ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏକ ଘରୋଇ ଆମ୍ବୁଲାନ୍ସ , ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତ ସେବା ବନ୍ଦ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏକ ଘରୋଇ ଆମ୍ବୁଲାନ୍ସ , ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତ ସେବା ବନ୍ଦ

ରାୟଗଡ଼ା:- ମୁନିଗୁଡା ବ୍ଲକର ସଦର ମହକୁମା ର ପାଇକ ସାହି ଛକନିକଟରେ ଏକ ଷ୍ଟି୍ଟ ଲାଇଟ୍ ବିଦ୍ୟୁତ ଖୁଣ୍ଟକୁ କଳାହାଣ୍ଡି ଜିଲ୍ଲା ର ଗୋଟିଏ ସଞ୍ଜିବନୀଏସ୍କ୍ ପ୍ରେସ୍ ନାମକ ଏକ ଘରୋଇ ଆମ୍ବୁଲାନ୍ସ ଆସି ହଟାତ୍ ପିଟିଦେଇଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଟି କଳାହାଣ୍ଡି ଜିଲ୍ଲା ଠାରୁ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣା କୁ ରୋଗୀକୁ ଛାଡି ଫେରି ଆସୁଥିବାବେଳେ ମୁନିଗୁଡ଼ା ପାଇକ ସାହି ଛକନିକଟରେ ଏକ ଷ୍ଟି୍ଟ୍ ଲାଇଟ୍ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ପିଟିଥିବା ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ବିଦ୍ୟୁତ ଖୁଣ୍ଟ ସମ୍ପୁର୍ଣ୍ଣ ଭାଙ୍ଗିତଳେ ପଡ଼ିଯାଇଥିବା ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ବହୁତ ଧ୍ରୃତଗତିରେ ଆସୁ ଥିବା ବେଳେ କୈଣସୀ କାରଣରୁ ଡ଼୍ରାଇଭର ଭାର ସାମ୍ୟ ହରାଇ ଏହି ଘଟଣାକୁ ଘଟାଇଥିବା ଜଣାପଡିଛି। ଗତ କାଲି ମାର୍କେଟ ମାସର ପ୍ରଥମ ୫ ତାରିଖ ଦିନରେ ସବୁ ମାସପରି ସଂଘର ନିୟମିତ ହିସାବରେ ମାର୍କେଟ ବନ୍ଧ ରହିଥିବା ବେଳେ ଜନଗହଳି ହୋଇ ନଥିଲା ଏବଂ କାହାରିକୁ କୈଣସୀ ଅସୁବିଧା ହୋଇ ନଥିଲା। ଏଥିସହ ଡ୍ରାଇଭର ଏହି ଦୁର୍ଘଟଣା କରିବାରୁ ବିଦ୍ୟୁତ ଖୁଣ୍ଟ ରେ ଲାଗି ଥିବା ବିଦ୍ୟୁତ ତାର ବିଛିନ୍ନ ହୋଇଯିବାରୁ। ସେଥିପାଇଁ ସନ୍ଧ୍ୟାରେ କେତେକ ଅନ୍ୟ ବିଦ୍ୟୁତ ଖୁଣ୍ଟ ର ଷ୍ଟି୍ଟ୍ ଲାଇଟ୍ ମଧ୍ୟ ଜଳୁନଥିବାରୁ କିଟିକିଟା ଅନ୍ଦାର ହୋଇଯାଇଥିଲେ ବି, ରାତ୍ରି ସମୟରେ ଟ୍ରେନ ରେ ଓହ୍ଲାଇ ବସଷ୍ଟାଣ୍ଡ କୁ ଯିବା ଆସିବାରେ ଯାତ୍ରୀ ମାନେ ଓ ଜନ ସାଧାରଣଙ୍କ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖାଦେଇଛି। ହେଲେ ଦୁର୍ଘଟଣା ରେ ଡ୍ରାଇଭର ସୁରକ୍ଷିତ ଥିବା ସହ କାହାରିକୁ କୈଣସୀ କ୍ଷୟକ୍ଷତି ହୋଇନଥିବା ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ ଜଣାପଡ଼ିଛି। କିଛି ଲୋକ ମାନେ କହିବାରୁ ଯଣାଜାଉଛିକି ଯେ କିଛି ଲୋକ ଅପ୍ଲକେ ବଞ୍ଚି ଯାଇଥିଲେ । ବୋଲି ଜଣା ପଡିଛି ଘଟଣାସ୍ଥଳରେ ଖବର ପାଇ ମୁନିଗୁଡ଼ା ପୋଲିସ ପହଞ୍ଚି ଆମ୍ବୁଲାନ୍ସ କୁ ଓ ଡ଼୍ରାଇଭର କୁ ଥାନା କୁ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ସ୍ଵତନ୍ତ୍ର ବୈଠକ

masiha

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

Sunil Chandra Nayak

ଧର୍ମଗଡ଼ ବ୍ଲକରେ ବିକାଶର ନଗ୍ନ ଚିତ୍ର…. ପୁଣି ଜନନୀ ଯନ୍ତ୍ରଣା- ଖଟିଆ ରେ ବୁହା ହେଲେ ଗର୍ଭବତୀ

Leave a Comment

error: Content is protected !!