ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

 ମୟୂରଭଞ୍ଜ – (ମସିହା )ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିପରି ଜନସାଧାରଣ ଠିକ୍ ଭାବରେ ଉପଯୋଗ କରି ପାରିବେ ସେ ନେଇ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଜେଡି ର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ଯଶିପୁର ନିର୍ବାଚନ ମଣ୍ଡଳୀ କୁସୁମୀ ବ୍ଲକ ଧାଙ୍ଗୁଡିମୁତା ପଞ୍ଚାୟତ ର ବାଦାମ ପାହାଡ଼ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୁସୁମୀ ବ୍ଲକ ବିଜେଡି ସଭାପତି ସୁଲୋଚନା ହେମ୍ରମ ଙ୍କ ନେତୃତ୍ବରେ ଅନୁଷ୍ଠିତ ପଦଯାତ୍ରା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ମହେଶ ଚନ୍ଦ୍ର ହେମ୍ରମ, ବ୍ଲକ ଯୁବ ସଭାପତି ଅଭିଷେକ ସାହୁ , ରାଜ୍ୟ ଯୁଗ୍ମ ସମ୍ପାଦକ ଚକ୍ରଧର ହେମ୍ରମ, ୪୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମିନତି ନାୟକ, ୪୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁଜାତା ହୋ, କାର୍ଯ୍ୟକାରି ସଭାପତି ଶଶୀ ଗିରି, ମହିଳା ସଭାପତି ସୁକୁମତି ଟୁଡୁ, ଜିଲ୍ଲା ସାଧାରଣ ସମ୍ପାଦକ ଗୋବିନ୍ଦ ସୋରେନ୍, ନରେଶ ମହାନ୍ତି, ସାରିନ୍ନା ହେମ୍ରମ, ପଞ୍ଚାୟତ ସଭାପତି ଦିଲ୍ ବାହାଦୁରଏବଂ ବିଜେଡି ଦଳର ବରିଷ୍ଠ କର୍ମି ଙ୍କ ସମେତ ବିଜୁ ଯୁବ, ଛାତ୍ର ଓ ମହିଳା ଏବଂ  ଶତାଧିକ ଦଳୀୟ ନେତା ଓ କର୍ମୀ ପଦଯାତ୍ରା ରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କଣ୍ଟାବାଞ୍ଜିରେ ବିଜେଡିର ବୁଥ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ରାଉରକେଲା ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ

ନବୀନଙ୍କ ବାରିପଦା ଗସ୍ତ :ମୁଖ୍ୟମନ୍ତ୍ରୀ ଭାବେ ଜୁନ ୯ ରେ ଶପଥ ପରେ ତିନି ନବୀନ ଗ୍ୟାରେଣ୍ଟି ରେ ମୋହର ବାଜିବ

masiha

Leave a Comment

error: Content is protected !!