ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ,ଖରିଆର ଡିଭିଜନ କର୍ମକର୍ତ୍ତାଙ୍କ ଗୁରୁତ୍ବ ପୂର୍ଣ୍ଣ ବୈଠକ

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜ ର କମିଟି ତଥା କର୍ମକର୍ତ୍ତା ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତରବୋଡ଼ ସମ୍ଭବ ପ୍ରକଳ୍ପ ଠାରେ ଡିଭିଜନ ସମ୍ପାଦକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନେତା ପୂର୍ବତନ ସାଧାରଣ ସମ୍ପାଦକ ସ୍ବର୍ଗତ ଯୋଗୀନ୍ଦ୍ରନାଥ ତ୍ରିପାଠୀ ଓ ଉପସଭାପତି ସ୍ବର୍ଗତ ସୀତାରାମ ଶତପଥୀ ଙ୍କ ଅକାଳ ବିୟୋଗରେ ତାଙ୍କର ସ୍ମୃତି ଚାରଣ କରି ଶୋକ ପ୍ରସ୍ତାବ ଆଗତକରି ଥିଲେ ଦିବଙ୍ଗତ ଆତ୍ମାର ଶାନ୍ତି ଓ ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ସଙ୍ଘ ର ସାଙ୍ଗଠନିକ ସୁଦୃଢ଼ ପାଇଁ ଚର୍ଚ୍ଚା ଆଲୋଚନା କରାଯାଇଥିଲା।ପୂର୍ବତନ ହେଡ ଚେକର ସ୍ବର୍ଗତ ଗୟା ବାଗ ଙ୍କ ବିୟୋଗ ପରେ ନୂତନ କମିଟି ଗଠନ କରାଯାଇଥିଲା।ନବ ନିଯୁକ୍ତ ହେଡଚେକର ଶ୍ରୀ ପଦ୍ମନ ମାଝୀ ଙ୍କୁ ରେଞ୍ଜ ସଭାପତି , ନବ ନିଯୁକ୍ତ ସର୍କଲ ଚେକର ଶ୍ରୀ ସୁରେଶ ବେହେରା ଙ୍କୁ ସମ୍ପାଦକ ତଥା ଜଟଗଡ଼ ମୁନ୍ସୀ ଶ୍ରୀ ଭାସ୍କର ପ୍ରଧାନ ଙ୍କୁ ଯୁଗ୍ମ ସମ୍ପାଦକ ରୂପେ ନିର୍ବାଚିତ କରି ସଂଗଠନ ଦାୟିତ୍ୱ ଦିଆଗଲା ଡିଭିଜନ କମିଟି ବୈଠକ ରେ କେନ୍ଦୁପତ୍ର ଦରବୃଦ୍ଧି,ବୋନସ ଘୋଷଣା,ସିଜିନାଲ କର୍ମଚାରୀ ଙ୍କ ପ୍ରୋତ୍ସାହନ ଆଦି ମୁଖ୍ୟ ଦାବୀ ରହିଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଗ୍ରାମପଥ

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

Leave a Comment

error: Content is protected !!