ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

ମୟୂରଭଞ୍ଜ- ୨୪/୧୧ ( ମସିହା) ରାଇରଙ୍ଗପୁର ସହରରର ସତ୍ୟସାଇ ବିହାର ପରିସରରେ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷ ମୋର ୫ଟା ସମୟରେ ପରେଓଁକାର ନଗର ସଂକୀର୍ତ୍ତନ,ଦିବ୍ୟ ପତାକା ଉତ୍ତୋଳନ ଏବଂ ଷୋଡ଼ଷ ଉପଚାର ପୂଜାର୍ଚ୍ଚନା କରାଯାଇଥିଲା | ମନ୍ଦିରରେ ଅଷ୍ଟ ସହସ୍ର ନାମ ପୂଜାର୍ଚ୍ଚନା ସମାପନା ପରେ ବାବାଙ୍କ ଫଟୋ ଚିତ୍ରକୁ ଫୁଲସଜା ସୁସଜ୍ଜିତ ରଥରେ ସ୍ଥାପନା କରାଯାଇ ନଗର ପରିକ୍ରମା ହୋଇଥିଲା | ଆରତୀ ସମାପନ ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କମିଟୀ ପକ୍ଷରୁ କରାଯାଇଥିଲା | ଏହି ପବିତ୍ର ଦିବସରେ ରାଇରଙ୍ଗପୁର ସତ୍ୟସାଇ ସେବା ସମିତି ପକ୍ଷରୁ ଦରିଦ୍ର ନାରାୟଣ ସେବା ଓ ଉପଖଣ୍ଡ ଡାକ୍ତରଖାନାରେ ଫଳ ଓ ବିସ୍କୃଟ ବଣ୍ଟନ କରାଯାଇଥିଲା | ଅପରାହ୍ନରେ ନାରାୟଣ ସେବା ସହ ଶୀତ ବସ୍ତ୍ର କମିଟୀ ପକ୍ଷରୁ ନାରାୟଣ ମାନଙ୍କୁ ଶୀତବସ୍ତ୍ର ବିତରଣ କରାଯାଇଥିଲା | ସନ୍ଧ୍ୟା ସମୟରେ ଭଜନ, ସଂକୀର୍ତ୍ତନ ସହ କେକ କଟା ଯାଇଥିଲା | ତାପରେ ସତ୍ୟସାଇ ବାବାଙ୍କ ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ହୋଇଥିଲା | ଏହା ପରେ ବାଲ ବିକାଶ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ଧରଣୀଧର ମିଶ୍ର, ରବୀନ୍ଦ୍ର ନାଥ ଜେନା, ଅଶୋକ ରାମ ପ୍ରଜାପତି, ଦେବବ୍ରତ ମହାନ୍ତି, ସନ୍ତୋଶ କୁମାର ମହାନ୍ତି, ସଂଜୀବ କୁମାର ଲେଙ୍କା, ହିମାଂଶୁ ଶେଖର ବଳ, ସାଇ ବିଭୂତି ମହାନ୍ତି, ଛତିଶ ଚନ୍ଦ୍ର ବାରିକ, ଶୁଶିଳା ପାତ୍ର, ଇତିଶ୍ରୀ ମହାନ୍ତି, ମଞ୍ଜୁଶ୍ରୀ ଲେଙ୍କା,ପ୍ରତିଭା ଜେନା, ପ୍ରଭାସିନୀ ଦାଶ, ଭାରତୀ ଦାଶ, କବିତା ପଣ୍ଡା, ଶୁଭମ ପଣ୍ଡା, କଟି ପଣ୍ଡା, ପ୍ରଭାକର ମହାନ୍ତି , ରାଧାରାଣୀ ମହାନ୍ତି, ଅଶୋକ ଅଗ୍ରୱାଲା ତଥା ବହୁ ସାଇପ୍ରେମୀ ଭାଇଭଉଣୀ ଉପସ୍ଥିତ ରହିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

୧- ବର୍ଷା କମିଛି କିନ୍ତୁ ଚାଷୀ ଙ୍କର ଦୁର୍ଦଶା କମିନି , ୨- ଖାଉଟି ମୁଣ୍ଡରେ ଚଡ଼କ, ବୃଦ୍ଧି ପାଉଛି ଚିନି ଦର ,୩- ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ , ୪- ସିଲ୍ ହେଲା ସାହୁ ହୋଟେଲ ଆଣ୍ଡ ଲଜ୍ , ୫- ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍ ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି , ୬- ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା, ୭ – ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ , ୮- ଢେଙ୍କାନାଳ ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ 

Sunil Chandra Nayak

ଜିଲ୍ଲା ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଓ ସ୍ମାରକପତ୍ର

masiha

କୋଲନରା ବ୍ଲକ ର ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ ମନମୁଖୀ ଶାସନ କୁ ରାୟଗଡା ଜିଲ୍ଲା ପ୍ରଶାସନ ଆଖିରେ କଳା ପଟି ବାନ୍ଧି ଚୁପ ରହିଛି 

masiha

Leave a Comment

error: Content is protected !!