ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ରାଇରଙ୍ଗପୁରରେ ଭୋଟର ସଚେତନତା ରଥକୁ ଶୁଭାରମ୍ଭ କଲେ ମୟୂରଭଞ୍ଜ ଜିଲ୍ଲାପାଳ

 ମୟୂରଭଞ୍ଜ -୯/୧୧ ( ମସିହା)ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨୭ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ଦୁଇଟି ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର ( ସଂରକ୍ଷିତ )ଏବଂ ସାରସକଣା ( ସଂରକ୍ଷିତ) ର ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଦୁଇଟି ସଚେତନତା ରଥକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତକା ଦେଖାଇ ଗୁରୁବାର ଦିନ ଶୁଭାରମ୍ଭ କରିଛନ୍ତି । ଏହି ଦୁଇଟି ରଥ ରାଇରଙ୍ଗପୁର ପୌରାଞ୍ଚଳ ସମେତ ସମସ୍ତ ବଳକ ଏବଂ ଗ୍ରାମାଞ୍ଚଳରଜ ବୁଲି ବୁଲି ଡ଼ାକବାଜି ଯନ୍ତ୍ର ଏବଂ ପ୍ରଚାର ପତ୍ର ଦ୍ବାରା ଯୁବଠାରୁ ବୟସ୍କ ଭୋଟରଙ୍କୁ ସଚେତନ କରିବ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ନିର୍ବାଚନ ଅଧିକାରୀ ଲକ୍ଷ୍ୟ ରଖିଛନ୍ତି ।୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ,ତ୍ରୁଟି ସମାଧାନ ଓ ନାମ ବାଦ ଦେବାକୁ ଆବେଦନକାରୀ ଉଭୟ ଅନଲାଇନ ଓ ଅଫ ଲାଇନରେ ଆବେଦନ କରି ପାରିବେ । ନଭେମ୍ବର ୫,୧୧,୧୯ ଓ ୨୫ ତାରିଖରେ ସ୍ଵତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି ।ଏହି ଦିନ ମାନଙ୍କରେ ବୁଥ ସ୍ତରୀୟ ଅଧିକାରୀ ( ଵିଏଲଓ) ନିକଟସ୍ଥ ମତଦାନ କେନ୍ଦ୍ରରେ ରହି ଆବେଦନ ଫର୍ମ ଗ୍ରହଣ କରିବେ । ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ତାଲିକାରେ ଯୋଗ,ବାଦ୍, ସଂଶୋଧନ ଏବଂ ସ୍ଥାନ ପରିବର୍ତ୍ତନ ଲାଗି ଆବେଦନ ଗ୍ରହଣ କରାଯିବ ।ଭୋଟର ତାଲିକାରେ ନାମ ପଂଜୀକରଣ କରିବାକୁ ଫର୍ମ ୬,ନାମ ବାଦ ଦେବାକୁ ଫର୍ମ ୭ ଓ ତଥ୍ୟ ସଂଗ୍ରହ କରିବାକୁ ଫର୍ମ ୮ ରେ ଆବେଦନ କରିବାକୁ କୁହାଯାଇଛି । ଆସନ୍ତା ନବବର୍ଷ ୨୦୨୪ ଜାନୁଆରୀ ୫ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସରୋଜ ଦାସ, ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ସହକାରୀ ଜିଲ୍ଲାପାଳ ରମେଶ ଚନ୍ଦ୍ର ନାୟକ, ବରିଷ୍ଠ ବିଭାଗୀୟ ଅଧିକାରୀ ଉମାକାନ୍ତ ପାତ୍ର, ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ ବେହେରା, ଦୁର୍ଗା ପ୍ରସାଦ ଦାଶ,ସୁନ୍ଦର ମୋହନ୍ ମୁର୍ମୁ,ଦୀପକ ମହାନ୍ତ,ଗୌରୀ ଶଙ୍କର ସାମନ୍ତରାୟ,ରେବତୀ ମୁର୍ମୁ, ପ୍ରିୟଙ୍କା ଗୁପ୍ତା,ଛାତ୍ରୀ ଚରଣ ଵେଶ୍ରା,କେଶବ ନାଏକ,ଲକି ପାଣି, ଚନ୍ଦ୍ର ଭାନୁ ଦାସ,ଜଗତ ଜୀବନ ମହାକୁଡ଼, ଦେବେନ୍ଦ୍ର କୁମ୍ଭକାର , ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଆଳି ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Tree Plantation Drive with Devotional Fervour in Guma Section Villages

Sunil Chandra Nayak

ଚାରଭାଟି ରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!