ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଝୀଗୁଡାରେ ନୂଆଁଖାଇ ଭେଟ, ଲୋକକଳାରେ ଦୁଲୁକିଲା ମଞ୍ଚ

ମାଝୀଗୁଡାରେ ନୂଆଁଖାଇ ଭେଟ, ଲୋକକଳାରେ ଦୁଲୁକିଲା ମଞ୍ଚ

କୋକସରା,୧୧/୧୦ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା।ପଞ୍ଚାୟତ ମାଝୀଗୁଡା ଠାରେ ଶ୍ରୀ ବର୍ଶାଲ ମାଝୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନୂଆଁଖାଇ ଭେଟ କାର୍ଯ୍ୟକ୍ରମର ସଭାପତି ଭୁଜରାଜ ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ନିଜ ଗାଁରେ ନୂଆଁଖାଇ ପାଳନ କରିବାର ଅନୁଭୂତି ନିଆଁରା । ଗାଁର ମାଟି ପାଣି ପବନ ସହ ଆମେ ଜଡିତ, ଏଣୁ ମାଟିର ମହକର ପର୍ଵ ନୂଆଁଖାଇ ଭାଇଚାରାକୁ ଉଜ୍ଜୀବିତ କରୁ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପାନାବେଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ଵାରିକା ନାଥ ବାଗ, ପଞ୍ଚକ ପୋଢ଼, ଧବଳେଶ୍ବର ନାଗ, ଧନସିଂ ବାଗ, ଦୁର୍ଗା ନାଏକ ଘନଶ୍ୟାମ ନାଏକ, ଗ୍ରାମ୍ୟ ପୁଜକ ନୀଳ ପୁଝାରି ମଞ୍ଚରେ ଉପସ୍ଥିତ ରହି ନୂଆଁଖାଇ ହେଉଛି ଅର୍ଣ୍ଣଦାତାଙ୍କ ପାଇଁ ସମର୍ପଣର ପର୍ଵ, ଆମ ଭିତରେ ସବୁଦିନ ଭାଇଚାରା ଏମିତି ରହିଥାଉ ବୋଳି କହିଥିଲେ। ପରେ ମାଝୀଗୁଡାର ପରମ୍ପରା ସହ ଜଡିତ ବନାବାଡି, ବିରବାଦ୍ୟ ଘୁମୁରା କଳାକାର ମାନେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମର ଆବାହକ ଚୈତନ୍ୟ ପାଣିଗ୍ରାହୀ, ମୁକ୍ତେଶ୍ଵର ପୁଞ୍ଜି, ମାନିରାମ ପୋଢ଼, ରମେଶ ଚନ୍ଦ୍ର ଦୁର୍ଗା, ଚତୁର ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

masiha

୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ପ୍ରସ୍ତୁତି ବୈଠକ 

masiha

କବୟିତ୍ରୀ ଲୋପାମୁଦ୍ରା ଜେନା ସମ୍ମାନିତ

masiha

Leave a Comment

error: Content is protected !!