ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ

ଜୁନାଗଡ଼ରେ ପଣ୍ଡରାମାଳି ସମାଜର ନୂଆଖାଇ ଭେଟଘାଟ

ଜୁନାଗଡ଼ (ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ କଳାହାଣ୍ଡି ପଣ୍ଡରାମାଳି ସମାଜ ପକ୍ଷରୁ ଏକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାଁ ଲଙ୍କେଶ୍ୱରୀ ମନ୍ଦିର ରୁ ପୂଜାର୍ଚନା କରିବା ସହ ଏକ ବିରାଟ ରେଲି ମାଧ୍ୟମରେ ଜୁନାଗଡ଼ ସହର ପରିକ୍ରମା କରି ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ଠାରେ ପହଂଚି ଥିଲେ l ଏହି ରେଲି ରେ ପଣ୍ଡରlମାଳି ସମାଜ ଓ ଯୁବ ସଂଗଠନ ର ସହସ୍ରାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ l ଏହା ପରେ ଅନୁଷ୍ଠିତ ନୂଆଖାଇ ଭେଟଘାଟ ସଭାରେ ପଣ୍ଡରlମାଳି ଯୁବ ସଂଗଠନ ର ସଭାପତି ଦୁର୍ଗା ପ୍ରସାଦ ନାଏକ ଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ମାଳି ସମାଜ ର ସଭାପତି ନୀଳକଣ୍ଠ ବିଶି, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, ନବରଙ୍ଗପୁର ମାଳି ସମାଜ ପରିଚାଳକ ପୁରୁଷୋତ୍ତମ ପାରି, ମୁଖ୍ୟ ବକ୍ତା ଭାବେ ଉପେନ୍ଦ୍ର ଧାକଡ଼(ପୂର୍ବତନ ସଭାପତି ନୂଆପଡା ମାଳି ସମାଜ )ଯୋଗଦାନ କରିଥିଲେ l ଅନ୍ୟ ବିଶିଷ୍ଟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ଯୁବ ସଂଗଠନ ର କାର୍ଯ୍ୟକାରୀ ସଭାପତି ତୁଲେଶ୍ୱର ନାଏକ,ପ୍ରକାଶ ନାଏକ (ମାଲିସମାଜ କୁଳପତି ),ରାଜ୍ୟ କଲ୍ୟାଣ ବୋର୍ଡ ର ଅଧ୍ୟକ୍ଷା କଲ୍ୟାଣି ନାଏକ, ଜୁନାଗଡ଼ ଏନ. ଏ. ସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ,ବିଦ୍ୟଧର ନାଏକ, ବୈକୁଣ୍ଠ ନାଏକ,ନୀଳକଣ୍ଠ ପୁଝାରୀ, ଭୈରବ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।ସଭାରେ ବକ୍ତାମାନେ ସମାଜରୁ କୁସଂସ୍କାର ଦୂର କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ସାଂସ୍କୃତିକ, ଓ ରାଜନୈତିକ ଦିଗରେ ଅଗ୍ରସର ହୋଇ ଏକ ସୁସଙ୍ଗଠିତ ପଣ୍ଡରାମାଳି ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରାୟଗଡ ଗସ୍ତ କରି ସୁଭଦ୍ରା ଯୋଜନାର ସମୀକ୍ଷା କଲେ 

masiha

ବାଲିଯାତ୍ରା ମହୋତ୍ସବ ର ସନ୍ଧ୍ୟା ରେ ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ।

masiha

ବରପୁତ୍ର ଙ୍କ ସଫେଇ ଓ ମାଲ୍ୟାର୍ପଣ

Sunil Chandra Nayak

Leave a Comment

error: Content is protected !!