ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧ଠ ଟି ପଞ୍ଚାୟତକୁ୧୨୧ ପ୍ରକଳ୍ପ ପାଇଁ ୫ କୋଟି ମଂଞ୍ଜୁର

ଜାମଦା ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ; ୧ଠ ଟି ପଞ୍ଚାୟତକୁ୧୨୧ ପ୍ରକଳ୍ପ ପାଇଁ ୫ କୋଟି ମଂଞ୍ଜୁର

 ମୟୂରଭଞ୍ଜ -୫/୧୧ ( ମସିହା) ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାମଦା ବ୍ଲକର ଅନ୍ତର୍ଗତ କଇଁପଉର ଗ୍ରାମର ଶହୀଦ ବିର୍ସା ମୁଣ୍ଡା ସନ୍ନିକଟ ପଡ଼ିଆରେ ବ୍ଳକ ସ୍ତରୀୟ ‘ ଆମ ଓଡ଼ିଶା,ନବୀନ ଓଡିଶା’ ମହା ସମାବେଶ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଜାମଦା ବ୍ଲକ ର ୧୦ଟି ପଂଚାୟତ ତଥାପ୍ରତି ପଂଚାୟତ ୫0ଲକ୍ଷ କରି ମୋଟ ୫କୋଟି ଟଙ୍କା ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏବଂ ସମ୍ମାନୀୟ 5T ଅଧକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମହୋଦୟ ଆଭାଷୀ ମାଧ୍ୟମରେ ଘୋଷଣା କରିଛନ୍ତି ।. ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦୂରଦର୍ଶୀ ଓ ଐତିହାସିକ ଯୋଜନା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଂଚାୟତ ର ଗାଁ ଗାଁ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର. ଐତିହ୍ୟ ସ୍ଥଳୀର ସଂରକ୍ଷଣ. କ୍ରୀଡାର ବିକାଶ. ବ୍ୟାଙ୍କିଙ୍ଗ ସେବା. ଶିକ୍ଷା ର ବିକାଶ ତଥା ସ୍ବୟଂ ସହାୟିକା ମହିଳା ଙ୍କ ସଶକ୍ତିକରଣ କରିବାର ପ୍ରୟାସ. ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ l ଏହି ଭବ୍ଯ କାର୍ଯ୍ୟକ୍ରମରେ ଦୀର୍ଘ ଦୀର୍ଘ ବର୍ଷର ସମସ୍ୟା ଗୁଡିକ 7ଦିନ ମଧ୍ୟରେ ସମାଧାନ ହୋଇ ପାରିଥିବାରୁ ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ଏହି ସମାରୋହରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆଙ୍କୁ କୃତଜ୍ଞତା ଜଣାଇଥିଲେ. । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତରୁ ସ୍ୱୟଂ ସହlୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା,ପଂଚାୟତ ସମିତି ସଭ୍ୟ/ ସଭ୍ୟା,ବିଜେଡି ନେତୃବୃନ୍ଦ,ମିଶନ ଶକ୍ତି ମହିଳା ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେl ଏଥିରେ ବିଜାତଳା ଗୋଷ୍ଠୀ ଉନ୍ନୟନ୍ନ ଅଧିକାରୀ ଦେବାଶିଷ ପଣ୍ଡା ସହକାରୀ ଯନ୍ତ୍ରୀ ଇଂ ସନତ କୁମାର ରାଉତ. ସିପି ବୁଦ୍ଧଦେବ,ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ଙ୍କ ସମେତ ସମସ୍ତ କର୍ମଚାରୀ, ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡୀ, ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ, ବିଜେଡି ସଦର ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୫୦୦୦ ରୁ ଉର୍ଦ୍ଧ୍ବ ବିଶେଷତଃ ମହିଳାମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ସୋଇଥିବାରୁ ବିଡ଼ିଓ ଦେବାଶିଷ ପଣ୍ଡା ଏବଂ ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

Sunil Chandra Nayak

World Water Day observed by the Institute of Engineers(India) Rourkela local centre

Sunil Chandra Nayak

ଅଜଣା ଗାଡି ଧକ୍କାରେ ଅଟୋ ଚଳାକର ଶୋଚନୀୟ ମୃତ୍ୟୁ

masiha

Leave a Comment

error: Content is protected !!