ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ 

ରାଉରକେଲା/ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖକୁ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ଭାବେ ପାଳନ କରାଯାଏ। ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍‌ ବା ପ୍ରସଙ୍ଗକୁ କୁ ନେଇ ଏହି ଦିନଟିକୁ ପାଳନ କରାଯାଏ। ଚଳିତ ବର୍ଷ ଏହି ପାଳନର ଥିମ ରହିଛି ‘ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବିଶ୍ୱବ୍ୟାପୀ ମାନବ ଅଧିକାର’। ଏହି ଅବସରରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଉପାଧ୍ୟୁତ୍ତର ମନସ୍ତତ୍ତ୍ୱ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ‘ନିଜର ମନ ପାଇଁ ଦୟାଶୀଳ ହୁଅ’ ଶୀର୍ଷକ ବାର୍ତ୍ତା ଉଦ୍ଦେଶ୍ୟରେ ଏକ ସଚେତନତା ପଦଯାତ୍ରା ମହାବିଦ୍ୟାଳୟର ପରିସରରେ କରାଯାଇଥିଲା। ଏଥିରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗଦେଇଥିଲେ। ଏହା ସହିତ ଏହି ଅବସରରେ ‘ ସର୍ବଦା ମାନସିକ ସ୍ୱାସ୍ଥ୍ୟ’ ଶୀର୍ଷକରେ କ୍ଷୁଦ୍ର ପଥପ୍ରାନ୍ତ ନାଟକ ପରିବେଷିତ ହୋଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ଏକ ସଭାରେ ସ୍ୱତନ୍ତ୍ର ଅତିଥିଭାବେ ଜୟ ପ୍ରକାଶ ହସ୍‌ପିଟାଲ ମାନସିକ ରୋଗ ବିଭାଗର ଡ ରଜନୀ ବର୍ମା ଯୋଗଦେଇଥିଲେ। ଡ ବର୍ମା ନିଜ ବକ୍ତବ୍ୟରେ ବର୍ତ୍ତମାନ ଯୁବପୀଢିଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବୟସ ବର୍ଗର ଲୋକେ ମାନସିକ ଚାପର ଶିକାର ହେଉଛନ୍ତି ବୋଲି କହିଥିଲେ। ଏହାଦ୍ବାରା ଅନେକ ରୋଗ ଅକାରଣରେ ମାଡି ବସୁଛି। ଏତେ ସବୁ ପରେ ବି ଅଧିକାଂଶ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ଆଦୌ ସଚେତନ ନୁହନ୍ତି। ବ୍ୟସ୍ତ ବହୁଳତା ଜୀବନଶୈଳୀ ସହ ବିଭିନ୍ନ ସମସ୍ୟା କାରଣରୁ ବହୁ ଲୋକେ ଚିନ୍ତାଗ୍ରସ୍ତ ରହିଥାଆନ୍ତି। ଫଳରେ ମାନସିକ ରୋଗର ଉତ୍ପତ୍ତି ହୋଇଥାଏ ବୋଲି ଡ ବର୍ମା କହିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମନସ୍ତତ୍ତ୍ୱ ବିଭାଗର ବିଭାଗୀୟ ମୁଖ୍ୟ ମହେନ୍ଦ୍ର ତନୟ ଟୁଡୁ ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଫେସର ଡ ବେହେରା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ କହିଥିଲେ। ୧୯୯୪ ମସିହାରେ ମିଳିତ ଜାତିସଂଘର ତତ୍କାଳୀନ ମହାସଚିବ ଇଉଜିନ୍ ବ୍ରୋଡି ଏହି ଦିନଟିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି ବୋଲି ବିଭାଗୀୟ ମୁଖ୍ୟ ଶ୍ରୀ ଟୁଡୁ କହିଥିଲେ। ଏଥିରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗର ସଂଯୋଜକ ସମୀର ସୌରଭ ପୃଷ୍ଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଦିବସ ପାଳନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶାରୀରିକ ସ୍ୱାସ୍ଥ୍ୟ ନିମନ୍ତେ ମାନସିକ ଶାନ୍ତିର ଆବଶ୍ୟକତା ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କୃତି ପ୍ରତିଯୋଗୀମାନେ ହେଉଛନ୍ତି ପ୍ରଥମ-ଲୋକିତା ଚନ୍ଦ୍ର, ଦ୍ୱିତୀୟ-ପିୟାଶ୍ରୀ ଦାସ ଏବଂ ପ୍ରିୟା ଶର୍ମା ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ଅବସରରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବାର୍ତ୍ତା ଦେବା ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଖେଳକୁଦ ଆଦି ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନସ୍ତତ୍ତ୍ୱ ବିଭାଗର ଅନିମା କିଣ୍ଡୋ, ଜ୍ୟୋତି ରେଖା ଦ୍ୱିବେଦୀ, ରାଜଶ୍ରୀ ରାଉତ ଓ ଶୁଭଶ୍ରୀ ନାଥ ପ୍ରମୁଖ ଅଧ୍ୟାପିକାମାନେ ସକ୍ରୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତହସିଲଦାରଙ୍କୁ ମଦ୍ୟପ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ

masiha

ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ

Sunil Chandra Nayak

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!