ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀଙ୍କ ଡକ୍ଟରେଟ ଲାଭ, ଦିଲ୍ଲୀ ଫରିଦାବାଦରେ ମିଳିଲା ସମ୍ମାନ

ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀଙ୍କ ଡକ୍ଟରେଟ ଲାଭ, ଦିଲ୍ଲୀ ଫରିଦାବାଦରେ ମିଳିଲା ସମ୍ମାନ

ବାଲେଶ୍ଵର,୧୭/୧୧/୨୩- କଳା, ସଂସ୍କୃତି ଓ ସାହିତ୍ୟର ମାଟି ବାଲେଶ୍ଵର ଜିଲ୍ଲା । ଏ ହେଉଛି ଫକୀରମୋହନଙ୍କ ମାଟି । ଏ ମାଟିରେ ଯିଏ ଜନ୍ମ ନେଇଛି କିମ୍ବା ଏ ମାଟିର ପାଣିପବନ ସହିତ ନିଜକୁ ଖାପଖୁଆଇ ଆଗକୁ ବଢିବାର ଆପ୍ରାଣ ଉଦ୍ୟମ କରିଛି, ଏ ମାଟି କେବେ ତାଙ୍କୁ କରିନି ଅବହେଳା, ଦେଇଛି ଦେଶ ବିଦେଶରେ ସମ୍ମାନ ଓ ସ୍ଥାନ । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା – ଯାହାଙ୍କର ଲେଖନୀରୁ ସଦାବେଳେ ଅମୃତ ଝରଣା ସୃଷ୍ଟି ହୁଏ, ଯାହାଙ୍କର ସଂଯୋଜନା ପ୍ରତି ହୃଦୟକୁ ବିମୁଗ୍ଧ କରେ, ଯାହାଙ୍କର ଆଚରଣ ଓ ଉଚ୍ଚାରଣରେ ସରଳତା ଓ ନିରୀହପଣ ଥାଏ, ସେ ନିଜକୁ ଜଣେ ସେବାବ୍ରତୀ ଉତ୍ସର୍ଗ କରି ସହ ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିବାରେ ସେ ଆତ୍ମସନ୍ତୋଷ ପାଆନ୍ତି, ସେ ହେଉଛନ୍ତି ସରସ୍ୱତୀ ବିଦ୍ଯା ମନ୍ଦିର ଆଚାର୍ଯ୍ୟା, ବାଲିଆ, ବାଲେଶ୍ଵରର ଜଣେ ଆଦର୍ଶ ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀ । ଭାଷା ସାହିତ୍ୟକୁ ପ୍ରାଣ ଓ ଶିକ୍ଷାକୁ ସ୍ପନ୍ଦନ ମଣିଥିବା ଶ୍ରୀମତୀ ପାଣିଗ୍ରାହୀ ଦିଲ୍ଲୀର ଫରିଦାବାଦରେ ଏମ୍. ବି.ଆର ବିଶ୍ବବିଦ୍ୟାଳୟ ଅଧିନରେ ନିଜର ଶିକ୍ଷାଗତ ଯୋଗ୍ଯତା ସହ ଭାଷା ସାହିତ୍ୟରେ ଲେଖା ପ୍ରକଳ୍ପ ଜାରି ରଖି ଡକ୍ଟରେଟ ପାଇଁ ମନୋନୀତ ହୋଇଥିଲେ । ଫରିଦାବାଦ ସ୍ଥିତ ବି କ୍ଯାସଲ ଅଫ୍ ଆର୍ଟ ଥିଏଟର ଦଶମିକ ପ୍ଲାଜା ଠାରେ ଅନୁଷ୍ଠିତ ସମ୍ମାନ ସମ୍ବର୍ଦ୍ଧନା ଉତ୍ସବରେ ଏହି ଉପାଧି ସମ୍ବଳିତ ସମ୍ମାନ ପତ୍ର ଗ୍ରହଣ କରିଛନ୍ତି । ପିତା ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ମାତା ଧର୍ମପ୍ରାଣା ହରିପ୍ରିୟା ପାଣିଗ୍ରାହୀଙ୍କ ପ୍ରଥମ କନ୍ୟା ସନ୍ତାନ ଭାବେ ଜନ୍ମ ନେଇଥିଲେ ସେ ଭୁବନେଶ୍ୱରରେ । ମୟୂରଭଞ୍ଜରେ ହାଇସ୍କୁଲ, +୨ ଓ +୩ ଶିକ୍ଷା ଗ୍ରହଣ ପରେ ତାଙ୍କୁ ବୈବାହିକ ଜୀବନରେ ପାଦ ଥାପିବାକୁ ପଡିଥିଲା । ସ୍ବାମୀ ଆଡଭୋକେଟ ଶିବବ୍ରତ ମହାପାତ୍ରଙ୍କ ପ୍ରେରଣା ଓ ସହଯୋଗରେ ହିନ୍ଦୀରେ କୋବିଦ, ରତ୍ନ, ବି.ଏଡ, ଓଡିଆରେ ଏମ.ଏ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଗ୍ରହଣ କରି ଚଣ୍ଡୀଗଡ ୟୁନିଭାରସିଟିରୁ ସଙ୍ଗୀତ ବିଶାରଦ ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ । ଛାତ୍ରୀ ଜୀବନରୁ ଶିକ୍ଷା, ସାହିତ୍ୟ ଓ ସଙ୍ଗୀତ ପ୍ରତି ଗଭୀର ଆକୃଷ୍ଟ ହୋଇଥିଲେ । ଅଧ୍ଯୟନ ଜୀବନରୁ ଏଯାବତ୍ ତାଙ୍କର ଲେଖା ସମାଜ, ସମ୍ବାଦ, ପ୍ରଜାତନ୍ତ୍ର, ଅଭିନନ୍ଦନ, ଅପରାହ୍ନ ଓ ସକାଳ ଇତ୍ୟାଦି ବିଭିନ୍ନ ସମ୍ବାଦପତ୍ର ତଥା ମୀନାବଜାର ଠାରୁ ଆରମ୍ଭ କରି ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ । ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ସମେତ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଓ ସାହିତ୍ୟ ଅନୁଷ୍ଠାନରୁ ନିଜର ପ୍ରତିଭା ପାଇଁ ଅନେକ ମର୍ଯ୍ୟାଦାପୂର୍ଣ୍ଣ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ସେ । ଫରିଦାବାଦ ଦିଲ୍ଲୀରେ ଏହି ଡକ୍ଟରେଟ ଉପାଧି ସମ୍ମାନ ପ୍ରାପ୍ତ ହେବା ପରେ ତାଙ୍କୁ ନିଜର ବିଦ୍ୟାଳୟ, ଆତ୍ମୀୟସ୍ବଜନ, ଓଡିଶାର ବିଭିନ୍ନ ଜିଲ୍ଲା ଓ ଓଡ଼ିଶା ବାହାରେ ବସବାସ କରୁଥିବା ଶ୍ରୀମତୀ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡ଼ିଆଲ ମହୋତ୍ସବ ପ୍ରସ୍ତୁତି ଶେଷ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଦାବି ମୁତାବକ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପଦୋନ୍ନତି ସୀମାକୁ କମାଇ ଦେଇଥିବାରୁ  ଲକ୍ଷ୍ମୀପୁର ଶିକ୍ଷକ ସଂଗଠନ ତରଫରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଧନ୍ୟବାଦ ଜଣାଇଲେ

Sunil Chandra Nayak

ତାଳଚେର ପୋଲିସ ଦ୍ୱାରା ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ; ୧୦.୩୨ ଗ୍ରାମ ବ୍ରାଉନ ସୁଗାର ଜବତ

Sunil Chandra Nayak

Leave a Comment

error: Content is protected !!