ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଇଓ ଅଫିସର ମାତାଲ ଅବସ୍ଥାରେ କିରାଣୀ  ଅଭିଯୋଗ ପ୍ରକାରେ ତଦନ୍ତ କଲେ ଡ଼ି ଈ ଓ

ବିଇଓ ଅଫିସର ମାତାଲ ଅବସ୍ଥାରେ କିରାଣୀ  ଅଭିଯୋଗ ପ୍ରକାରେ ତଦନ୍ତ କଲେ ଡ଼ି ଈ ଓ

ତେନ୍ତୁଳିଖୁଣ୍ଟି -୧୩/୧୧/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକର ବିଇଓ କାର୍ଯ୍ୟଳୟ ର କିରାଣୀ ସଞ୍ଜବ କୁମାର ଷଡଙ୍ଗୀ ପ୍ରତ୍ୟେକ ଦିନ ମଦ ପିଇ ମାତାଲ ହୋଇ ଡିଉଟି କରୁଥିବା ଦେଖିବାକୁ  ମିଳୁଛି।ବ୍ଳକର କର୍ମଚାରୀ ଙ୍କ ନିତିଦିନିଆ କାମ ନିଜ ଇଚ୍ଛାରେ ହି କରୁଥିବା ଅଭିଯୋଗ ହୋଇଛି।ଅବସରପ୍ରାପ୍ତ ଶିକ୍ଷକ ମାନଂକ ର କାମ ମାସ ମାସ ଧରି ଫାଇଲ ପଡି ରହୁଥିବା କହିଛନ୍ତି ଅବସରପ୍ରାପ୍ତ ଶିକ୍ଷକ  ଭବାନୀ ଚରଣ ବିଷୋୟୀ ଗତ ଛଅ ତାରିଖରେ ଯାଇ ବିଇଓ ଅଫିସ ରେ ଯାଇ କିରାଣୀ ଙ୍କ ପାଖେ ପଚାରି ଥିଲେ ମାତ୍ର କହିବା ମାତ୍ରେ ରାଗି ଯାଇ ଦୁର୍ବ୍ୟବହାର ଦେଖେଇ ଥିଲେ ବୋଲି ଭବାନୀ ବିଷୋୟୀ ଅଭିଯୋଗ କରିଛନ୍ତି ।ଅଳ୍ପ ଦିନ ତଳେ ଅବସର ପ୍ରାପ୍ତ ଶିକ୍ଷକ ଭବାନୀ ଚରଣ ବିଷୋୟୀ ନିଜ ପେନସନ ବାବଦ ର କାକଜପତ୍ର ବୁଝିବାକୁ ଯାଇଥିଲେ।ସେ କର୍ମଚାରୀ ମାତାଲ ହୋଇ ରହି ମୁ ତୁମ କାମ କରିବି ନାହିଁ ଯାହାର ପାଖେ ଯିବାର ଅଛି ହେଲେ ଯାଅ ମୁ କାମକରିପାରିବି ନାହିଁ ବୋଲି କହିଥିଲେ ବୋଲି କହିଛି ଭବାନୀ ବିଷୋୟୀ।ଏ ବିଷୟ ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଲିଖିତ ଆକରେ ଜଣେଇ ଥିବା କହିଛନ୍ତି। ଜିଲ୍ଲା ପ୍ରାଥମିକ ସଂଘ ର ଓ ଭବାନୀ ବିଷୋୟୀ ଙ୍କ ଲିଖିତ ଅଭିଯୋଗ ପ୍ରକାରେ ଆଜି ଡ଼ି ଇ ଓ ପ୍ରଦୀପ କୁମାର ନାଗ ବିଇଓ ଅଫିସ କୁ ଆସି ତଦନ୍ତ କରୁଥିବା ଜଣାପଡିଛି ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସଂଜୀବ କୁମାର ଷଡଙ୍ଗୀ ଙ୍କ ବିଇଓ ଅଫିସ ରେ ମଦ ପିଇ ନିଦରେ ସୋଇଥିବା ଭିଡିଓ ରେ ଘୁରି ବୁଲୁଥିବା ଜଣାପଡିଛି।ଏ ବିଇଓ ମୋହନ ମଧୁସୂଦନ ବାଘ କହିଛନ୍ତି ଅଫିସ ର କାମ ର ଫାଇଲ ପଡି କି ରହିଛି ଆଜି ଡ଼ିଈ ଓ ତଦନ୍ତ ରେ ଆସିଥିଲେ ତଦନ୍ତ କରିଯାଇଛନ୍ତି ବୋଲି କହିଛନ୍ତି।

 ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୫ ତମ ବାର୍ଷିକ ଉତ୍ସବ

masiha

ରାଉରକେଲା ଗୁରୁଦ୍ଵାର ପକ୍ଷରୁ ଗୁରୁ ନାନକଙ୍କ ୫୫୬ତମ ଜନ୍ମୋତ୍ସବ

Sunil Chandra Nayak

ବିକଶିତ ଗାଁ ବିକଶିତ ଓଡିଶା, ର ସ୍ୱତନ୍ତ୍ର ଗ୍ରାମ ସଭା 

masiha

Leave a Comment

error: Content is protected !!