ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି 

ବଡ଼ ସରପୋଲୀ ଅସ୍ଥାୟୀ ପଞ୍ଚାୟତରୁ ଚୋରି 

ବନ୍ଧୁଗାଁ ତା ୨୮/୧୦/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟଳୟ ଠାରେ ଚାବି ଭାଙ୍ଗି ଚୋରି ହୋଇଯାଇଛି । ଆଜି ସରପଞ୍ଚ ସୁନ୍ଦୁରୁ ପିଡ଼ିକା ପଞ୍ଚାୟତର ଚାବି ନିଜ ପାଖରେ ଥିବା ବେଳେ ପଞ୍ଚାୟତର କିଛି ଏସ ହେଚ୍ ଜି ର ଏମ ବି କେ, ସି ଆର ପି, ଇ ସି ମେମ୍ୱର ଓ କିଛି ଗ୍ରୁପ ମାଆ ମାନଙ୍କ ଉପସ୍ଥିତିରେ ମିଟିଂ କରାଯାଇଥିଲା । ମାଆ ମାନଙ୍କ ମିଟିଂ ଶେଷ ହେବା ପରେ ପଞ୍ଚାୟତ ପିଅନ ମୋହନ ଦେବରପଲ୍ଲୀ ଙ୍କୁ ତାଲା ନାହିଁ ପାଞ୍ଚୟତ ଖୋଲା ଥିବା ବିଷୟ ଏମବିକେ ଅବଗତ କରିଥିଲେ । ଏହା ପରେ ପିଅନ ଜଣକ ତାଲା ଭାଙ୍ଗି ଥିବା ଜାଣି ସରପଞ୍ଚଙ୍କୁ ଅବଗତ କରିଥିଲେ । ସରପଞ୍ଚ ସୁନ୍ଦୁରୁ ପିଡ଼ିକା ଓ ସମିତି ମେମ୍ବର ଶିନାଜୀ ପିଡ଼ିକା ମିଳିତ ଭାବେ ବନ୍ଧୁଗାଁ ଥାନାକୁ ଲିଖିତ ଅଭିଯୋଗ ଅନୁଯାୟୀ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟରୁ ଗତ କାଲି ଚୋରି ହୋଇଯାଇ ଥିବା ଜଣାଇଥିଲେ । ସରପଞ୍ଚ ସଙ୍ଗେ ସଙ୍ଗେ ପଞ୍ଚାୟତକୁ ଆସି ଭିତରକୁ ପ୍ରବେଶ କରି କଣ କଣ ଚୋରି ହୋଇ ଯାଇଛି ଜାଣିବାକୁ ପାଇ ଲିଖିତ ଭାବେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ତରଫରୁ ୫୨ ଇଞ୍ଚର ଏଲ ଇ ଡି ଟିଭି, ସି ପି ୟୁ, କି ବୋର୍ଡ, ସି ସି କେମେରା ସିଷ୍ଟମ ଓ କିଛି ସରକାରୀ ନଥିପତ୍ର ଚୋରି ହୋଇ ଥିବା ଦାୟର କରିଛନ୍ତି । ସରପଞ୍ଚଙ୍କ ଦ୍ୱାରା ଲିଖିତ ଅଭିଯୋଗ ଅନୁଯାୟୀ ବନ୍ଧୁଗାଁ ଥାନାରୁ ଏସ ଆଇ ବିଜୟ ରାଜ ମାଝି ଓ ଏଏସଆଇ ବି ଟି ସାଧୁ ପହଞ୍ଚି ତଦନ୍ତ କରି ଫେରି ଯାଇଛନ୍ତି । ଆଜକୁ ପ୍ରାୟ ୭ ବର୍ଷ ନୂତନ ଭାବେ ବଡ଼ସରପଲ୍ଲୀ ପଞ୍ଚାୟତ ହୋଇଥିଲେ ମଧ୍ୟ ଏକ ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସୁଛି । ବନ୍ଧୁଗାଁ ବ୍ଲକରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରଥମ କରି ସରପଞ୍ଚ ଙ୍କ ହାତରେ ଚାବି ରହି ଥିଲେ ମଧ୍ୟ ପଞ୍ଚାୟତରୁ ଚୋରି ହେବା ପ୍ରଥମ ଘୋଟଣା ରହିଛି । ଏହି ଯୋଜନା ବଧ ଚୋରୀକୁ ଅଧିକ ଦଦନ୍ତ କରି ଚୋରି ସାମଗ୍ରୀ ଜବତ କରିବା ଓ ଚୋରକୁ ଧୋରିବା ପୋଲିସ୍ ପାଇଁ ଚେଲେଞ୍ଜ ରହିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Sunil Chandra Nayak

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

Maoist Leader Surrenders to Rayagada SP with Arms and Ammunition

masiha

Leave a Comment

error: Content is protected !!