ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିର ରେ ଆଦିବାସୀ ଙ୍କ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିର ରେ ଆଦିବାସୀ ଙ୍କ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା 

ବଲାଙ୍ଗିର ତା ୧୫ /୧୧ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଆହ୍ୱାନ କ୍ରମେ ବଲାଙ୍ଗିର ରେ ଆଦିବାସୀ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ମହୋତ୍ସବ ପାଳନ ଅବସରରେ ସହର ରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l କୋଶଲ କଳା ମଣ୍ଡଳ ପଡ଼ିଆ ଠାରୁ ହଜାର ହଜାର ସଂଖ୍ୟା ରେ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶଭୁଷା,ଢ଼ାପ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ସହର ପରିକ୍ରମା କରିଥିଲେ l ଆଦିବାସୀ ମାନେ ପରିକ୍ରମା ବେଳେ ସମଲେଇ ଦେବୀ ଦର୍ଶନ କରି ମିଶନ ପଡ଼ିଆ ରେ ଜୟନ୍ତୀ ସଭା କରିଥିଲେ l ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷl ଶ୍ରୀମତୀ ମିଥିଲା ମାଝି, ବିଂଝାଲ ସମାଜର ଜ଼ିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ, ମିର୍ଦ୍ଧା ସମାଜର ଜ଼ିଲ୍ଲା ସଭାପତି ଗୋପାଳ ପ୍ରଧାନ,ଆଦିବାସୀ ସଂଘ ର ବ୍ଲକ ସଭାପତି ପlଳେଶ୍ୱର ଭୋଇ ବଲାଙ୍ଗିର ,ଦଶରଥ ଛତ୍ରିଆ ଲୋଇସିଂହା , ସନ୍ତୋଷ ପୁଟା ସଇଁତଲା , ଚନ୍ଦ୍ରଶେଖର ବରିହା ଖପ୍ରାଖୋଲ , ଭୁବନେଶ୍ୱର କୁଅଁର ପାଟଣାଗଡ , ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା , ରସିକ ଧରୁଆ ବେଲପଡା,ରାଜୀବ କୁଅଁର ମୁରିବାହାଲ , କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ ଆଗଲପୁର, ଦେଓଗାଁ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ, ଶ୍ରୀମତୀ ଖେଳନ୍ତି ସମରଥ କାର୍ଯ୍ୟକାରୀ ସଭାପତି ତୁରେକେଲା,ନିମାଇଁ ଚରଣ ଝାଙ୍କର କାର୍ଯ୍ୟକାରୀ ସଭାପତି,ସାଧାରଣ ସମ୍ପାଦକ ହେମେନ୍ଦ୍ରନାଥ ହାଂସଦl, କୋଷାଧକ୍ଷ ପ୍ରଫୁଲ୍ଲ କୁମାର ତୁମୁନିଆଁ,ଟିଟିଲାଗଡ଼ ନଗରସଭାପତି ନିତ୍ୟାନନ୍ଦ ମାଝି, ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ,ଗୁଡଭେଲା ସଭାପତି ବରୁଣ ମାଝି , ପୁଇଁତଲା ସଭାପତି ରାଜିନ ମାଝି ପ୍ରମୁଖ ମଞ୍ଚାସିନ ଥିଲେ l ଅଚ୍ୟୁତ ଧରୁଆ, ମଧୁ ବିଶ୍ୱାଳ,ସାରଥୀ ବାଗ,ଲକ୍ଷ୍ମୀ ଶବର, ଜଳ ଧରୁଆ, ରାଜ ଭୋଇ, ଶୋଭାଯାତ୍ରା ପରିଚାଳନା କରିଥିଲେ lସଭା ମଞ୍ଚ ରେ ମହାନ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିବିର ଧରତୀଅଵା ବୀର ବିର୍ସା ମୁଣ୍ଡା ଙ୍କୁ ଆଦିବାସୀ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଭଗବାନ ବିର୍ସା ମୁଣ୍ଡା ଇଂରେଜ ସରକାର ବିରୁଦ୍ଧରେ ଆଦିବାସୀ ମାନଙ୍କୁ ଏକଜୁଟ କରି ଉଲଗୁଲାନ ଡାକରା ଦେଇଥିଲେ l ଆଦିବାସୀ ମାନଙ୍କ ଜମି,ଜଳ,ଜଙ୍ଗଲ ଜୀବନ ଜୀବିକା,ଜୀବଜନ୍ତୁ, ସଂସ୍କୃତି, ଧର୍ମ ସୁରକ୍ଷା ପାଇଁ ବିପ୍ଳବ କରିଥିଲେ l କ୍ରାନ୍ତିକାରୀ ଆଦିବାସୀ ନେତା ବିର୍ସା ମୁଣ୍ଡା ଆଦିବାସୀ ମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ସାମାଜିକ ସୁରକ୍ଷା ପାଇଁ ଲଢେଇ ଜାରି ରଖିଥିଲେ l ଆଦିବାସୀ ମାନେ ସ୍ୱାଧୀନ, ସ୍ୱତନ୍ତ୍ର, ସ୍ୱାଭିମାନୀ ତେଣୁ ମର୍ଯ୍ୟାଦା ର ସହିତ ବଞ୍ଚିବା ପାଇଁ ସହିଦ ବୀର ବିର୍ସା ମୁଣ୍ଡା ଆଦିବାସୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ଭାରତ ସ୍ୱାଧୀନତା ରେ ଭଗବାନ ବିର୍ସା ମୁଣ୍ଡା ଙ୍କ ବଳିଦାନ ଅତୁଳନୀୟ l ବୀର ବିର୍ସା ମୁଣ୍ଡା ଙ୍କ ଅଧୁରା ସପ୍ନ କୁ ସାକାର କରିବା ପାଇଁ ସମସ୍ତ ଆଦିବାସୀ ଏକଜୁଟ ହୋଇ ହକ ପାଇଁ ସଂଗ୍ରାମ କରିବାକୁ ଆଦିବାସୀ ମାନେ ଆହ୍ୱାନ କରିଥିଲେ l ବଲାଙ୍ଗିର ର ଜୀବନ ରେଖା ଲୋୟର ଶୁକ୍ତେଲ ଜଳସେଚନ ପ୍ରକଳ୍ପ ଏବଂ ଦେଶର ବିଭିନ୍ନ ଡ୍ୟାମ, ନଦୀ ବନ୍ଧ ଯୋଜନା , ସଂରକ୍ଷଣ ଜଙ୍ଗଲ,ପାର୍କ ଆଦି ରେ ଆଦିବାସୀ ମାନେ ବିସ୍ଥାପିତ ହେଉଛନ୍ତି l ଆଦିବାସୀ ମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିବାକୁ ଆଦିବାସୀ ନେତା ମାନେ ଦାବୀ କରିଥିଲେ l ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ କୋର୍ଟରେ ନୂତନ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଯୋଗଦାନ

masiha

ଓଡ଼ିଶା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ

Sunil Chandra Nayak

କାନ୍ଥରେ ଚାପି ହୋଇ ଶିଶୁ କନ୍ୟା ମୃତ, ଗାଁରେ ଶୋକର ଛାୟା

masiha

Leave a Comment

error: Content is protected !!