ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ଝଡ଼ ବର୍ଷାରେ ବ୍ୟାପକ ଫସଲ ନଷ୍ଟ l ଚାଷୀଙ୍କ କ୍ଷତି ପୂରଣ ଦାବି 

ଅଦିନିଆ ଝଡ଼ ବର୍ଷାରେ ବ୍ୟାପକ ଫସଲ ନଷ୍ଟ l ଚାଷୀଙ୍କ କ୍ଷତି ପୂରଣ ଦାବି 

ଜୁନାଗଡ଼ ,୦୪/୧୧( ମ ନି ସ) ଗତ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଅଦିନିଆ ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷରେ ଜୁନାଗଡ଼ ବ୍ଲକ ଅଞ୍ଚଳରେ ବ୍ୟାପକ ଧାନ ଫସଲ କ୍ଷୟ କ୍ଷତି ହୋଇଥିବା ଜଣାପଡିଛି l ଯୋର ରେ ପବନ ହେବାରୁ ରାସ୍ତା କଡର ଗଛ ସବୁ ଉପାଡ଼ି ହୋଇଥିବାବେଳେ କୁଆ ପଥର ମାଡ଼ରେ ପାଚିଲା ଧାନ ନଷ୍ଟ ହୋଇଛି l କୁଆ ପଥର ମାଡ ଯୋଗୁଁ ଧାନ ସବୁ କାଦୁଅରେ ପୋତି ହୋଇ ପଡିଥିବା ଦେଖିବାକୁ ମିଳିଛି l  କିଛି ଦିନ ଅନ୍ତେ ଫସଲ ଅମଳ ହେବାକୁ ଥିବା ବେଳେ ଅଭଳି ଅଦିନିଆ ବର୍ଷାରେ ଫସଲ କ୍ଷୟ କ୍ଷତି କୁ ନେଇ ଚାଷୀ ଏବେ ଚିନ୍ତାରେ l ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଲାସ, ମଥୁରା, ଗୌଡ ସର୍ଗୀଗୁଡା, ବଳଦିଆମାଲ,ଖାଲିଆପାଲି କୁଣ୍ଡlମାଲ୍, ଚିଚେଇଗୁଡ଼ା, ମାଟିଗାଁ, ବର୍ ଗାଁ, ଭଳି ବହୁ  ଗ୍ରାମର ଶତାଧିକ ଏକର ଚାଷ ଜମି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି l ପଲାସ, ଗୌଡ ସାର୍ଗିଗୁଡା ଏବଂ ମଥୁରା ଗ୍ରାମ ର ଚାଷୀ ଗତିକୃଷ ଅଗସ୍ତି, ଉଦ୍ଧବ ପଣ୍ଡା, ସାରସ୍ଵତ ପଣ୍ଡା, ଗୋବର୍ଦ୍ଧନ ମେହେର, ଜଳେଶ୍ଵର ମେହେର, ସରୋଜ ପଣ୍ଡା, କ୍ଷୀର ସିନ୍ଧୁ  ନାଏକ, ଦ୍ରୋଣ ନାଏ କ, ସରୋଜ ନାଏକ, ଅରୁଣ ପଣ୍ଡା, ସଦାନନ୍ଦ ବୈଠାରୁ,ଏବଂ ଖାଲିଆପାଲି ଗ୍ରାମର ଦୈତାରି ଟୋଲଟିଆଙ୍କ ଜମିରେ ଥିବା ୭ଗୋଟି ବଡ ଗଛ ଉପୁଡ଼ି ପଡିଥିବା ସହ ତାଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରି କ୍ଷତି ପୂରଣ ଦେବାକୁ ଦାବୀ କରିଛନ୍ତି l ସେହିପରି ପଲlସ ଛକ ର ଏକ ଦୋକାନ ଘର ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି l ଏନେଇ ମହିଚଲା ରାଜସ୍ବ ନୀରିକ୍ଷକ ଙ୍କୁ ପଚାରି ବାରୁ ଏନେଇ ବିଭାଗ ପକ୍ଷରୁ କୌଣସି  କ୍ଷୟ କ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଆସିନାହିଁ ଏବଂ ଆସିଲା ପରେ ସଠିକ ରିପୋର୍ଟ ପ୍ରଦାନ କରିବୁ  ବୋଲି ପ୍ରକାଶ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

masiha

ଫ୍ରଣ୍ଟ ରୋ ପକ୍ଷରୁ ସଂସ୍କୃତି ସଚେତନତା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା

ସୁଶ୍ରୀ ରେଣୁ ବିଶି ପାଇବେ ଜାତୀୟ ଶିଶୁ କଳାକାର ବୃତ୍ତି ସମ୍ମାନ  

Sunil Chandra Nayak

Leave a Comment

error: Content is protected !!