ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ 

ଡାବୁଗାଁ, ୧୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି | ଏଥିରେ ଶିଶୁ କନ୍ୟା ମାନଙ୍କ ପାଇଁ ପ୍ରବନ୍ଧ ଲିଖନ, ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗୀତା କନିଷ୍ଠ ଓ ବରିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିଲା | ଏଥିରେ କୃତକାର୍ଯ୍ୟ ହୋଇଥିବା କନିଷ୍ଠ ଓ ବରିଷ୍ଠ ବିଭାଗରୁ ପ୍ରଥମ, ୨ୟ ଓ ୩ୟ ସ୍ଥାନ ଅଧିକାର ଅକରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା | ଏଥିରେ କନିଷ୍ଠ ବିଭାଗରେ ସଙ୍ଗୀତ ପ୍ରତିଯୋଗୀତାରେ ଦିପ୍ତିମୟୀ ରଥ, ନୃତ୍ୟ ରେ ସାଇସ୍ନିଧା ବକ୍ସି, ପ୍ରବନ୍ଧ ଲିଖନରେ ଜୟମଣି ମାଝି ଓ ବରିଷ୍ଠ ବିଭାଗରେ ସଙ୍ଗୀତରେ ପ୍ରଜ୍ଞାପରମିତା ନାୟକ, ନୃତ୍ୟରେ ମନୀଷା ହରିଜନ, ପ୍ରବନ୍ଧ ଲିଖନରେ ପୁନମ ମିଶ୍ର ପ୍ରମୁଖ ଛାତ୍ରୀ ମାନେ ବୁଧବାର ହେବାକୁ ଥିବା ଜିଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ଭାଗ ନେବେ | ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝି, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ଅଙ୍ଗନୱାଡି ସୁପରଭାଇଜର ସାଇରା ବାନୁ ଓ ବିମଳା ନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ଶିକ୍ଷୟତ୍ରୀ ବନଲତା ମହାନ୍ତି, ଗିରିଶବାଳା ଜେନା, ପିଙ୍କି ଗୁପ୍ତା, ଯୁଧିଷ୍ଠିର ମାଝି ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବର୍ଣ୍ଣାଢ୍ୟ ଜନ୍ମ ମହୋତ୍ସବ: ଭଜନ, ନୃତ୍ୟ, ସଂଗୀତ ଓ ୧୮୦ ଦେଶର ଶ୍ରଦ୍ଧାଳୁ ଙ୍କ ସମେତ ଶ୍ରୀ ଶ୍ରୀ ଙ୍କ ସହ ଅନଲାଇନ ଧ୍ୟାନ ର ବିରଳ ଅନୁଭୂତି ନେଲେ ଦର୍ଶକ

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

Sunil Chandra Nayak

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

masiha

Leave a Comment

error: Content is protected !!