ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀଙ୍କ ଦଶରା, ୩ ଦିନ ଧରି ଉତ୍ସବ ମୁଖର ଦଣ୍ଡପାଟ ଅଞ୍ଚଳ

ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀଙ୍କ ଦଶରା, ୩ ଦିନ ଧରି ଉତ୍ସବ ମୁଖର ଦଣ୍ଡପାଟ ଅଞ୍ଚଳ

କୋକସରା,୧୧/୧୧ // କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଦଶରା ସମ୍ପନ୍ନ ହେବାପରେ ପ୍ରତିବର୍ଷ ରବିବାର ଗୋତୋମୁଣ୍ଡା ଠାରେ ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଦଣ୍ଡପାଟ ଦଶରା ପାଳିତ ହୋଇଥାଏ। ୩ ଦିନ ଧରି ଚାଲିଥିବା ଦଣ୍ଡପାଟ ଦଶରା ମହୋତ୍ସବ ବିଲମ୍ବିତ ରାତିରେ ଶାନ୍ତି ଶୃଙ୍ଖଳା ସହକାରେ ସମ୍ପନ୍ନ ହୋଇଛି। ରବିବାର ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଅପରାହ୍ନରେ ଖଣ୍ଡାଧୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୋମବାର ସକାଳୁ ପୀଠରେ ପୂଜାର୍ଚ୍ଚନା ଓ ରାତିରେ ନାଟକ ପ୍ରତିଯୋଗିତା ହୋଇଥିଲା। ମଙ୍ଗଳବାର ସକାଳ ୧୦ଟା ସମୟରୁ ବାର୍ଷିକ ଦଶରା ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ମାନସିକ ଧାରି ଭକ୍ତମାନେ ମନସ୍କାମନା ପୂରଣ ହୋଇଥିବାରୁ ପୀଠରେ ରକ୍ତ ଭୋଗ ଅର୍ପଣ କରିଥିଲେ। ମନ୍ଦିରରେ ପୂଜା ପରେ ସନ୍ଧ୍ୟାରେ ଦେବୀଙ୍କ ଲାଠି କାଲିଶୀମାନେ ନାଗରା, ମହୁରୀ, ବଜା ବଜାଇ ଦଶରା ମହୋତ୍ସବର ସାଂସ୍କୃତିକ ମଞ୍ଚ ନିକଟକୁ ପହଞ୍ଚି ଥିଲେ। ପୂଜାର୍ଚ୍ଚନା ପରେ ମଞ୍ଚ ଉପରକୁ ଦେବାଦେବୀ ପଦାର୍ପଣ କରିଥିଲେ। ପରେ ଘାଟିମୁଣ୍ଡିଆଣୀ ମା’ ସର୍ବମଙ୍ଗଳା ବିଭିନ୍ନ ଦେବୀଙ୍କ ରୁପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଦେବୀଙ୍କ ଦର୍ଶନ ପାଇ ଶ୍ରଦ୍ଧାଳୁ ଓ ଦର୍ଶକମାନେ ମଙ୍ଗଳ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଦଶରା ପୂଜାର ଉଦଯାପନୀ ଦିବସରେ ପାରମ୍ପରିକ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦିପ ଦିଶାରୀ, ବରିଷ୍ଠ ବିଜେପି ନେତା ଜନାର୍ଦ୍ଦନ ପଣ୍ଡା, ଧର୍ମଗଡ଼ ଜୋନ୍ ନଂ-୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ଜିତେନ୍ଦ୍ର ପଣ୍ଡା, ଶିକ୍ଷକ ସଞ୍ଜିବ ପାଢ଼ୀ, ନର୍ଲାବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ହେମନ୍ତ ମାଝୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ଷୀରସିନ୍ଧୁ ବାଣୁଆ ମଞ୍ଚକୁ ପରିଚାଳନା କରିଥିଲେ। ୩ ଦିନ ଧରି ଚାଲିଥିବା ମା’ ସର୍ବମଙ୍ଗଳା ଦେବୀଙ୍କ ଦଶରା ମହୋତ୍ସବରେ ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏଥିରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଆମପାଣି ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦଣ୍ଡପାଟ ଦଶରା ମହୋତ୍ସବ ପରିଚାଳନା କମିଟି ଓ ଗ୍ରାମବାସୀ ଉପସ୍ଥିତ ରହି ଦଶରା ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

‌ବିମାନସେବା ବନ୍ଦ ହୋଇଥିବାରୁ ସର୍ବଦଳୀୟ ପ୍ରତିବାଦ 

Sunil Chandra Nayak

୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

masiha

କଳାହାଣ୍ଡି:ଭିଜିଲାନ୍ସ ଜାଲରେ ବଡ କର୍ଲାକୋଟ ପଞ୍ଚାୟତର ଜିଆରଏସ 

masiha

Leave a Comment

error: Content is protected !!