ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ସଡକ ଦୁର୍ଘଟଣାରେ ୩ଗୁରୁତର।। ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି।l

ଧର୍ମଗଡ:ସଡକ ଦୁର୍ଘଟଣାରେ ୩ଗୁରୁତର।।

ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି।l

    ଧର୍ମଗଡ଼ ଥାନା ଅନ୍ତର୍ଗତ ପିପିଲା ଗ୍ରାମ କ୍ରସର ନିକଟ ବିଜୁ ଏକ୍ସପ୍ରେସ ରାସ୍ତା ରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇ ଥିବା ଜଣାପଡିଛି।ସକାଳ ସମୟରେ ୩ଜଣ ବ୍ୟକ୍ତି ଗୋଟାଏ ମଟର ସାଇକେଲରେ ଧର୍ମଗଡ଼ ଅଭିମୁଖେ ଯାଉଥିଲେ।ଠିକ ଏତିକି ବେଳକୁ ଧର୍ମଗଡ଼ ପଟରୁ ଏକ ଟ୍ରାକ୍ଟର କ୍ରସର ରାସ୍ତା ଅତିକ୍ରମ କରୁଥିଲା।ତେବେ ମଟର ସାଇକେଲ ଚାଲକ ନିଜକୁ କଣ୍ଟ୍ରୋଲ କରି ନ ପାରି ଟ୍ରାକ୍ଟର ପଛ ଚକା ରେ ବାଡେଇ ହୋଇଥିଲେ।ଯାହା ତିନି ଜଣ ସମସ୍ତେ ଛିଟିକି ପଡ଼ିଥିଲେ।ସମସ୍ତେ କୋକସରା ଥାନା ଅନ୍ତର୍ଗତ ଗହନା ମୁଣ୍ଡା ର ସୁରେଶ ଦୁର୍ଗା(୪୦),ଚୈତନ୍ୟ ଖମାରି (୬୦)ଓ ଗୌର ଖମାରି (୫୫)ବୋଲି ଜଣାପଡିଛି।ଗୁରୁତର ଅବସ୍ଥା ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଧର୍ମଗଡ଼ ଡାକ୍ତରଖାନା ନେଇଥିବା ଜଣାପଡିଛି।ତେବେ ଧର୍ମଗଡ଼ ଡାକ୍ତର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ଥିବାରୁ ତିନି ଜଣ କୁ ଜିଲ୍ଲା ଡାକ୍ତର ଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ତିନି ଜଣଙ୍କ ମଧ୍ୟରୁ ସୁରେଶ ଦୁର୍ଗା ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରାକ୍ଟର ଟି ଧର୍ମଗଡ଼ ଅନ୍ତର୍ଗତ କାଶିବାହାଲ ଗ୍ରାମର ଜଣେ ମାଲିକଙ୍କ ବୋଲି କୁହାଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ନାରୀ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା କାର୍ଯ୍ୟ ନିମ୍ନମାନ ର ହେଉଥିବା ସାଧାରଣରେ ଅଭିଯୋଗ 

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ସଡକଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହାୟତା

Leave a Comment

error: Content is protected !!