ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ରେ ଗଜଲକ୍ଷ୍ମୀ ପୂଜା ଓ ଭାଷାଣି ଧୁମଧାମରେ ଅନୁଷ୍ଠିତ 

ଜୁନାଗଡ ରେ ଗଜଲକ୍ଷ୍ମୀ ପୂଜା ଓ ଭାଷାଣି ଧୁମଧାମରେ ଅନୁଷ୍ଠିତ 

ଜୁନାଗଡ ,୪/୧୧(ମ ନି ସ)ଜୁନାଗଡ ସହରର ବିଭିନ୍ନ ସ୍ଥାନରେ ମା ଗଜଳଷ୍ମୀ ଙ୍କ ପୂଜା ଓ ଭଷାଣି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।ସହରର ନୂଆବସଷ୍ଟାଣ୍ଡ,ମାରବାଡ଼ି ପଡା, ଓ ପୁରୁଣା ବସଷ୍ଟାଣ୍ଡ ଠାରେ ମା ଗଜଳଷ୍ମୀଙ୍କ ମୄଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଇଥିଲା ।ରଙ୍ଗବେରଙ୍ଗ ଆଲୋକମାଳା ସହ ମିନବଜାର ଦେଖିବା ପାଇଁ ପ୍ରବଳ ଭିଡ ହୋଇ ୭ଦିନ ବ୍ୟାପି ସହର ଉତ୍ସବ ମୁଖର ହୋଇ ଉଠିଥିଲା। ନୂଆବସ୍‌ଷ୍ଟାଣ୍ଡ ସ୍ଥିତ ଗଜଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ପ୍ରତି ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ସାତଦିନ ବ୍ୟାପି ମାଆ ଗଜଲକ୍ଷ୍ମୀ ଙ୍କର ୪୫ତମ ପୂଜନୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପୂଜା ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ପ୍ରତି ସଂଧ୍ୟାରେ ଭଜନ ସମାରୋହ,ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ,ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ କର୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ଗଜଲକ୍ଷ୍ମୀ ସାଂସ୍କୃତିକ ଅନୁଷ୍ଠାନର ସହ ସଂପାଦକ ଦୂର୍ଗା ମାଧବ ବେହେରା ଓ ତାଙ୍କ ଧର୍ମ ପତ୍ନୀ ଅନିତା ବେହେରା । ସଭାପତି ନଳିନୀ ରଂଜନ ପଟ୍ଟନାଏକ ,ସଂପାଦକ କୈଲାସ ଚନ୍ଦ୍ର ରାଉତ , ଉପ ସଭାପତି ପରମାନନ୍ଦ ପ୍ରଧାନ ,କୋଷାଧ୍ୟକ୍ଷ ଦୁର୍ଗା ଶଙ୍କର ସିଂହ ଓ ବରିଷ୍ଠ ସଭ୍ୟ ପ୍ରେମ ନାରାୟଣ ଶର୍ମା , ମନୋଜ ମେହେର,ବିକାଶ କୁମାର ଗୋଏଲ ,ବିଶ୍ୱ ରଂଜନ ପଣ୍ଡା,ମନୋରଂଜନ ପଣ୍ଡା,ଆନନ୍ଦ ଚନ୍ଦ୍ର ପ୍ରଧାନ,ମହେନ୍ଦ୍ର ସାହୁ,ଓମ୍ ପ୍ରକାଶ ମୁଣ୍ଡ,ବଳଦେବ ଠାକୁର,ତ୍ରିବିକ୍ରମ ସିଂହ,ନିରଞ୍ଜନ ଚୈାଧୁରି,ଯଦୁନାଥ ନାୟକ,ମଧୁସୁଦନ ଗୁଆ ଙ୍କ ଦିଗ୍ ଦର୍ଶନ ଏବଂ ପରାମର୍ଶ କ୍ରମେ କନିଷ୍ଠ ସଭ୍ୟ ଲିଟୁ ସାହୁ,ଗୌତମ ଶୁକ୍ଲା,ତୁର୍ଯ୍ୟନାଦ କେଶରୀ ସିଂହ,ବାପି ବାରିକ,କୁନା ଦଣ୍ଡସେନା,ବିଭୁତି ଭୂଷଣ ବାରିକ ପ୍ରଭୁତି ସହଯୋଗ କରିଥିଲେ । ଏହି ସବୁ ପୂଜା କମିଟି ପକ୍ଷରୁ ବିଭିନ୍ନ ଆଧୁନିକ ଓ ଲୋକବାଦ୍ୟର ତଳେ ଭାଷାଣି ଶୋଭଯାତ୍ରା ସହ ସ୍ଥାନୀୟ ହାତୀନଦୀରେ ମାଙ୍କ ବିସର୍ଜନ କରାଯାଇଥିଲା।ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଟ୍ରାକ୍ଟର ଧକ୍କାରେ ଦାଦା ମୃତ ପୁତୁରା ଗୁରୁତର ଆହତ

Sunil Chandra Nayak

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

masiha

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି

Sunil Chandra Nayak

Leave a Comment

error: Content is protected !!