ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜସ୍ବ ଅମଲା ସଙ୍ଘ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ରାଇରଙ୍ଗପୁର ତହସିଲଦାର ଙ୍କୁ ସ୍ୱାଗତ ସମର୍ଦ୍ଧନା

ରାଜସ୍ବ ଅମଲା ସଙ୍ଘ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ରାଇରଙ୍ଗପୁର ତହସିଲଦାର ଙ୍କୁ ସ୍ୱାଗତ ସମର୍ଦ୍ଧନା

ମୟୂରଭଞ୍ଜ-୩୦/୧୦ ( ମସିହା)ଆଜି ରାଜସ୍ୱ ଅମଲା ସଙ୍ଘ ବାମନଘାଟି ଶାଖା ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ତହସିଲଦାର ଶ୍ରୀଯୁକ୍ତ ବିଶ୍ଵନାଥ ବିଶ୍ବାଳ ଙ୍କୁ ପୁଷ୍ପଗୁଛ ଦେଇ ସୌଜନ୍ୟ ମୁଳକ ସାକ୍ଷାତ ପୂର୍ବକ ସ୍ୱାଗତ ସମର୍ଦ୍ଧନା ଜଣେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଶ୍ରୀ ଅସିତ କୁମାର ମହାକୁଡ଼ ଙ୍କ ସମେତ ଶ୍ରୀ ଗିରିଜା ଶଙ୍କର ମହାନ୍ତ, ଉପଦେଷ୍ଟା, ଶ୍ରୀ ବାଜଲ ମୁର୍ମୁ, ଚାମ୍ବରୁ ଚରଣ ବେଶ୍ରା, କେଶବ ନାଏକ,ସୁନୀଲ ପାତ୍ର, ରଞ୍ଜନ କୁମାର ଦଣ୍ଡପାଟ, ସିପିକା ମହାନ୍ତ,ଅମ୍ବିକା ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ମହାକୁଡ଼ ସମସ୍ତ ଅମଲା ମାନେ ତହସିଲଦାର ଙ୍କ ସହିତ ସୁ ସମ୍ପର୍କ ରକ୍ଷା କରି ନ୍ୟସ୍ତ ହୋଇଥିବା ଦାୟିତ୍ବ କୁ ସୁଚାରୁ ରୁପେ ତୁଲେଇବେ ବୋଲି ପ୍ରକାଶ କରିଥିଲେ। ଅନୁରୂପ ଭାବେ ତହସିଲଦାର ମଧ୍ୟ ସମସ୍ତେ ଭଲ କାର୍ଯ୍ୟ କରି ଅଞ୍ଚଳର ଜନ ସାଧାରଣ ଙ୍କ ପ୍ରିୟ ଭାଜନ ହେବା ନିମନ୍ତେ ଉପଦେଶ ଦେଇଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ

masiha

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!