ସାହିତ୍ୟ ଅଗଣାହୃଦାନନ୍ଦ ମେହେର ଙ୍କ କବିତା = ମାଁ ଦୁର୍ଗାଙ୍କ ଆଗମନ by masihaOctober 24, 2023062 Share1 ମାଁ ଦୁର୍ଗାଙ୍କ ଆଗମନ ମାଆ ଗୋ ମାଆ ମୋ ଦୁର୍ଗା ମାଆ ଆଶ୍ୱିନ ମାସ ଆସିଛି ମାଆ ଆଗମନ କରିଛି ଧରଣୀରାଣୀ ହସୁଛି କାଶତଣ୍ଡୀ ଫୁଲ ଫୁଟିଛି ll ଢ଼ୋଲନିଶାନ ଏଠି ବାଜୁଛି ମଣ୍ଡପ ସୁନ୍ଦର ଲାଗୁଛି ଗଳାରେ ମନ୍ଦାରମାଳା ଝୁଲୁଛି କେତେ ସୁନ୍ଦର ମାଆ ଦିଶୁଛି ll ଦଶଭୁଜାରେ ଅସ୍ତ୍ର ଧରିଛି ସିଂହ ପିଠିରେ ବସିଛି ମହିଷାସୁରକୁ ମାରିଛି ଜଗତ ଉଦ୍ଧାର କରିଛି ll ଦୁର୍ଗା ରୂପରେ ଆସିଛି ଜଗତଜନନୀ ଦୁନିଆ ଜାଣିଛି ପାପିଙ୍କୁ ବିନାଶ କରିଛି ମହିଷାମର୍ଦ୍ଧନୀ ହୋଇଛି ll ହୃଦାନନ୍ଦ ମେହେର,ସାମ୍ବାଦିକ ଲକ୍ଷ୍ମୀପ୍ରସାଦ , ନାରାୟଣ ନଗ), ବୌଦ୍ଧ