ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରାଳରେ କାଳୀପୂଜା 

ବରାଳରେ କାଳୀପୂଜା 

କଟକ : କଟକ ଜିଲ୍ଲା ୪୨ ମୌଜା ବରାଳ ଗ୍ରାମରେ ମା’ନାରାୟଣୀ କାଳୀପୂଜା କମିଟି ଆନୁକୂଲ୍ୟରେ ନାରାୟଣୀ ବଜାର ପୂଜା ମଣ୍ଡପରେ ମାଆ ନାରାୟଣୀଙ୍କ ପାଖରେ ଚଣ୍ଡୀପାଠ ଓ ମାଆ ଶ୍ୟାମା କାଳୀଙ୍କର ପୂଜା ଧୁମଧାମରେ ପାଳନ ହେବାସହ ରବିବାର ଦିନ ଭାଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂଜାରେ ମାଆ ନାରାୟଣୀ ଡ୍ରାମାଟିକ କ୍ଲବର କଳାକାର ମାନଙ୍କ ଦ୍ୱାରା ନିର୍ଦେଶକ ରବି ମିଶ୍ରଙ୍କ ନିର୍ଦେଶନାରେ ଦୁଇ ରାତି ଡ୍ରାମା(ଅସତୀ ତୁଳସୀ ସତୀ ଚଉରା ଓ ଅଲେଖା ଗପ),ମାଆ ନାରାୟଣୀ ଭଜନ ସନ୍ଧ୍ୟା ଦ୍ୱାରା ଭଜନ ପରିବେଷଣ , ଡ୍ୟାନ୍ସ ଗ୍ରୁପ ବିଶ୍ୱଭାରତୀ ଦ୍ୱାରା ଡ୍ୟାନ୍ସ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକୁ ମାନ୍ୟବର ବିଧାୟକ ଚନ୍ଦ୍ରଶାରଥୀ ବେହେରା (କଟକ ସଦର) ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଏବଂ ଉଜ୍ଜ।ପନି ଉତ୍ସବରେ ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ,ଡକ୍ଟର ଦେବଦତ୍ତ ନନ୍ଦ,ଶିକ୍ଷାବିତ ମନୋଜ କୁମାର ନାୟକ,ସମାଜସେବୀ ଆଲୋକ ସ୍ବାଇଁ,ଯାତ୍ରା ସ୍ୱର୍ଣ୍ଣମହଲର ପ୍ରଯୋଜକ କବିରାଜ ସ୍ୱାଇଁ,ବିସିଟି ଅଧ୍ୟକ୍ଷ ଇଂ. ବିମଳ ଚନ୍ଦ୍ର,ସମାଜସେବୀ ଅଭିମନ୍ୟୁ ସାହୁ,ଯୁବନେତା ମାନସ ଚୌଧୁରୀ,ରାମଚନ୍ଦ୍ର ଗୋଛାୟତ,ସଦର ବ୍ଲକ ସଭାପତି ପ୍ରମୋଦ ପାତ୍ର,ବିଧାୟକଙ୍କ ପ୍ରତିନିଧି ବିଭୁତି ଭୂଷଣ ପରିଡା, ସରପଂଚ ବନମାଳୀ ବିହାରୀ ,ସମାଜସେବୀ ବୈକୁଣ୍ଠ ଲେଙ୍କାଙ୍କ ଭଳି ବହୁ ମହାମାନ୍ୟ ଅତିଥି ଯୋଗ ଦେଇ ଅଞ୍ଚଳର ଅନେକ ସୁନାମଧନ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଶେଷରେ କମିଟି ତରଫରୁ ସୁରେନ୍ଦ୍ର ନାଥ ବେହେରା,ଆନନ୍ଦ ଚନ୍ଦ୍ର ବେଉରା,ଜଗଦୀଶ ତ୍ରିପାଠୀ,ବସନ୍ତ କୁମାର ବେଉରା,ରମେଶ ଚନ୍ଦ୍ର ବେଉରା,ସୁବାସ ଚନ୍ଦ୍ର ସାହୁ,ବିଶ୍ୱରଂଜନ ଜେନା,ଭାସ୍କର ବେଉରା,ଶ୍ରୀଯୁକ୍ତ ସୁଧାଂଶୁ ବେଉରା, ଶ୍ରୀଯୁକ୍ତ ସନାତନ ରାଉଳ,ଲକ୍ଷ୍ମୀଧର ବେଉରା,ସନାତନ ବେଉରା,ସନ୍ତୋଷ ସାହୁ ଓ ଶୁକ ଦେବ ରାଉଳ, ସୁରଜ୍ ବେହେରା ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପକ୍ଷ ଅବସରରେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ମାନ୍ୟବର ବିଧାୟକଙ୍କ ଦ୍ୱାରା ଶୁଭାରମ୍ଭ

Sunil Chandra Nayak

ଜୁନାଗଡ଼ ଷ୍ଟେସନର ଉନ୍ନତି ଓ ବିଭିନ୍ନ ଟ୍ରେନ ସମ୍ପ୍ରସାରଣ ଡିଆରଏମ ଙ୍କ ଠାରେ ଦାବୀ କଲେ ନାଗରିକ କମିଟି

masiha

ଶୀତ ଦିନେ ବି ମହାଳିଙ୍ଗ ଗ୍ରାମରେ ପିଇବା ପାଣି ସମସ୍ୟା

Sunil Chandra Nayak

Leave a Comment

error: Content is protected !!