ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲା ରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ସୁବିଧାର ଶୁଭାରମ୍ଭ

ରାୟଗଡ଼ ଜିଲ୍ଲା ରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ସୁବିଧାର ଶୁଭାରମ୍ଭ

ରାୟଗଡ଼ , 17.11.2023: ରାୟଗଡ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କୁ ଅଧିକ ବିସ୍ତାରିତ କରିବା ପାଇଁ USAID ସମର୍ଥିତ SAMRIDH ଏବଂ IPE ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା REDWING ଭଳି ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଆଜି ବାରିଝୋଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ର ଶୁଭାରମ୍ଭ ହୋଇଯାଇଛି | ମାନ୍ୟବର କ୍ୟାବିନେଟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଙ୍କ କରକମଳ ରେ ଏହି ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ | ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ, ରାୟଗଡ଼ ଶ୍ରୀ ମକରନ୍ଦ ମୁଦୁଲି , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସରସ୍ବତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅନୁସୟା ମାଝୀ, ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ ସମେତ REDWING ର ମୁଖ୍ୟ କୁନ୍ଦନ ମେଡିରେଡ଼ି ଏବଂ Usaid ର କର୍ମକର୍ତ୍ତ ମାନେ ଉପସ୍ଥିତ ଥିଲେ |  

ଶୁଭାରମ୍ଭ ପୂର୍ବକ ଆଜି ପ୍ରଥମେ ପ୍ରତିଷେଧକ ଟୀକା ଗୁଡରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରେରଣ କରାଯାଇଥିଲା | ପ୍ରଥମ ପର୍ଯ୍ୟାୟରେ ଏହି ସେବା ଗୁଡାରି ଓ କଲ୍ୟାଣସିଂପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯୋଗାଇଦିଆଯିବ | ଗୋଟେ ଥରରେ ଏହା ମାଧ୍ୟମରେ ପ୍ରାୟ 1.5 କେଜି ଓଜନ ର ଔଷଧ ବା ସ୍ୱାସ୍ଥ୍ୟ ଉପକରଣ କୁ ଉପଯୁକ୍ତ ଶୀତଳ ଶୃଙ୍ଖଳ ମାଧ୍ୟମରେ ପରିବହନ କରାଯାଇପାରିବ |ଏହି ପାଇଲଟ ପ୍ରକଳ୍ପ ମାଧ୍ୟମରେ ଇଲେକ୍ଟ୍ରିକ୍ ହାଇବ୍ରିଡ୍ ଡ୍ରୋନ୍ ବ୍ୟବହାର କରି ରାୟାଗଡା ଜିଲ୍ଲାର ବିଚ୍ଛିନ୍ନ ତଥା ଦୁର୍ଗମ ଅଞ୍ଚଳରେ ଔଷଧ ସହିତ ବିଭିନ୍ନ ଚିକିତ୍ସା ଉପକରଣକୁ ଆକାଶମାର୍ଗ ଜରିଆରେ ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ଜରୁରୀ ଓ ସ୍ୱଳ୍ପ ସମୟ ରେ ଯୋଗାଯାଇ ପାରିବ | 

ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ | ଜିଲ୍ଲାର 3,234 ଟି ଗାଁ ମଧ୍ୟରୁ ପାଖାପଖି 800 ରୁ ଅଧିକ ଗାଁ ରେ ପହଞ୍ଚିବା କଷ୍ଟକର ହୋଇଥିବା ବେଳେ ପାଖାପାଖି 160 ଟି ଗ୍ରାମ ବିଛିନାଞ୍ଚଳ ଭାବେ ରହିଛି | ଆକାଶମାର୍ଗ ଜରିଆରେ ଔଷଧ ଏବଂ ଚିକିତ୍ସା ଉପକରଣ ବିତରଣ ଦ୍ୱାରା ପ୍ରାଥମିକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅତ୍ୟାବଶ୍ୟକ ନିଦାନ, ଔଷଧ ଏବଂ ଟୀକାକରଣର ଉନ୍ନତି ଆସିବା ସହିତ ଦ୍ୱାରା ଏହି ପଦକ୍ଷେପ ଯୋଗୁଁ ରୋଗର ପରୀକ୍ଷା, ନିରାକରଣ ଏବଂ ଚିକିତ୍ସାରେ ଉନ୍ନତି ଆସିପାରିବ |

ଡ୍ରୋନ୍ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ କହିଥିଲେ ଯେ, ରାୟଗଡ଼ା ଜିଲ୍ଲା ର ଗୁଡ଼ାରୀ ଓ କଲ୍ୟାଣସିଂପୁର ଭଳି ବ୍ଲକରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି। ଏହି ଅଞ୍ଚଳ ଗୁଡିକରେ ଶକ୍ତି ଓ ଭିତ୍ତିଭୂମି ହେଉଛି ଏକ ଆହ୍ୱାନ। ସ୍ବାସ୍ଥ୍ୟ ସେବା କୁ ସୁଦୃଢ କରିବା କ୍ଷେତ୍ର ରେ ଡ୍ରୋନ୍ ଦ୍ଵାରା ସ୍ବାସ୍ଥ୍ୟ ସେବା ବିତରଣ ଏକ ପରିବର୍ତ୍ତନ କାରି ପଦକ୍ଷେପ। ରୋଗୀମାନେ ଏବେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ତାଙ୍କ ଆବଶ୍ୟକତା ଅନୁଯାୟୀ ଉତ୍କୃଷ୍ଟ ନିଦାନ ର ସୁବିଧା ପାଇପାରିବେ। ଆମେ ରାୟଗଡ଼ା ଜିଲ୍ଲା ର ଲୋକଙ୍କୁ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରତିବଧ |

ଏହି ଅବସର ରେ ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ରେ ଦୁର୍ଗମ ଅଂଚଳରେ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହା ବେଶ ସହାୟକ ହେବ | ଯାହାଦ୍ୱାରା ମହାମାରୀ ସମୟରେ ଅତ୍ୟାବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ସହଜରେ ଏବଂ ସ୍ୱଳ୍ପ ସମୟରେ ପଠାଯାଇପାରିବ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜନ କଲ୍ୟାଣ ସେବା ସମବାୟ ସମିତିର ଧାନମଣ୍ଡି ଉଦଘାଟନ

Sunil Chandra Nayak

ହାଟବାଦଡାରେ ଧାନ ମଣ୍ଡି ଉଦ୍ଘାଟିତ

Sunil Chandra Nayak

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!