ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ 

ରାଉରକେଲା/ବିଶ୍ୱରେ ଲିଙ୍ଗଗତ ସମାନତା ଏବଂ ବାଳିକାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଦିଗରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖ ଦିନ ପାଳିତ ହେଉଛି ଅନ୍ତର୍ଜାତୀୟ ବାଳିକା ଦିବସ। ଚଳିତବର୍ଷ ଏହି ଦିବସର ବାର୍ତ୍ତା ହେଉଛି ‘ଝିଅମାନଙ୍କର ଅଧିକାର ପାଇଁ ନିବେଶ-ଆମ ନେତୃତ୍ୱ ଏବଂ ଆମ ହିତ’। ଏହି ଅବସରରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ଶନିରାମ କେର୍କେଟାଙ୍କ ନେତୃତ୍ୱରେ ହୋଇଥିଲା। ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଅଧ୍ୟକ୍ଷତା କରି ୨୦୧୨ ମସିହାରୁ ଅନ୍ତର୍ଜାତୀୟ ବାଳିକା ଦିବସ ଭାବରେ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଶ୍ରୀ କେର୍କେଟା ସ୍ୱାଗତ ଭାଷଣ ଦେଇଥିଲାବେଳେ ବିଭାଗର ଅଧ୍ୟାପକ ଡ ସୁବଳ ତାଣ୍ଡି ଅତିଥି ପରିଚୟ ପ୍ରଦାନକରିଥିଲେ। ଏଥିରେ ସ୍ୱତନ୍ତ୍ର ବକ୍ତାଭାବେ ନୀଳଶୈଳ ମହାବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ ଅଞ୍ଜନା ନାୟକ ଯୋଗଦେଇ ଶିକ୍ଷା, ପୋଷଣ, ଶାରୀରିକ ଓ ମାନସିକ କଲ୍ୟାଣ, ଆଇନଗତ ଅଧିକାର, ସ୍ୱାସ୍ଥ୍ୟ ଏବଂ ହିଂସା ବିନା ସୁରକ୍ଷିତ ଜୀବନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବାଳିକାମାନେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ବୋଲି କହିଥିଲେ। ତେଣୁ ଏଥିପାଇଁ ପୁରୁଷମାନେ ମହିଳା ଏବଂ ବାଳିକାମାନଙ୍କ ପ୍ରତି ଭେଦଭାବ ନ ରଖି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅଭିଭାବକମାନଙ୍କ ମାନସିକତା ବଦଳିଲେ ହିଁ ବାଳିକାମାନଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳିବ ବୋଲି ସେ କହିଥିଲେ। ଅନ୍ୟତମ ବକ୍ତାଭାବେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ ରାମେଶ୍ୱରୀ ଭୋଇ ଯୋଗଦେଇ କନ୍ୟା ଭ୍ରୂଣ ହତ୍ୟା ରୋକିବା, ଲିଙ୍ଗଗତ ବୈଷମ୍ୟ ଦୂରେଇବା, ଶିଶୁ କନ୍ୟାଙ୍କ ଶିକ୍ଷା, ପୃଷ୍ଟି, ସ୍ୱାସ୍ଥ୍ୟ, ଆଇନଗତ ଅଧିକାରର ସୁରକ୍ଷା ଏବଂ ସେମାନଙ୍କ ବିରୋଧରେ ଦେଖା ଦେଉଥିବା ଲିଙ୍ଗଗତ ବୈଷମ୍ୟ, ହିଂସା, ବାଲ୍ୟ ବିବାହ ପ୍ରଥା ରୋକିବା ପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଶେଷ କରି ସାମ୍ପ୍ରତିକ ସମୟରେ ଆମେ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲେ ସୁଦ୍ଧା ଯୌତୁକରୂପକ ବ୍ୟାଧି ଏବେ ମଧ୍ୟ ଏକ ପ୍ରମୁଖ ସମସ୍ୟା ବୋଲି ସେ କହିଥିଲେ। ବିଭାଗର ଅଧ୍ୟାପିକା ସବିତା ରାଉତରାୟଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅଧ୍ୟାପିକା ସୁଶ୍ରୀ ଶ୍ରାବଣୀ ଦାସ ଆମ ସମସ୍ତଙ୍କ ଭିତରେ କନ୍ୟା ଶିଶୁଟି ପ୍ରତି ଆନ୍ତରିକ ଭଲପାଇବା ସହ ତାଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ନିଜ ନିଜର ଦାୟିତ୍ୱବୋଧତାର ଅଗ୍ରଗତି ଜରୁରୀ ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରିମାନଙ୍କ ଦ୍ୱାରା ନୃତ୍ୟ ଓ ଏକକ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ 

masiha

କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ନିର୍ଦ୍ଦେଶକ ଏବଂ ସି ଈ ଓ, ଓ ଏସ ଡି ଏ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ 

Sunil Chandra Nayak

ଭିଟାମାଟିକୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ବାଇକ୍‌ରେ ଶବ ବୋହିଲେ ସମ୍ପର୍କୀୟ

masiha

Leave a Comment

error: Content is protected !!