ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶହରା ସମୟରେ ମାସ ମାସ ଧରି ଶ୍ରମିକଙ୍କୁ ଦରମା ନାହିଁ,ସରକାରଙ୍କ ଛୁଟିଦିନ ଶନିବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ କାହାର?

ଦଶହରା ସମୟରେ ମାସ ମାସ ଧରି ଶ୍ରମିକଙ୍କୁ ଦରମା ନାହିଁ,ସରକାରଙ୍କ ଛୁଟିଦିନ ଶନିବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ କାହାର?

ଯୋଡ଼ା – ବର୍ତ୍ତମାନ ଆସିଲା ପାର୍ବଣ ଋତୁ, ଧରା ପୃଷ୍ଠାରେ ଅବତରଣ କରିବେ ମା ଜଗତ ଜନନୀ ।ସହରରୁ ଆରମ୍ଭ କରି ପଲ୍ଲୀ ଯାଏ,ସବୁଠି ମା ଦଶ ଭୂଜାଙ୍କ ମୂର୍ମୟୀ ପ୍ରତିମା ପୂଜା ପାଇବେ,ସେ ଭିତରେ ଖଣି ଅଞ୍ଚଳର କାର୍ଯ୍ୟରତ କେତକ ଶ୍ରମିକଙ୍କ ଦାରୁଣ ଦୁଃଖ ସରିବାର ନାମ ଧରୁ ନଥିବାର ଖବର,ବିଭାଗୀୟ ଅଧିକାରୀଦ୍ୱୟଙ୍କୁ ଫରକ ମଧ୍ୟ ପଡେନାହିଁ।ତେବେ ସୂଚନା ଯୋଗ୍ୟ ଗତ ଦୁଇ ମାସ ଧରି କାର୍ଯ୍ୟରତ ପ୍ରାୟ ୧୦ ଜଣ ସ୍ଥାନୀୟ ଗରିବ ଶ୍ରମିକଙ୍କୁ ଲଗାତାର ଭାବରେ ନିଜ ନିଜର ବେତନ ନମିଳିଥିବାରୁ ଶ୍ରମିକ ଶ୍ରେଣୀ କ୍ଷୋବ ପ୍ରକାଶ କରିଥିବାର ଜାଣିବାକୁ ମିଳେ।ନିକଟ ଅଧିକାରୀ ଜାଣି ରଖିବା ଆବଶ୍ୟକ ଯେ ବର୍ତ୍ତମାନ ଦଶହରା ପାର୍ବଣ ଋତୁର ସମୟ,ଘରେ ଘରେ ପିଠା,ପଣା ପ୍ରସ୍ତୁତ ହେବା ସହ ନୂତନ ବସ୍ତ୍ର କିଣାରେ ପଇସାର ଆବଶ୍ୟକ ଥିବା ବେଳେ ଶ୍ରମିକଙ୍କୁ ଦରମା ନଦେବାର ଘଟଣାରେ ଅଫିସରଙ୍କ କାର୍ଯ୍ୟଦକ୍ଷତା କେବଳ ନିଜ ପାଇଁ ବୋଧ ହୁଏ ।ଆଉ ସବୁ ପାଖ ଅଫିସର ଦେଖଣାହାରୀ ପାଲଟି ଆଗ ଧାଡ଼ିର ବଡ଼ ମୂରବୀ ସାଜିଛନ୍ତି।ଏପରିକି ବିଭାଗ ପକ୍ଷରୁ କୌଣସି ସଠିକ ଦସ୍ତାବିଜ ନଦେଖାଇ,ନିଯୋଗ ଥିବା ଅଫିସର ନିର୍ଦ୍ଦେଶ ଦେଇଥିବାରୁ,ଶ୍ରମିକ ଶ୍ରେଣୀ ମଧ୍ୟ ସରକାରଙ୍କ ଛୁଟିଦିନ ଯାହା ଥାଉ କି ନଥାଉ,ଭୟବିତରେ ପ୍ରତ୍ୟେକ ମାସର ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଦିନ ବିଭାଗକୁ ଆସି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି।ହେଲେ ନିକଟରେ ଲାଗିକରି ଥିବା ବିଭାଗ ଏବଂ ଅନ୍ୟାନ୍ୟ ଉକ୍ତ ଛୁଟି ଦିନମାନଙ୍କରେ ବନ୍ଦ ରହିଥିବା ବେଳେ ସମସ୍ତ କର୍ମଚାରୀ ବେସ ଛୁଟି ପାଳନ୍ତି ଉକ୍ତ ଦିନ ମାନଙ୍କରେ ।ଶ୍ରମିକ ବୋଲି କଣ ଶ୍ରମିକଙ୍କ ଦୁଃଖ କାହାକୁ ଦେଖା ଯାଉନି ବୋଲି ଶ୍ରମିକଗଣ ପ୍ରକାଶ କରି ନିଜ ନିଜ ନାମକୁ ଗୁପ୍ତ ରଖି ଭୟରେ ଅନେକ ଘଟଣମାନ ଦୈନଦିନ ଘଟଉଥିବା ବିଭାଗରେ ଘୋଟାଲା ବାଖାଣନ୍ତି।ତେବେ ଅଫିସର ନିଜ ନିଜ ମୋଟା ଅଙ୍କର ବେତନ ପାଇ ତଥା ଭିତିରିଆ ଭଲ ମୋଟା ରହିଥିବା ବେଳେ ଯଦି ଆଗାମୀ ଦିନରେ ଏହିପରି ଅବିଚାର ଚାଲୁ ରହେ ତେବେ ଜନଜାଗରଣ ତେଜି ଉଠିବ ବୋଲି ଆଲୋଚନା ଭିତରେ ଭିତରେ ହେଉଥିବାର ଶୁଣିବାକୁ ମିଳେ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବୋର୍ଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗଦିବସ

Sunil Chandra Nayak

Leave a Comment

error: Content is protected !!