ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସ ନ ପାଇ ରୋଗୀ ହେଲେ ହଟହଟା

ଆମ୍ବୁଲାନ୍ସ ନ ପାଇ ରୋଗୀ ହେଲେ ହଟହଟା

ତେନ୍ତୁଳିଖୁଣ୍ଟି ୦୪/୧୦/୨୩  // ତେନ୍ତୁଳିଖୁଣ୍ଟି ବ୍ଳକର କଂଗରା ପଞ୍ଚାୟତ ର ଦୁଖୁ ଗୁଡା ଗ୍ରାମର ଯୁବତୀ ରୁନୁ ବେସେରା କୁ ବିଷାକ୍ତ ସାପ କାମୁଡିବା ରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସକାଳ ନଅ ଘଣ୍ଟା ସମୟରେ ଆଣିଥିଲେ।ମେଡ଼ିକାଲ ରେ କୌଣସି ଡାକ୍ତର ସମୟ 10 ଟା ହୋଇ ନ ଥିବାରୁ ଆସିନ ଥିଲେ।ମେଡ଼ିକାଲ ର ସୁରକ୍ଷା କର୍ମୀ ଡାକ୍ତର କୁ ରୁମକୁ ଯାଇ ଡାକି ଆଣି ଥିଲେ । ଡାକ୍ତର ଶତପଥୀ ଆସି ଦେଖି ପ୍ରାଥମିକ ଚିକିତ୍ସା କରି ସାଲା ଇ ନ ଲଗେଇ ରେଫର ଜିଲ୍ଲା ମେଡ଼ିକାଲ କୁ ଲେଖି ଦେଇ ମୋ ଡିଉଟି ନାହିଁ ବୋଲି ରୁମ କୁ ଚାଲିଯାଇ ଥିଲେ।ବିଚରା ସାପ କାମୁଡି ଥିବାର ସମ୍ପର୍କୀୟ ମାନେ 108 ନମ୍ବର କୁ କଲ କରି ଥକି ଗଲେ କଲ ରିସିଭ ହେଲା ନାହିଁ ମେଡ଼ିକାଲ ରେ ଥିବା ଏକ 108 ଗାଡି କୁ ବି ଯିବା କୁ କହିବାରୁ ମନା କରି ଦେଇଥିଲା।ବାଧ୍ୟ ହୋଇ ନିଜ ମଟର ସାଇକେଲ ରେ ସାଲା ଇନ ଲଗେଇଥିବା ସହ ମଟର ସାଇକେଲ ରେ ଗୁରୁତର ଥିବା ମହିଳା ଙ୍କୁ ନବରଙ୍ଗପୁର କୁ ନେଇଥିଲେ।ସରକାର ରୋଗୀ କୁ ଲାଗି ଆମୁଲାନ୍ସ ର ବ୍ୟବହାର  ପାଇଁ ବ୍ୟବସ୍ଥା ରହିଛି ମାତ୍ର 108 ନମ୍ବର କୁ ଫୋନ ରେ ଅନୁମତି ମିଳିଲେ ହି ଯିବ ଗାଡି  ଏହା ଏକ ସରକାର ଙ୍କ ବିଚିତ୍ର ବ୍ୟବସ୍ଥା।ଏ ବିଷୟରେ  ଡାକ୍ତର ସମଳାଇ ପଣ୍ଡା କୁ ପଚାରିବାରୁ କହିଲେ ଆମ ମେଡ଼ିକାଲ ରେ ଯାହା ଚିକିତ୍ସା କରିବାର ତାହା କରିଥିଲୁ ଗୁରୁତର ଥିବାରୁ ନବରଙ୍ଗପୁର ମେଡ଼ିକାଲ କୁ ରେଫର କରିଥିଲୁ ।108 ଗାଡ଼ି ର ଯାହା ନିୟମ ରହିଛି ଏମାନେ ଅପେକ୍ଷା ନ କରି ମଟର ସାଇକେଲରେ ନେଲେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ସିଆରପି ମାନଙ୍କୁ ତାଲିମ

Sunil Chandra Nayak

ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ପକ୍ଷରୁ ୩ ପରିବାରଙ୍କୁ ସହାୟତା ପ୍ରଦାନ

ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦଘାଟନ

masiha

Leave a Comment

error: Content is protected !!