ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନାରେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ୨୦୨୩

ଉତ୍କଳ ଆଲୁମିନାରେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ୨୦୨୩

ଭୁବନେଶ୍ଵର / ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ଚଳିତ ନଭେମ୍ବର ମାସ ୨୦ ତାରିଖରେ ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟସ୍ ଆଣ୍ଡ ଆଲାଏଡ ଟେକ୍‌ନୋଲୋଜିଷ୍ଟସ୍ ( ଏସଜିଏଟି) ସହଯୋଗିତାରେ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖଣିକାର୍ଯ୍ୟ ଅଭ୍ୟାସ ସମ୍ପର୍କରେ ସଚେତନତା ପ୍ରସାର କରିବା ସକାଶେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ଆୟୋଜନ କରିଥିଲା।

ଏସ୍‌ଏଟି ଏକ ଅଣ-ଲାଭଜନକ ବୃତ୍ତିଗତ ପରିଷଦ ଯାହା ଭାରତରେ ଖଣିଜ ବିକାଶ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଦିଗରେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛି। ଏହା ୧୯୯୦ରୁ ପ୍ରତିବର୍ଷ ରାଜ୍ୟର ଖଣି ଖନନ କରାଯାଉଥିବା ବିଭିନ୍ନ ଅଞ୍ଚଳଗୁଡିକରେ ଥିବା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଏମ୍ଏପି ଆୟୋଜନ କରୁଛି। ୨୦୨୩ ବର୍ଷର ଇଏମ୍ଏପି ସଂସ୍କରଣ ଏକ ଦିବସବ୍ୟାପୀ କାର୍ଯ୍ୟକ୍ରମ ଥିଲା ଏବଂ ଏହା ୟୁଏଆଇଏଲ୍‌ ଦ୍ଵାରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁଏଆଇଏଲ୍‌ ପାରିପାର୍ଶ୍ବକ ଅଞ୍ଚଳର ୧୪ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ପ୍ରୟାସ କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମାନଙ୍କ ପରିପାର୍ଶ୍ଵ ସମ୍ପର୍କରେ ସଚେତନତାର ପ୍ରସାର କରୁନାହିଁ, ତାହାସହିତ ସେମାନଙ୍କ ମଧ୍ୟରେ ପୂର୍ବରୁ ରହିଥିବା କୁଶଳତାର ପରିପୋଷଣ କରିବା ସହିତ ଖଣି ଶିଳ୍ପରେ ସେମାନଙ୍କୁ କ୍ୟାରିୟର କରିବା ନିମନ୍ତେ ପ୍ରେରିତ କରୁଛି।

ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ବିଶୋଧନାଗାର ପରିଦର୍ଶନ ସହିତ ଦିବସବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତାହା ପରେ ପ୍ରବନ୍ଧ ଲିଖନ, ଖଣିଜ ସମ୍ପଦ ଚିହ୍ନଟ ଏବଂ କୁଇଜ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ସରକାରୀ ହାଇସ୍କୁଲ (ମାଇକଞ୍ଚ) ଏବଂ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର (ଟିକିରି) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦମ୍ଦାର ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ସେମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ସହିତ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ମୁଖ୍ୟ ଅତିଥି ଶ୍ରୀ ଜେ.ଏନ.ଦାସ ( ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ଜେନେରାଲ, ଜିଏସ୍‌ଇ) ଏବଂ ଶ୍ରୀ କ୍ଷୀତିଶ ପଟ୍ଟନାୟକ (ଅବସରପ୍ରାପ୍ତ କଏଣ୍ଟ ଡାଇରେକ୍ଟର, ଡିଏମ୍ଜି) ସମବେତ ସମସ୍ତଙ୍କୁ ଖଣିଜ ପଦାର୍ଥ ଏବଂ ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟିକାରୀ ଉଦ୍‌ବୋଧନ ଦେବା ସହିତ ସେମାନଙ୍କୁ ଏ ସମ୍ପର୍କିତ ଜ୍ଞାନ ବିତରଣ କରିଥିଲେ।

ଶ୍ରୀ ବିଜୟ ଧାନୁକା ( ହେଡ୍‌, ଇଞ୍ଜିନିଅରିଂ, ୟୁଏଆଇଏଲ୍), ଶ୍ରୀ ମୁକେଶ କୁମାର ଝା (ହେଡ୍, ମାଇନ୍ସ, ୟୁଏଆଇ ଏଲ), ଶ୍ରୀମତୀ ଲୋପାମୁଦ୍ରା ମିଶ୍ର (ହେଉ, ସିଏସଆର ଆଣ୍ଡ ସିଆର, ୟୁଏଆଇଏଲ୍) ଏବଂ ଶ୍ରୀ କ୍ରିଷ୍ଣ ଜ୍ୟୋତିଷି (ହେଡ୍, ଜିଓଲୋଜି, ୟୁଏଆଇଏଲ୍) ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ଫକୀର ମୋହନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଆମେ ଜାଣିବା ଆମେ ଜିଣିବା  ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

୨୭ ଜଣଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!