ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା

ସତନ୍ତ୍ର ଉନ୍ନୟନ ପରିଷଦ ବ୍ଲକ ସ୍ତରିୟ ଖେଳ ପ୍ରତିଯୋଗିତା 

ବନ୍ଧୁଗାଁ ତା,୧୧/୧୦/୨୩ ବନ୍ଧୁଗାଁ ଆଜି ସତନ୍ତ୍ର ଉନ୍ନୟନ ପରିସଦ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ବନ୍ଧୁଗାଁ ବ୍ଲକ ବିଡ଼ିଓ ଶ୍ରୀ ଅବିନାସ ବିଶ୍ୱଜିତ ସେଠିଙ୍କ ଆୟୋଜନ କ୍ରମେ ଖେଳ ହୋଇଯାଇଛି I ଆଜିର ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଖେଳର ଶୁଭଆରମ୍ଭ କରିଥିଲେ I ଏଥିରେ ବନ୍ଧୁଗାଁ ବ୍ଲକର ତେରଗୋଟି ପଞ୍ଚାୟତରୁ, ବନ୍ଧୁଗାଁ, କାବେରୀ ବାଡ଼ି, ବଡ଼ ସରପୋଲୀ, ନିଲାବାଡ଼ି, କାନାଗାଁ, ଆଲୋମଣ୍ଡା, ପେଦା ଅଲୋଡ଼ା, କାପୋଲୋଡା, କୁମ୍ବଗାଣ୍ଡା,କୁମ୍ଭାରୀ ପୁଟ, ଜାଗୁଗୁଡା, କୁଟ୍ରାବେଡା, ଓ ଗାରିଡି ଏହି ସମସ୍ତ ପଞ୍ଚାୟତର ପଞ୍ଚାୟତ ପ୍ରତି ଗୋଟିଏ ଲେଖାଏଁ ଭଲି ବଲ ଖେଳ କରା ଯାଇଥିଲା I ଏଥିରେ ଶେଷ ମେଚରେ କୁଟ୍ରାବେଡା, ଓ ବନ୍ଧୁଗାଁ ଦୁଇ ପଞ୍ଚାୟତ ମଧ୍ୟରେ ଖେଳା ଯାଇଥିଲା I କୁଟ୍ରାବେଡା ପଞ୍ଚାୟତର ଦଳକୁ ବନ୍ଧୁଗାଁ ଦଳ ୧୧ -୫ ବ୍ୟବଧାନରେ ପରାଜୟ କରି ବନ୍ଧୁଗାଁ ପଞ୍ଚାୟତ ଦଳ ବିଜୟ ଲାଭ କରି ୨୦ ହଜାର ଟଙ୍କା ସହ ଟ୍ରଫି ଅକ୍ତିଆର କରିଥିବା ବେଳେ କୁଟ୍ରାବେଡା ପଞ୍ଚାୟତର ଦଳ ପରାଜୟ ସହ ୧୫ ଟଙ୍କା ସହ ଟ୍ରଫି ହାତେଇ ଥିଲେ I ଏହା ସହ ବନ୍ଧୁଗାଁ ଓ ବଡ଼ ସରପୋଲୀ ଦଳ ମଧ୍ୟରେ ଫୂଟ ବଲ ଖେଳ ଖେଳା ଯାଇଥିଲା ଏଥିରେ ବଡ଼ ସରପୋଲୀ ଦଳ ବିଜୟ ହୋଈ ୨୦ ହଜାର ଟଙ୍କା ସହ ଟ୍ରଫି ହାତେଇ ଥିଲେ, ବନ୍ଧୁଗାଁ ଦଳ ପରାଜୟ ପରେ ୧୫ ହଜାର ଟଙ୍କା ସହ ଟ୍ରଫି ହାତେଇ ଛନ୍ତି I ଆଜିର ସତନ୍ତ୍ର ଉନ୍ନୟନ ପରିସଦ ବ୍ଲକ ସ୍ତରୀୟ ଖେଳ ପ୍ରତି ଯୋଗିତାରେ ବନ୍ଧୁଗାଁ ବ୍ଲକର ଏସ. ଡି. ସି. ମେମ୍ବର ଶ୍ରୀ ଲାଡୁ ହୁଲୁକା,ବନ୍ଧୁଗାଁ ଡବ୍ଲୁ.ଇ.ଓ. ଶ୍ରୀ ଚନ୍ଦନ କୁମାର ସ୍ୱାଇଁ ଆଜିର ଖେଳକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ସୁରୁଖୁରରେ କୋରାଇଥିଲେ I ଏହା ସହ ଫୁଟ ବଲ ଓ ଭଲିର ଚାରି ଦଳଙ୍କୁ ବନ୍ଧୁଗାଁ ବ୍ଲକର ସନ୍ନମାନୀୟ ଅତିଥି ବୃନ୍ଧ ମାନେ ହେଲେ ବ୍ଲକ ବିଜେଡି ସୋଭାପତି ବାଲା ନାଗ, ବିଜେପି ଜିଲା କାର୍ଯ୍ୟକାରୀ ସଭାପତି ଶ୍ରୀ ସରତ ପାତ୍ର, ବ୍ଲକ କଂଗ୍ରେସ ସଭାପତି ଡି.ଏଙ୍କାଟି ଓ ବିଡ଼ିଓ ଶ୍ରୀ ସେଠିଙ୍କ ଓ ବ୍ଲକ ତୋହସିଲ ଦାର ଶ୍ରୀ ସଦାଶିବ ଭତ୍ରାଙ୍କ ଉପସ୍ଥିତରେ ଚାରି ଦଳଙ୍କୁ ପୁରସ୍କୃତ ପ୍ରଦାନ କରିଥିବାର ଦେଖିବାକୁ ମିଳିଛି I ଆଜିର ଖେଳର ପରିଚାଳକ ସୀମାଞ୍ଚଳ ସାରା, କାନାଗାଁ ପି ଓ ସାଇ ପଟ୍ଟ ନାୟକ, ପେଦା ଅଲୋଡ଼ା ପଞ୍ଚାୟତର ପି ଓ ବାଡ଼ି ମହେଶ୍ଵର, ଆଲମଣ୍ଡା ପିଓ ପ୍ରବୀଣ କୁମାର ସାହୁକାର, ଜାଗୁଗୁଡା ପିଓ ଅର୍ଜୁନ ଖେମୁଣ୍ଡି, ବନ୍ଧୁଗାଁ ପିଓ ଶ୍ରୀ ରାମଚନ୍ଦ୍ର ମେଲେକା, କୁଟ୍ରାବେଡା ପିଓ ଶ୍ରୀ ରାତନାଲୁ ନାଗେଶ୍ୱର,ଓ ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ ଉପସ୍ଥିତରେ ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଓ ସହଯୋଗ କରିବା ସହ ପରିଚଳନା କରିଥିଲେ I ଏଥି ସହ ବନ୍ଧୁଗାଁ ଥାନା ଷ୍ଟାଫଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳା ବଜାଇ ରଖିଥିଲେ I ଆଜିର ଖେଳାଳୀଙ୍କ ଆସନ୍ତା ୨୦ ତାରିଖ ମଧ୍ୟରେ ଜିଲାରୁ ଚିଠି ଆସିଲେ ବ୍ଲକର ଖେଳାଙ୍କୁ ଜିଲ୍ଲାରେ ଖେଳିବା ପାଇଁ ପଠାଯିବ ବୋଲି ଡବ୍ଲୁ ଇ ଓ ଶ୍ରୀ ସ୍ୱାଇଁ କହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ନିଶାମୁକ୍ତ ସମାଜ ଗଠନ ପାଇଁ ଗୋଲାମୁଣ୍ଡାରେ ସଚେତନତା ସଭା

Sunil Chandra Nayak

୪୦୭ ଧକ୍କା ରେ ବୃଦ୍ଧା ମୃତ 

masiha

ଡୋକରିଚଞ୍ଚରାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!