ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ସମ୍ପ୍ରଦାୟର ମାଝୀ ନାଇକେ ମାନଙ୍କର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଆଦିବାସୀ ସମ୍ପ୍ରଦାୟର ମାଝୀ ନାଇକେ ମାନଙ୍କର ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ମୟୂରଭଞ୍ଜ – ୭/୧୧ ( ମସିହା)ସୋମବାର ଦିନ ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକର ହୁରଲାବେଡା ହାଟପଡିଆ ଠାରେ ଏକ ବିଶାଳ ସଭା ଜାରକାଣି ଶାଖା ଆସେକା ସଭାପତି ଦୁର୍ଗା ହେମ୍ବ୍ରମଙ୍କ ସଭାପତିତ୍ବରେ ଆଦିବାସୀ ସମ୍ପ୍ରଦାୟର ମାଝୀ ନାଇକେ ମାନଙ୍କର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ରାଇରଙ୍ଗପୁର ଆସେକା ସାମାଜିକ ସଂଗଠନ ସଂପାଦକ ସୁନ୍ଦର ମୋହନ ହେମ୍ବ୍ରମ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ଜାମଦା ପିଢ ସଂପାଦକ ଦୁଖୁରାମ ମୁର୍ମୁ, ଆସେକା ଆଇନ ପରାମର୍ଶଦାତା ଆଇନଜିବି ଲକ୍ଷ୍ମଣ ମାର୍ଣ୍ଡି, ରାଇରଙ୍ଗପୁର ଆସେକା ସଭାପତି ମନୋରଂଜନ ମୁର୍ମୁ, ସଂପାଦକ ଜିତେନ୍ଦ୍ରନାଥ ହାଁସଦାଃ, ଆସେକା ସାମାଜିକ ସଂଗଠନ ଅଧ୍ୟକ୍ଷ ସୂର୍ଯ୍ୟ ହେମ୍ବ୍ରମ,ବିଜାତଳା ଆସେକା ସଭାପତି ଲକ୍ଷ୍ମଣ କିସ୍କୁ, ଅଲଚିକି ଭାଷା ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଭୀମୱାର ମୁର୍ମୁ, ଉପରବେଡା ପିଢ ପାରଗାନା ତଥା ସରପଞ୍ଚ ଖେଲାରାମ ହାଁସଦାଃ , ପିଢ ପାରଗାନା ଦାକ୍ଷିନ୍ ହାଁସଦାଃ, ଫୁଦାନ ସୋରେନ, ଭାଗବତ ମାଝୀ, ଶାଙ୍ଖ ହେମ୍ବ୍ରମ ଓ ଦୁଃଖୁଶ୍ୟାମ ହାଁସଦାଃ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ବୈଠକରେ ପାରମ୍ପରିକ ଗ୍ରାମସଭାର ଅଧିକାର, ସାରନା ଧର୍ମ ଓ ସାନ୍ତାଳୀ ଅଲଚିକି ଭାଷାର ଉନ୍ନତିକରଣ ଓ ପାରମ୍ପରିକ ନାଚଗୀତକୁ କଳାକାର ଭତ୍ତାରେ ସାମିଲ କରିବା ଉପରେ ଅତିଥିଗଣ ଆଲୋଚନା ରଖିଥିଲେ | ଉକ୍ତ ସଭାକୁ ରାଇରଙ୍ଗପୁର ଆସେକା ସାମାଜିକ ସଂଗଠନ ସଂପାଦକ ସୁନ୍ଦରମୋହନ ହେମ୍ବ୍ରମ ପରିଚାଳନା କରିଥିବା ବେଳେ ଜାମଦା ପିଢ ସଂପାଦକ ଦୁଖୁରାମ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ବିରାଟ ସଭାରେ ଲକ୍ଷ୍ମଣ ଟୁଡୁ, ସବାନ୍ ହାଁସଦାଃ, ବାସ୍ତା ମାର୍ଣ୍ଡି, ବସେନ କିସ୍କୁ, ରାମଜିତ ମାର୍ଣ୍ଡି, ସୁଗୁଦା ମୁର୍ମୁ ଓ ଘାସିରାମ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ | ଏଥିରେ ଆଦିବାସୀ ସଂପ୍ରଦାୟର ମାଝୀବାବା, ନାଇକେ,ମାଝୀ ପାରଗାନା ଓ ଆସେକା ସଂଗଠନର ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଲ୍ୟାଣସିଂହପୁର ଠାରେ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସଂସ୍କୃତି ପ୍ରଗତି ସାଥି ଶିବିର ଅନୁଷ୍ଠିତ 

masiha

ଅଲ ଓଡିଶା ଡ୍ରାଇଭର ସଂଘର “ଚକ ଜାମ, ଷ୍ଟେରିଙ୍ଗ ଛାଡ଼ “ଆନ୍ଦୋଳନ

Sunil Chandra Nayak

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

masiha

Leave a Comment

error: Content is protected !!