ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭତ୍ତା ବଣ୍ଟନ ତଥା ଅନ୍ୟାନ୍ୟ ସୁବିଧା ସିଧାସଳଖ ପ୍ରଦାନ ନେଇ କିଓସ୍କ ମାନଙ୍କ ବୈଠକ

ଭତ୍ତା ବଣ୍ଟନ ତଥା ଅନ୍ୟାନ୍ୟ ସୁବିଧା ସିଧାସଳଖ ପ୍ରଦାନ ନେଇ କିଓସ୍କ ମାନଙ୍କ ବୈଠକ

ତେନ୍ତୁଳିଖୁଣ୍ଟି , ୮/୧୦/୨୩ :  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ ଗୃହ ରେ ତେନ୍ତୁଳିଖୁଣ୍ଟି ବ୍ଳକର ବିଭିନ୍ନ ପଞ୍ଚାୟତର , ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଏବଂ ଷ୍ଟେଟ ବ୍ୟାଙ୍କ ର ସମସ୍ତ କିଓସ୍କ ଅପରେଟର ମାନଙ୍କୁ ନେଇ ଏଲ ଡି ଏମ ସୁନିଲ କୁମାର ଜାମୁଣ୍ଡା ଙ୍କ ତତ୍ବାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ଏମ ସୁନିଲ ଏବଂ ଡି ଏସ୍‌ ଏସ୍‌ ଓ ସୁଧାସୁ ପାତ୍ର ବହୁ ଦିନରୁ ପାସ ବୁକ ରେ ଥିବା ପେନସନ ଟଙ୍କା ପେନସନ ଉପଭୋକ୍ତା ମାନେ କିପରି ପାଇ ପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ କିଓସ୍କ ଅପରେଟର ମାନଙ୍କୁ ବୁଝାଇ ଥିଲେ I ବି ଏସ ଏସ ଓ ରବିନ୍ଦ୍ର କୁମାର ସାହୁ ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କ କହିବା ସତ୍ତ୍ଵେ ମଧ୍ୟ, ପେନସନ ଉପଭୋକ୍ତା ମାନଙ୍କ ତାଲିକା ବହୁ ବାର ସଭାରେ ଦେବିଦେବି କହି ନ ଦେବାର ପ୍ରକୃତ ରହସ୍ୟ କେଉଁଠି ଲୁଚି ରହିଛି ସହଜରେ ଅନୁମେୟ ହୋଇ ପାରୁ ନାହିଁ । ଆସନ୍ତା ଗୋଟିଏ ଦିନ ମଧ୍ୟରେ ସମସ୍ତ କିଓସ୍କ ଅପରେଟର ମାନଙ୍କୁ ତାଲିକା ଦେବା ପାଇଁ ରବିନ୍ଦ୍ର କୁମାର ସାହୁ ଙ୍କ ଉପରେ ସୁଧାସୁ ପାତ୍ର ବର୍ଷି ଥିଲେ I କିଓସ୍କ ଅପରେଟର ମାନଙ୍କ ମନୋ ବଳ ଓ ସେବା ମନୋବୃତି କୁ ନ ଭାଙ୍ଗିବା ପାଇଁ ମଧ୍ୟ କହିଥିଲେ । କିଓସ୍କ ଅପରେଟର ମାନେ କିପରି ଘର ଘର ଗାଁ ଗାଁ ବୁଲି ପେନସନ ଉପଭୋକ୍ତା ଙ୍କୁ ଖୋଜି ଖୋଜି କିପରି ଦିଅନ୍ତି ଜଣେ ଅନୁଭବିି ହିଁ ଅନୁଭବ କରି ପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ I ମଞ୍ଚାସୀନ ଥିବା ଖାତିଗୁଡ଼ା ବ୍ୟାଙ୍କ ଅଧିକାରୀ ସୁଦୀପ୍ତ ପ୍ରଧାନ ,ଅଞ୍ଚଳଗୁମ୍ମା ବ୍ୟାଙ୍କ ଅଧିକାରୀ ଦୀପକ ପାଣିଗ୍ରାହି ତେନ୍ତୁଳିଖୁଣ୍ଟି ଉତ୍କଳ ବ୍ୟାଙ୍କ କ୍ୟାସିୟର ରାମକୃଷ୍ଣ ନାୟକ , ଏଫ୍ ଓ ଏସ୍‌ ବାଳକୃଷ୍ଣ ମହାଙ୍କୁଡ ସଦା ସର୍ବଦା ସାହାଯ୍ୟ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ ଯୋଗେଇ ଦେବେ ବୋଲି କହିଛନ୍ତି Iତେନ୍ତୁଳିଖୁଣ୍ଟି କିଓସ୍କ ସଂଘ ତରଫରୁ ସଭାପତି ମୁନା ପାଢି କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ମାଦଳା ଆମ୍ଭ ମାନଙ୍କୁ ଯେଉଁ ଗୋଟିଏ ଗୋଟିଏ ପଞ୍ଚାୟତ ଦିଆ ହେବ ସେହି ପଞ୍ଚାୟତ ର ସମସ୍ତ ପେନସନ ଉପଭୋକ୍ତା ମାନଙ୍କୁ ପେନସନ ବିତରଣ କରିବେ ବୋଲି କହିଛନ୍ତି I ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ କୁମାର ପାଣିଗ୍ରାହୀ କିଓସ୍କ ଅପରେଟର ମାନଙ୍କୁ ଉତ୍ସାହିତ କରିବା ବେଳେ ବି ଏସ୍ ଏସ୍ ଓ ସହଯୋଗ ନ କରିବାର କାରଣ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ

masiha

ବାଇକ ଧକ୍କାରେ ବୃଦ୍ଧ ମୃତ

masiha

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!