ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି, ରାଜସ୍ଥାନର ଜୈନ ଭଵନକୁ ଥାଇଲାଣ୍ଡର ଡ୍ରାଗନ ଟେମ୍ପୁଲ ତୋରଣ 

ଦଶହରା ଲାଗି ଚଳଚଞ୍ଚଳ ପାପଡାହାଣ୍ଡି,

ରାଜସ୍ଥାନର ଜୈନ ଭଵନକୁ ଥାଇଲାଣ୍ଡର ଡ୍ରାଗନ ଟେମ୍ପୁଲ ତୋରଣ

ପାପଡାହାଣ୍ଡି,21/10, — ଚଳିତ ବର୍ଷର ଦଶହରା ଲାଗି ଚଳ ଚଞ୍ଚଳ ହୋଇଉଠିଛି ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ସହର | ଲୋକଙ୍କ ଲାଗି ମୁଖ୍ୟ ଆକର୍ଷଣ ରହିଛି, ବସଷ୍ଟାଣ୍ଡର ସାର୍ଵ ଜନିନ ପୂଜା କମିଟିର ରାଜସ୍ଥାନର ଜୈନ ଭଵନକୁ,ନୀଳକଣ୍ଠେସ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ଶ୍ରୀଦୁର୍ଗାପୂଜା କମିଟିର ଥାଇଲାଣ୍ଡର ଡ୍ରାଗନ ଟେମ୍ପୁଲ ତୋରଣ | ଡ୍ରାଗନ ଟେମ୍ପଲ ତୋରଣର ଉଚ୍ଚତା 70 ଫୁଟ ଥିବା ବେଳେ ଚଉଡା 80ଫୁଟ ରହିଛି |ଏହି ତୋରଣ ତିଆରି କରିବାକୁ କୋଲକତାର କାରିଗର ମାନେ ଆସିଛନ୍ତି | ଲାଇଟ ସାଜ ସଜ୍ଜା ପାଇଁ କଲିକତା କାରିଗର ମାନେ ଆସିଛନ୍ତି | ସେହିପରି ବସଷ୍ଟାଣ୍ଡ ରାଜସ୍ଥାନ ଜୈନ ଭଵନ ତୋରଣ ଉଚ୍ଚତା 70 ଓ ଚଉଡା 85ଫୁଟ ରହିଛି | କୋଲକତା କାରିଗର ମାନେ ଆସିଥିବା ବେଳେ ଲାଇଟ ଲାଗି ଜଳେଶ୍ଵର କାରିଗର ମାନେ ଆସିଛନ୍ତି | ଉଭୟ ପୂଜା କମିଟି ତରଫରୁ ବସଷ୍ଟାଣ୍ଡ ଛକରୁ ଭୈରବ ମନ୍ଦିର ପର୍ଯ୍ୟନ୍ତ ଲାଇଟ ସଯାଯାଇଛି | ଉଭୟ ପୂଜା କମିଟି ତରଫରୁ ଦଶହରାରେ ରାବଣ ପୋଡି କାର୍ଯ୍ୟକ୍ରମ ରଖା ଯାଇଛି | ଅରକେଷ୍ଟ ସହ ଦେଶିଆ ନାଚର ମଧ୍ୟ ଆୟୋଜନ କରାଯାଇଛି | ପ୍ରତି ବର୍ଷ ପରି ଚଳିତ ବର୍ଷର ଦଶହରା ଲାଗି ଅଭିଭକ୍ତ କୋରାପୁଟ ସହ କଳାହାଣ୍ଡି, ଛତିଶଗଡ଼ ଅଞ୍ଚଳର ଲୋକ ମାନେ ଆସିଥାନ୍ତି | ଉଭୟ ପୂଜା କମିଟି ତରଫରୁ ଶାନ୍ତି ପୁର୍ଣ ଦଶହରା ଲାଗି ଆଲୋଚନା ହୋଇଛି | ଲୋକଙ୍କ ମନରଞ୍ଜନ ଲାଗି ମିନା ବଜାର ଓ ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱ ରେ ଉଠାଦୋକାନୀଙ୍କ ପସରା ଲାଗିଲାଣି | ଶୁକ୍ରବାର ଷଷ୍ଠି ପୂଜା ଅନୁଷ୍ଠିତ ହୋଇଯାଇଛି | ଚଳିତ ବର୍ଷ ଲକ୍ଷା ଧିକ ଭକ୍ତଙ୍କ ସମାଗମ ହେବାର ସମ୍ବାବନା ରହିଛି | ଏଥି ଲାଗି ଯାନ ବାହାନ ପାର୍କିଂ ଲାଗି ପାପଡାହାଣ୍ଡି ମ୍ୟୁଜିଅମ, ତଣ୍ଡାଗୁଡା, ଦଳେଇଗୁଡା ଓ ସୁନା ଡଙ୍ଗରି ରାସ୍ତା ନିକଟରେ ସ୍ଥାନ ନିରୂପଣ ହୋଇଛି | ବସଷ୍ଟାଣ୍ଡ ସାର୍ବ ଜନିନ ପୂଜା କମିଟିର ସଭାପତି ବି ଜଗନ ମୋହନ ରାଓ ଓ ଶ୍ରୀଶ୍ରୀ ଦୁର୍ଗା ପୂଜା କମିଟି ର ସଭାପତି ଜି ଅନନ୍ତ ମୂର୍ତ୍ତି କମିଟି ସଭ୍ୟ ମାନଙ୍କୁ ନେଇ ପୂଜା କିପରି ଶାନ୍ତି ଶୃଙ୍ଖଳା ସହ ପାଳନ ହେବ ସେ ନେଇ ଲାଗି ପଡିଛନ୍ତି | ଦଶହରା ଲାଗି ବର୍ତମାନ ଠାରୁ ପାପଡାହାଣ୍ଡିrରେ ଭିଡ଼ ଜମିବାରେ ଲାଗିଛି | ବସଷ୍ଟାଣ୍ଡ ସହ ଜାତୀୟ ରାଜପଥ 26 ର ଉଭୟ ପାର୍ଶ୍ୱରେ ଦୋକାନ ବସିବାରେ ଲାଗିଛି | ଦଶହରା ଦିନ ରାବଣ ପୋଡିରେ ଏକ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହେବାର ରହିଛି | ସେହିପରି ବ୍ଲକର ତୁମର୍ଲା ଓ ମଇଦଲପୁର ଠାରେ ବି ଦୁର୍ଗା ପୂଜା ଅନୁଷ୍ଠିତ ହେଉଛି |

ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

ଘର ଭିତରେ ନିଜ ମାଆଙ୍କୁ ମାରି ପୋଡି ଦେଲା ପୁଅ

masiha

ଗାଁ ରେ ମଦ କୋଠି ବନ୍ଦ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ସୁନାମାଲ ମହିଳା ଗୋଷ୍ଠି

masiha

Leave a Comment

error: Content is protected !!