେବାଶିଷ ପଟେଲ, ଦୁର୍ଗା ବାହିନୀ ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ପରେ ରଥ ମାଲଗାଁ ଦେଇ ଧର୍ମଗଡ଼ ଯାଇଥିଲା l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରଘୁନାଥପଲ୍ଲୀ କ୍ଷେତ୍ରରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

ରାଜନଗର ଜରିମୂଳରେ ବିଜେପି ପାଳିଲା 150 ତମ ବନ୍ଦେମାତରମ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!