ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:କେବେଡି ଠାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ 

ଧର୍ମଗଡ:କେବେଡି ଠାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ 

   ଧର୍ମଗଡ ବ୍ଲକ କେବେଡି ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ଉଦ୍ୟାନ ବିଭାଗ ତରଫରୁ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ବବିତା ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କିଶୋର କୁମାର ମହାଳିଙ୍ଗ,ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ଧର୍ମଗଡ ମଳୟ କୁମାର ସିଂ, ଭାରପ୍ରାପ୍ତ କୃଷି ଜିଲ୍ଲା ଅଧିକାରୀ ଧର୍ମଗଡ ନୀଳକଣ୍ଠ ମେହେର, ସହକାରୀ ମତ୍ସ୍ୟ ଅଧିକାରୀ ଶ୍ଵେତା ପ୍ରମୁଖ ଉପସ୍ଥିତ ରହି ଉପସ୍ଥିତ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କୁ ଉଦ୍ୟାନ ବିଭାଗ ଦ୍ବାରା ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଗୋଲାମୁଣ୍ଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ନିହାରିକା ସାହୁ ଉପସ୍ଥିତ ରହି କୃଷି ଓ କୃଷକ ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଧର୍ମଗଡ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରତିଭା ନାଏକ ପରିଚାଳନା କରିଥିବା ବେଳେ ବିଭାଗୟୀ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋଟର ସାଇକେଲ ଦୁର୍ଘଟଣା, ଯୁବକ ଆହତ 

masiha

ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ ବୈଠକ

masiha

ଅବସର ଶିକ୍ଷକଙ୍କ ବିୟୋଗ

masiha

Leave a Comment

error: Content is protected !!