ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ 

ଡାବୁଗାଁ, ୨୩/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୩୯ ଉପରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପିକଅପ ଗାଡ଼ି ଧକ୍କା ଦେବାରୁ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିଲେ । ସୂଚନାଯୋଗ୍ୟ:- ଡାବୁଗାଁ ଭୈରବ ମହାବିଦ୍ୟାଳୟ +୨ ପ୍ରଥମ ବର୍ଷ ର ଛାତ୍ରୀ ଜ୍ୟୋତି ହରିଜନ ମହାବିଦ୍ୟାଳୟ ରୁ ଜୟନ୍ତିନଗର ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଉମରକୋଟ ଆଡୁ ଆସୁଥିବା ଏକ ଦୃତଗାମୀ ପିକଅପ ଗାଡି ନଂ ଓଡ଼ି ୨୪ଡି ୬୧୯୭ ଉକ୍ତ ଛାତ୍ରୀ କୁ ପଛପଟୁ ଧକ୍କା ଦେଇଥିଲା ଫଳରେ ଛାତ୍ରୀ ଜଣକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଗାଡ଼ି ଧକ୍କା ଦେବା ପରେ ପଳାଇବାକୁ ଚେଷ୍ଟା କରୁଥିଲା କିନ୍ତୁ କିଛି ବାଟ ଯିବା ପରେ ଲୋକେ ଉକ୍ତ ଗାଡ଼ି କୁ ଅଟକାଇ ଥିଲେ | ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି । କୌଣସି କାର୍ଯ୍ୟରେ ସେହି ବାଟ ଦେଇ ଯାଉଥିବା ଡାବୁଗାଁ ଆଇଆଇସି ସୁନିଲ କୁମାର ପ୍ରଧାନ ଉକ୍ତ ଆହତ ଛାତ୍ରୀ ଙ୍କୁ ଉଦ୍ଧାର କରି ନିଜ ପୋଲିସ ଗାଡି ରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ । ତାଙ୍କୁ ପ୍ରାଥମିକ ଚିକିତ୍ସାରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି | ଉକ୍ତ ଗାଡି ଟିକୁ ପୋଲିସ ଜବତ କରିଛି । ଆଇଆଇସି ଙ୍କ ଏପରି କାର୍ଯ୍ୟ କୁ ଡାବୁଗାଁ ଜନସାଧାରଣ ପ୍ରଶଂସା କରିଛନ୍ତି ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆ – ଓ କାର୍ଯ୍ୟକ୍ରମର +୩ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ

masiha

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

masiha

ଅବସର ପ୍ରାପ୍ତ ସୈନିକ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ

masiha

Leave a Comment

error: Content is protected !!