ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା

 ତେନ୍ତୁଳିଖୁଣ୍ଟି ୧୧/୧୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଓ ଗାଇଡ଼ ଟିମ ବ୍ୟକ୍ତିଗତ ଓ ଗୋଷ୍ଠୀ ବର୍ଗରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ କଳଚୁରାଲ ଫୁଜନ ରେ ସଫଳତା ହାସଲ କରିଛନ୍ତି। ତେନ୍ତୁଳିଖୁଣ୍ଟି ବାପୁଜି ଉଚ୍ଚ ବିଦ୍ୟାଳୟର 12 ଛାତ୍ର ଓ 11 ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ସେମାନଙ୍କୁ ଗାଇଡ଼ କ୍ୟାପଟେନ ଜ୍ଞାନଜ୍ୟୋତି ମହାନ୍ତି ଓ ସ୍କାଉଟ ର ହିମାଂଶୁ ବାରିକ ତତ୍ତ୍ୱାବଧାନରେ କଲଚୁରାଲ ଫିଉଜନ କାର୍ଯ୍ୟକ୍ରମ କୁ ଯାଇଥିଲେ। ସେଠାରେ ଫୁଡ଼ ପ୍ଲାଜା ବ୍ୟକ୍ତିଗତ ବର୍ଗ ରେ ପ୍ରି ୟଙ୍କା ମହାପାତ୍ର ଗୋଲଡ଼ ଓ ଶ୍ରୀକାନ୍ତ ପଟନାୟକ ସିଲଭର ପଦକ ଜିତିଛନ୍ତି। ଗୋଷ୍ଠୀ ଗତ ବର୍ଗର ଫିଜିକାଲ ଡିସପ୍ଲେ ରେ ପ୍ରଥମ ଗ୍ରୁପ ଡ୍ୟାନ୍ସ ରେ ଦ୍ଵିତୀୟ ହୋଇ ଯଥାକ୍ରମେ ଗୋଲଡ଼ ଓ ସିଲଭର ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ବର୍ଗ ର ବକ୍ତୃତା ପ୍ରତିଯୋଗିତା ରେ ନିହା ର ରଞ୍ଜନ ପାଣିଗ୍ରାହୀ ଗୋଲଡ଼ ଓ ଶ୍ରୀକାନ୍ତ ପଟନାୟକ ଦ୍ଵିତୀୟ ସ୍ଥାନ ପାଇଛନ୍ତି। ନେହା ବାଗ ଓ ଲିଲିମାଝୀ ଡ୍ୟାନ୍ସ ରେ ଗୋଲଡ଼ ଜିତିଥିଲେ। ପ୍ରତିମା ସାନ୍ତା ,ପ୍ରିୟଙ୍କା ଚାଲାଣ ଦେବକୀ ଚାଲାଣ ସିଲଭର ପଦକ ହାସଲ କରିଛନ୍ତି। ଆଜି କୃତୀ ଗାଇଡ଼ ଓ ସ୍କାଉଟ ଛାତ୍ର ଛାତ୍ରୀ ଙ୍କୁ ଭୁବନେଶ୍ୱର ରୁ ଫେରିବା ପରେ ବିଦ୍ୟାଳୟ ତରଫରୁ ପୁଷ୍ପଗୁଛ ସହ ସ୍ୱାଗତ କରାଯାଇ ସମ୍ବର୍ଦ୍ଧିତ କରିଥିଲେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଷ୍ଟାଫ। ତେନ୍ତୁଳିଖୁଣ୍ଟି ବାପୁଜି ଉଚ୍ଚ ବିଦ୍ୟାଳୟର ଏହି ସଫଳତା ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ , ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ ,ସମିତି ସଭ୍ୟ ମଧୁସ୍ମିତା ପାଣିଗ୍ରାହୀ ଶୁଭେଛା ଜଣାଇ ଛନ୍ତି।

ଗୋବର୍ଦ୍ଧନ,ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ ୩୪ ଯୋଡି ଙ୍କ ସାମୁହିକ ବିବାହ

Sunil Chandra Nayak

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ , ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

masiha

ସ୍କାଉଟ ଗାଇଡ୍ କବବୁଲବୁଲ ର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର 

masiha

Leave a Comment

error: Content is protected !!