ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ 

ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ଏକ ରକ୍ତଦାନ ଶିବିର : ୫୦ ୟୁନିଟ୍ ରକ୍ତ ସଂଗୃହୀତ 

କଟକ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୪ତମ ପୁଣ୍ୟ ତିଥିର ସ୍ମୃତି ଚାରଣରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର “ରାଷ୍ଟ୍ରୀୟ ସେବା ଯୋଜନା”ଶାଖା (ଏନ.ଏସ.ଏସ ୱିଙ୍ଗ୍) ଆନୁକୂଲ୍ୟରେ ଆୟୋଜିତ ଶିବିରଟିକୁ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଡ଼.ଆରତୀ ତ୍ରିପାଠୀ ଏବଂ କେନ୍ଦ୍ରୀୟ ରେଡ଼କ୍ରସ୍‌ ବ୍ଲଡ଼ବ୍ୟାଙ୍କର ପରିଚାଳିକା ଡ଼.କନକଲତା ଦେଇଙ୍କ କରକମଳରେ ଉଦ୍‌ଘାଟିତ ହେଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭ ଔପଚାରିକ ସଭା ଓ ବେଦ ପାଠ ହୋଇଥିଲା । “ରାଷ୍ଟ୍ରୀୟ ସେବା ଯୋଜନା”ର ସଂଯୋଜକ ଡ଼କ୍ଟର ବିଶ୍ଵମୋହନ ଜେନା ଇତ୍ୟବସରରେ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ ହୋଇଥିଲେ l ମଞ୍ଚାସୀନ ବରେଣ୍ୟ ସଭ୍ୟ ମଣ୍ଡଳୀଙ୍କ ମଧ୍ୟରୁ ଅଧ୍ୟାପିକା ଡ଼. ରିତା ରାୟ,ବିଦ୍ୟାଳୟ ଏନ.ଏସ.ଏସ ଉପଦେଶ୍ଟା ରୋବିନ ସୋରେନ, ଏସିବି ମେଡିକାଲ ବ୍ଲଡ଼ ବ୍ୟାଙ୍କ୍ ଡାକ୍ତର ସଂଗୀତା ସାମଲ,କଟକ ଏମଡିଓ ବିଶ୍ଵନାଥ ସେଠୀ ଓ ଏନ.ଏସ.ଏସର ପୂର୍ବତନ ସମ୍ପାଦକ ଓ ସାରସ୍ଵତ ସାଧକ ଡ଼.ସେଖ କଲିମୁଲ୍ଲା ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସୂଦକ୍ଷ ପରିଚାଳନା କରିଥିଲେ ବିଦ୍ୟାଳୟ ଏନ.ଏସ.ଏସ କାର୍ଯ୍ୟକ୍ରମ ଅଧିକାରୀ ଶିବପ୍ରସାଦ ମିଶ୍ର । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଦୁନିଆକୁ ରାଧାଙ୍କ ଆଖିରେ ଦେଖିଲେ ଦୁନିଆ କୃଷ୍ଣ ମୟ,ଦୁନିଆକୁ କୃଷ୍ଣଙ୍କ ଆଖିରେ ଦେଖିଲେ ଦୁନିଆ ପ୍ରେମମୟ । ଦୁନିଆ କୁ ଏନ.ଏସ.ଏସ ଜରିଆରେ ଦେଖିଲେ ଦୁନିଆ ସେବାମୟ । ରକ୍ତଦାନ ଶିବିରରେ ଏନ.ଏସ.ଏସ ସ୍ବେଛାସେବୀ ମାନଙ୍କର ସହଯୋଗରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

9-Year-Old Boy Dies Due to Blood Denial at Odisha Blood Centre

masiha

ଜାତୀୟ ରାଜପଥରେ ପଡିଲା ଗଛ, ଅଳ୍ପକେ ବର୍ତ୍ତିଲେ ପଥଚାରୀ

Sunil Chandra Nayak

ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ସ୍ୱାତୀ ମହାକୁଡ଼ଙ୍କୁ ସମ୍ବର୍ଦ୍ଧିତ କଲେ ବିଜୁ ଛାତ୍ର ଜନତା ଦଳ

Leave a Comment

error: Content is protected !!