ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

ଆଜି ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଯୋଗଦାନ କରିଛନ୍ତି। ପୂର୍ବତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କରଙ୍କ ଭୁବନେଶ୍ୱର ଭିଜିଲାନସ୍ ଜଜ୍ ଭାବେ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ପ୍ରଧାନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ ଦାୟିତ୍ଵ ତୁଲାଇ ଥିଲେ। ଅନୁଗୁଳର ବହୁ ଚର୍ଚ୍ଚିତ ନାବାଳିକା ଧର୍ଷଣ ଓ ହତ୍ୟା ପକ୍ସୋ କେସ ରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇ ସେ ଚର୍ଚ୍ଚା ରେ ରହି ଆସିଥିଲେ। ଧର୍ମଗଡ ଓକିଲ ସଂଘ ତରଫରୁ ଆଜି ଶ୍ରୀ ପ୍ରଧାନ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଂଘର ସଭାପତି ଶ୍ରୀ ପ୍ରସନ୍ନ କୁମାର ଅଗସ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ୱାଗତ ସଭାରେ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ଵ ବିସ୍ତୃତ କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ କୁମାର ଦାସ, ବରିଷ୍ଠ ଆଇନଜୀବୀ ଶ୍ରୀ ଚିନ୍ତାମଣି ପାତ୍ର, ଶ୍ରୀ ସନ୍ତୋଷ ପାତ୍ର, ଶ୍ରୀ ଲିଙ୍ଗରାଜ ବେହେରା,ଶ୍ରୀ କୃପାସିନ୍ଧୁ ପଣ୍ଡା,ଶ୍ରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ଭବାନୀ ଚରଣ ଦାସ, ସରକାରୀ ଓକିଲ ଶ୍ରୀ ଧିରେନ୍ଦ୍ର ନାଥ ପାତ୍ର ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାଗ, ଶ୍ରୀ ଦିଗାମ୍ବର ଦୁରିଆ, ଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଷୀ, ଶ୍ରୀମତି ସଂଯୁକ୍ତା ପଣ୍ଡା, ଶ୍ରୀ ପ୍ରେମଲାଲ ସାଗର, ଶ୍ରୀ ସୁମନ୍ତ ପଣ୍ଡା, ଶ୍ରୀ ସମୀର ମୁଣ୍ଡ , ଶ୍ରୀ ସୁଶାନ୍ତ ଯୋଷୀ, ଶ୍ରୀ ରଞ୍ଜିତ ପଣ୍ଡା,ଶ୍ରୀ ଦିନେଶ ଶର୍ମା, ସହ ସମ୍ପାଦକ ଶ୍ରୀ ଜୟଦ୍ରଥ ମହାନନ୍ଦ, ଉପ ସଭାପତି ଶ୍ରୀ ବିନୋଦ ନାୟକ, କୋଷାଧ୍ୟକ୍ଷ ଶ୍ରୀ ବସନ୍ତ ଠାକୁର ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ। ସମ୍ପାଦକ ଶ୍ରୀ ବିଶ୍ଵନାଥ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୧- ଛଦେଶ ମାଟିର ସୁଯୋଗ୍ୟ ସନ୍ତାନ,ଲଢୁଆ ପୁଅ ତଥା ଯୁବ ସାମ୍ବାଦିକ – ମହେଶ୍ୱର ସାହୁ , ୨-ଇନ୍ଦ୍ରଜିତଙ୍କ ଅତିଭୌତିକ ଗଳ୍ପ ସଙ୍କଳନ ‘ଇନ୍ଦ୍ରଜାଲ’ ଉନ୍ମୋଚିତ,୩- ଗଁଦିଆରେ ଶିକ୍ଷକମାନଙ୍କୁ ନେଇ ଚକ୍ଷୁ ପରୀକ୍ଷା ତାଲିମ ଶିବିର ଅନୁଷ୍ଠିତ, ୪- ଦୁର୍ଘଟଣାରେ ବୃଦ୍ଧା ମୃତ । କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ,୫- ରାମେଶ୍ୱର ମନ୍ଦିର ପରିଚାଳନା କମିଟି ବୈଠକ , ୬-ଶିଶୁ ଶ୍ରମିକ ନିରୋଧ ସଚେତନତା କାଯ୍ୟକ୍ରମ, ୭- ଦନ୍ତା ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ , ୮- ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ପ୍ରସ୍ତୁତି ବୈଠକ., ୯- ସ୍ୱର୍ଗତା ସଂଯୁକ୍ତା ବେହେରାଙ୍କ ସ୍ମୃତିରେ ବର୍ଣ୍ଣାଢ୍ୟ ‘ସ୍ୱର ଅଗଣା ସଙ୍ଗୀତର ଝରଣା-୨୦୨୬’, ୧୦- ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ , ୧୧- ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେ ଅବ୍ୟବସ୍ତା , ୧୨- ଅଜଣା ଗାଡି ଧକାରେ ୧୫ ରୁ ଉର୍ଧ ଗୋରୁ ମୃତ୍ୟୁ, ୧୩- ପସାସିଂହ ଗ୍ରାମରରେ ବିଦ୍ୟୁତ ସଟ ସର୍କିଟରେ ଜଳିଗଲା ଘର ଓ ଆସବାହ ପତ୍ର ,୧୪- ମହିଷା ପାଟ ନିକଟ କୁବୋଟାରେ ଚାଷି ସମାବେଶ., ୧୫- ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲ ଫାଟକରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ , ୧୬- ହାତୀ-ମଣିଷ ସହବସ୍ଥାନ ନେଇ ଆଲୋଚନାଚକ୍ର , ୧୭-ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଭାଗବତ ସପ୍ତାହ ଓ ଜଗନ୍ନାଥ ଦାସ ଜୟନ୍ତୀ ପାଳିତ , ୧୮- କାମାକ୍ଷାନଗରରେ ଦଶହରା ପ୍ରସ୍ତୁତି ବୈଠକ

Sunil Chandra Nayak

କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଠପ୍ 

କଲମପୁର ଓ ଥୁଆମୂଳ ରାମପୁର ବ୍ଲକ ପରିକ୍ରମା କଲା ସମ୍ବିଧାନ ସଚେତନତା ରଥ

Sunil Chandra Nayak

Leave a Comment

error: Content is protected !!