ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ 

 ମୟୂରଭଞ୍ଜ – ୧୮/୧୦ ( ମସିହା) ସମାଜରେ କୁମ୍ଭାର ସମାଜର ଲୋକଙ୍କର ଅବଦାନ ଅବର୍ଣ୍ଣନୀୟ ଓ ତମ ଅତୁଳନୀୟ ।ସମାଜରେ ସେମାନେ ବିଶ୍ଵକର୍ମା ଭୂମିକା ନିଭାଉଛନ୍ତି । ସେମାନଙ୍କ କୌଳିକ ବୃତ୍ତି ମାଟି ପାତ୍ର ନିର୍ମିତ କଳଶ, ହାଣ୍ଡି,ମାଠିଆ,ଗରାର ବିକଳ୍ପ ନାହିଁ ।, ଵିଶେଷତଃ ଖରାଦିନେ ମାଟି ହାଣ୍ଡିରେ ପିଇବା ପାଣି,ଜଗତୀକରଣ ଯୁଗରେ ଷ୍ଟିଲ ଆସବାବପତ୍ର ଯୋଗୁଁ ମାଟି ନିର୍ମିତ ଆସବାବପତ୍ର ଚାହିଦା କମି ଯାଉଛି । ସେମାନଙ୍କ କୌଳିକ ବୃତ୍ତି ବିପନ୍ନ । ସାମାଜିକ ସୁରକ୍ଷା ପାଇଁ ଲଢେଇ କରୁଛନ୍ତି ।କୌଳିକ ବୃତ୍ତି ହରାଇ ଦାଦନ ହୋଇ ଅନ୍ୟ ରାଜ୍ୟକୁ ପାଉଛନ୍ତି ।ଅତୀତରେ ସେମାନେ ଅନୁସୂଚିତ ଜାତିରେ ସମ୍ବିଧାନରେ ଅନ୍ତର୍ଭୁକ୍ତ ଥିଲେ ।କୌଣସି ନା କୌଣସି କାରଣରୁ ୧୯୫୦ ମସିହାରେ ସେମାନଙ୍କୁ ସମ୍ବିଧାନରେ ଅନୁସୂଚିତ ଜାତି ମାନ୍ଯତାରୁ ବାଦ କରାଯାଇଥିଲା । ଯାହାକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପୁନଃ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ ପାଇଁ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରି ଆସୁଛନ୍ତି ଓ ସରକାରଙ୍କ ପାଖରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ନିକଟରେ ରାଜ୍ୟ ସରକାର କୁମ୍ଭାର ସମାଜକୁ ଏସଟି ମାନ୍ୟତା ପାଇଁ ରାଜସ୍ଵ ବିଭାଗକୁ କୁମ୍ଭାର ସମାଜର ଜାତିଗଣନା, ଅର୍ଥନୈତିକ ପରିସ୍ଥିତି, ସାମାଜିକ ପରିସ୍ଥିତି,କୌଳିକ ବୃତ୍ତିର ସର୍ଭେ କରିବା ପାଇଁ ଲିଖିତ ନିର୍ଦେଶ ଦେଇଛନ୍ତି ।ହେଲେ ଏହା ଏଯାଏଁ ଗ୍ରାମାଞ୍ଚଳରେ ଆରଆଇ ମାନେ କାର୍ଯ୍ୟକାରୀ କରି ନାହାନ୍ତି ।

ଓଡ଼ିଶାରେ କୁମ୍ଭାର ସମାଜର ୪୦ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକେ ଵସବାସ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାରେ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।କୁମ୍ଭାର ମାନେ ହେଉଛନ୍ତି ବିଶ୍ଵକର୍ମା ।ଜନ୍ମରୁ ମଶାଣି ପର୍ଯ୍ୟନ୍ତ କୁମ୍ଭାର ସମାଜର ଲୋକଙ୍କର ଆବଶ୍ୟକତା ରହିଛି ।ଜଗତୀକରଣ ଯୁଗରେ ମାଟିପାତ୍ରର ସ୍ଥାନ ଷ୍ଟିଲ ନେଇଛି ।ଯାହାଫଳରେ କୁମ୍ଭାର ମାନଙ୍କ ଜୀବନ ଓ ଜୀବିକାର ବିପନ୍ନ ।ଏହି ସବୁ ସମସ୍ୟା ନେଇ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦାପୋଷି ଗ୍ରାମରେ କୁମ୍ଭାର ସମାଜ ଉନ୍ନୟନ ପରିଷଦର ଏକ ଶାରଦୀୟ ବଂଧୁ ମିଳନ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୁମ୍ଭାର ସମାଜର ସଂପାଦକ ଭୁବନେଶ୍ଵର ବେହେରା ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ସେବା ନିବୃତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ପ୍ରାକ୍ତନ ସଂପାଦକ ମହେନ୍ଦ୍ର ବେହେରା,ଉଦ୍ଯକ୍ତା ପ୍ରତାପ ବେହେରା, ମହିଳା ନେତ୍ରୀ ଶୁଶିଳା ବେହେରା,, ସମାଜସେବୀ ନରେଶ ବେହେରା,ହୀରାଲାଲ ବେହେରା, ସୁରେନ୍ଦ୍ର ବେହେରା, ଭୁବନେଶ୍ୱର ବେହେରା, ରାଇରଙ୍ଗପୁର ପୌରପାଳିକାର ୧ ନମ୍ବର ୱାର୍ଡର କାଉନସିଲର ଅରୁଣ ପାଲ,,୨ ନମ୍ବର ଓ୍ବାର୍ଡର କାଉନସିଲର ସୁକଦେବ ବେହେରା,ଦ୍ରୌପଦୀ ବେହେରା, ଦୁର୍ଯୋଧନ ବେହେରାଙ୍କ ସମେତ ଶତାଧିକ ସମାଜର ଲୋକେ ଯୋଗ ଦେଇ ଜଗନ୍ନାଥ ଙ୍କ ଫଟୋଚିତ୍ରରେପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାର ଶୁଭାରମ୍ଭ କରିଥିଲେ । ଅତିଥି ଗଣକଉମ୍ଭଆର ସମାଜକୁ ଏକାଠି ହୋଇ ନିଜର ଲଢେଇ ହାସଲ ପାଇଁ ଏକ ହେବା ପାଇଁ କହିଥିଲେ । ସମସ୍ତେ ସମସ୍ତଙ୍କର ଦୁଃଖସୁଖ ର ସାମିଲ ହେବା ପାଇଁ କହିଥିଲେ । ସରକାର ସେମାନଙ୍କୁ ଶିଘ୍ର ଏସପି ତାଲିକାରେ ଅନ୍ତର୍ଭୁକ୍ତ କରନ୍ତୁ ନଚେତ୍ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ ।ଆର ଆଇ ମାନେ ଗ୍ରାମାଞ୍ଚଳରେ ସର୍ଭେ କରୁଥିବାବେଳେ ସମସ୍ତେ ସଜାଗ ସୋଇ କୁମ୍ଭାର ସମାଜର ଲୋକେ ଯେମିତି ତାଲିକାରେ ବାଦ ନ ପଡନ୍ତି ସେଥିପ୍ରତି ଅଧିକ ଧ୍ୟାନ ଓ ଯତ୍ନଶୀଳ ହେବାପାଇଁ କହିଥିଲେ ।ପରେ ଆଗାମୀ ଶାରଦୀୟ ଦୁର୍ଗାପୂଜା ରେ ମା’ ସମସ୍ତ କୁମ୍ଭାର ସମାଜର ମଙ୍ଗଳ କରନ୍ତୁ,ସୁସ୍ଥ ରଖନ୍ତୁ, ଧନଧାନ୍ୟରେ ଓଜାଡି ଦିଅନ୍ତୁ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ଵତଃସ୍ଫୁର୍ତ୍ତ ଭାବେ ବହୁ ସଂଖ୍ୟାରେକୁମ୍ଭାର ସମାଜର ମହିଳା,ଯୁବକ, ବୁଦ୍ଧିଜୀବୀ,ସାମାଜିକ କର୍ମୀ,ଲେଖକ,କବି,ଯୋଗ ଦେବା ସହ କୁମ୍ଭାର ସମାଜର ଉନ୍ନତି,ବିକାଶ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ ।ଏହି ବୈଠକରେ ଉପସ୍ଥିତ ଥିବା ସମସ୍ତଙ୍କୁ ସଂପାଦକ ଭୁବନେଶ୍ୱର ବେହେରା କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ଦକ୍ଷିଣି ଶୌଣ୍ଢିକ ମହାସଂଘର  ଧର୍ମଗଡ ଓ ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ବୈଠକ

Sunil Chandra Nayak

କେନ୍ଦ୍ର ସରକାର ଙ୍କ ଚାଉଳ ମାରଣ ନୀତି ବିରୁଦ୍ଧ ରେ ବିଜେଡ଼ି ର ପ୍ରତିବାଦ

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

Leave a Comment

error: Content is protected !!