ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଶାଳାରେ ଗୋପାଷ୍ଟମୀ ପାଳିତ

ରାଇରଙ୍ଗପୁର ଗୋଶାଳାରେ ଗୋପାଷ୍ଟମୀ ପାଳିତ

 ମୟୂରଭଞ୍ଜ –   ୧୯୫୮ ମସିହାରେ ରାଇରଙ୍ଗପୁର ସହରର ଅଁଳାଡୁବାରେ ଶ୍ରୀ ରଘୁନାଥ ଜୀଉ ମଠ ସନ୍ନିକଟରେ ଗୋଶାଳା କିଛି ମୁଷ୍ଟିମେୟ ଗୋପ୍ରେମୀଙ୍କ ବଳିଷ୍ଠ ଉଦ୍ୟମରେ ସ୍ଥାପିତ ହୋଇଥିଲା ।ଏହି ଗୋଶାଳା ରେ ୬୭ ତମ ଗୋପାଷ୍ଟମୀ କମିଟି ତରଫରୁ ଗୋପାଷ୍ଟମୀ ମହୋତ୍ସବ ଧୂମଧାମରେ ପାଳିତ ହୋଇଯାଇଛି ।ସର୍ବ ପ୍ରଥମେ ଗୋ ପୂଜନ,ଗୋ ଆରତୀ କରାଯାଇଥିଲା । ମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ପୂଜନ ,ଯଜ୍ଞ କରାଯାଇଥିଲା ।ଗୋଶାଳା କମିଟିର ସଂପାଦକ ଗୌରୀ ଶଙ୍କର ସାରିବା ଏବଂ ତାଙ୍କ ପତ୍ନୀ ପୂଜାକର୍ତା ଭାବେ ଦାୟିତ୍ଵ ନିଭାଇଥିଲେ ।ଏହି କାର୍ଯ୍ୟକ୍ରମରେ ଗୋଶାଳାର କାର୍ଯ୍ୟକର୍ତ୍ତା ଗଣ ସପରିବାର ଉପସ୍ଥିତ ଥିଲେ । ସଂନ୍ଧ୍ୟାରେ ଗୋଶାଳା କମିଟି ତରଫରୁ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ , ରାଜ୍ୟ ସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତେ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ର ରଥରେ ପୁଷ୍ପମାଲ୍ୟ କରି ଅତଇଥଇଗଣ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାରମ୍ଭ କରିଥିଲେ ।ସଭାପତି ଗୋପାଷ୍ଟମୀୟ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ ।ସଂପାଦକ ବାର୍ଷିକ ବ ବ୍ରତୀ ପାଠ କରିଥିଲେ । ଅତିଥି ଗଣ ଗୋ -ସମ୍ପଦ ମନୁଷ୍ୟ ପାଇଁ ମୂଲ୍ୟବାନ ଵୋଲ କହିଥିଲେ ।ଗଓଵଂଶ ଦ୍ବାରା ମାନବ ସମାଜର ସାମାଜିକ, ଅର୍ଥନୈତିକ ଜୀବନ ଅତୀତରେ ପ୍ରତୀତ ଓ ଗାଈ ଆମ ସାଂସ୍କୃତିକ ଏକତାର ପ୍ରବାହମାନ ବୋଲି କହିଥିଲେ ।କମିଟି ତରଫରୁ ଏକ ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା ।ତଦସହ ବାଲୁକାରେ ଏକ ଆକର୍ଷଣୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିଲା । ଯାହାକୁ ଗୋଶାଳା କୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା ।ପରେ କମିଟି ତରଫରୁ ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୋଶାଳା କମିଟିର ଚେୟାରମେନ ଅନୁପ ଚାନ୍ଦଗୋଟିଆ, ସଭାପତି ରବି ଅଗ୍ରୱାଲ, ସଂପାଦକ ଗୌରୀ ସାରଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ ମସିହା ନିଉଜ

Related posts

ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ ଉଦଘାଟିତ 

masiha

ମୁଖ୍ୟମନ୍ତ୍ରୀ ଙ୍କୁ ତୈଳଚିତ୍ର ଉପହାର

Sunil Chandra Nayak

କୋକସରା ବ୍ଲକରେ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ସହ ଧର୍ମଗଡ଼ ବିଧାୟକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!