ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଗଣଦୁଷ୍କର୍ମ ବିରୁଦ୍ଧରେ ଗର୍ଜିଲା ବିଜେପି

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଗଣଦୁଷ୍କର୍ମ ବିରୁଦ୍ଧରେ ଗର୍ଜିଲା ବିଜେପି

ବିଜେଡି ସରକାର ମାଁକୁ ସମ୍ମାନ ନାରା ଦେଇ ମାଁର ବସ୍ତ୍ର ହରଣ କରୁଛି

ଜୁନାଗଡ଼, ୧୬/୧୧(ମ ନି ସ)ରାଜ୍ୟର ୨୫ ବର୍ଷର ବିଜେଡି ସରକାରରେ ଦୁର୍ନୀତି, ଭ୍ରଷ୍ଟାଚାର, ଦୁଷ୍କର୍ମ ବୃଦ୍ଧି ପାଇଛି । ବିଶେଷ କରି ବିଜେଡିର ମନ୍ତ୍ରୀ, ବିଧାୟକ ମାନେ ହିଁ ଦୁର୍ନୀତି, ଦୁଷ୍କର୍ମରେ ଲିପ୍ତ ହେଉଛନ୍ତି । ବିଜେଡି ସରକାର ମାଁକୁ ସମ୍ମାନ ଦେବା ନାରା ଦେଇ ମାଁର ବସ୍ତ୍ର ହରଣ କରୁଛି । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ଓ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆକସ୍ମିକ ମୃତ୍ୟୁ ନେଇ ରାଜ୍ୟ ତଥା ଦେଶରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ବଦନାମ ହୋଇଛି । ତେଣୁ ଏହାର ପ୍ରତିବାଦରେ ରାଜ୍ୟ ବିଜେପିର ଆହ୍ୱାନ କ୍ରମେ ଆଜି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଆଜି ଜୁନାଗଡ଼ ବ୍ଲକକୁ ଘେରାଉ କରିଛନ୍ତି । ଆଜି ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା କରି ବିଜେପି କର୍ମୀମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ବିଡ଼ିଓଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର, ଦିବ୍ୟଜ୍ୟୋତି ମୁଣ୍ଡ, କାଳି ପ୍ରସାଦ ରାୟଗୁରୁ, ଟଙ୍କଧର ନାଏକ,କାଞ୍ଚନ ବାଗ,କାଳିଆ ପାଣିଗ୍ରାହୀ, ସତ୍ୟ ପଣ୍ଡା, ଗିରିଜା ପଣ୍ଡା ,ସତ୍ୟ ରଞ୍ଜନ ବେହେରା ସମେତ ଶତାଧିକ ପୁରୁଷ ମହିଳା ବିଜେପି କର୍ମୀ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିରୋଧରେ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ତିରିଂ ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ଯା; ମୁଣ୍ଡ ଗଣ୍ଠି ଅଲଗା କରି ଦୁବୃର୍ତ୍ତ ଫେରାର, ପୋଲିସ ତଦନ୍ତ ଜାରି ; ଗାଁ ଶୋକାକୁଳ ଓ ଭୟଭୀତ

Sunil Chandra Nayak

ଭାଇଜାଗ ଇସ୍ପାତ କାରଖାନାର ଦୁର୍ଘଟଣା ନେଇ ରାଉରକେଲା ମଜଦୁର ସଭାର ଉଦବେଗ ପ୍ରକାଶ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ “ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!