ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୁନାଗଡ଼ ରେ ଅଭାବନୀୟ ଘଟଣା, ଘର ଭିତରେ ନିଆଁ ରେ ପୋଡି ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

ଜୁନାଗଡ଼ ରେ ଅଭାବନୀୟ ଘଟଣା, ଘର ଭିତରେ ନିଆଁ ରେ ପୋଡି ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ 

ଜୁନାଗଡ଼,୨୬/୧୧(ମ ନି ସ) -କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ଚିଚୈଗୁଡା ଗ୍ରାମରେ ଆଜି ସକାଳୁ ଏକ ଅଭାଵନୀୟ ଘଟଣା ସାମନାକୁ ଆସିଛି। ଜଣେ ବିଧବା ମହିଳାଙ୍କ ମୃତ ଦେହ ଘର ଭିତରେ ନିଆଁ ରେ ପୋଡି ଯାଇଥିବା ଦେଖିବାକୁ ମିଳିଛି | ତେବେ ପରିବାର ଲୋକେ ଘରେ ପୋଡି ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।ମୃତ ମହିଳାଙ୍କ ନାମ ପଦ୍ମାବତୀ ମେହେର(୪୨)। ସେ ଘରେ ଏକୁଟିଆ ରହୁଥିବାବେଳେ ଶନିବାର ରାତିରେ କେହି ଦୁର୍ବୁତ୍ତ ତାଙ୍କୁ ନିଆଁରେ ପୋଡି ଦେଇ ହତ୍ୟା କରିଥିବା ତାଙ୍କ ଭାଇ ବଳରାମ ମେହେର ଅଭିଯୋଗ ଆଣିଛନ୍ତି। ତେବେ ପାରିବାରିକ କଲହକୁ ନେଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସେ ସନ୍ଦେହ କରିଛନ୍ତି। ଏପରିକି ମୃତ ମହିଳାଙ୍କ ଘର କବାଟ ଆଗ ପଟରେ ତାଲା ଝୁଲୁଥିବାରୁ ଏହା ଯୋଜନାଵଦ୍ଧ ହତ୍ୟାକାଣ୍ଡ ଭଳି ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ପାରି ପାର୍ସୀକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣକ ଙ୍କ ଏକମାତ୍ରପୁଅ ହାଇଦରାବାଦରେ ରହି ଚାକିରୀ କରୁଛନ୍ତି। ବର୍ତ୍ତମାନ ପର୍ଯନ୍ତ ମୃତୁର କାରଣ ସ୍ପଷ୍ଟ ହୋଇନଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କୁଳଡିହା ଅଭୟାରଣ୍ୟରେ ବନବିଭାଗର ଚଢାଉ, ବନ୍ଧୁକ ସହ ୫ ଶିକାରୀ ଗିରଫ

masiha

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା  ଅଭିଯୁକ୍ତଙ୍କ ଦ୍ୱାରା ସିନ ରିକ୍ରିଏସନ କରେଇଲା ପୁଲିସ  ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ 

Sunil Chandra Nayak

ଓକିଲ ଙ୍କ ଠାରୁ ଲୁଟ ସହ ରାଜପୁର ଗାଁ ରେ ସଶସ୍ତ୍ର ଡକାୟତି

masiha

Leave a Comment

error: Content is protected !!